କନକ ବ୍ୟୁରୋ: ଆସନ୍ତାକାଲି ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଆଜିଠୁ ଲୋକାରଣ୍ୟ ହେଲାଣି ଶ୍ରୀକ୍ଷେତ୍ର ପୁରୀ । ଆଜି ଆଜ୍ଞାମାଳ ଆସିବା ପରେ ସିଂହଦ୍ବାରକୁ ଟଣାହେବ ୩ ରଥ। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଆଖି ଆଗରେ ରଖି ପୁରୀରେ ଅଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
ଆଜି ଶ୍ରୀମନ୍ଦିରରେ ନବଯୌବନ ବେଶରେ ଦର୍ଶନ ଦେଇଛନ୍ତି ମହାପ୍ରଭୁ । ପରିମାଣିକ ପରେ ସର୍ବସାଧାରଣ ଦର୍ଶନ ହୋଇଥିଲା । ନବଯୌବନ ଦର୍ଶନ ସହ ନେତ୍ରୋତ୍ସବ ମଧ୍ୟ ଗୋଟିଏ ଦିନରେ ଅନୁଷ୍ଠିତ ହୋଇଛି । ୧୫ ଦିନ ପରେ ପତିତପାବନଙ୍କୁ ଦେଖି ଭକ୍ତିରେ ବିଭୋର ହୋଇଛନ୍ତି ଭକ୍ତ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/06/26/ratha-yatra-2025-06-26-16-33-16.png)