କନକ ବ୍ୟୁରୋ: କେନ୍ଦ୍ର ସରକାର ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବର୍ଷିଛନ୍ତି ପୁରୀ ଗୋବର୍ଦ୍ଧନ ପୀଠର ପୀଠାଧିଶ ଶଙ୍କରାଚାର୍ଯ୍ୟ ଜଗତଗୁରୁ ନିଶ୍ଚଳାନନ୍ଦ ସରସ୍ବତୀ । ନୀତିଗତ ନିଷ୍ପତି ତଥା ଧାର୍ମିକ ବ୍ୟବସ୍ଥାରେ ନିଷ୍ପତି ନେବାରେ କେନ୍ଦ୍ର ସରକାର ଅସଫଳ ବୋଲି ସେ କହିଛନ୍ତି । ନିର୍ବାଚନ ପୂର୍ବରୁ ବିଭିନ୍ନ ନେତା ଭୟରେ ଆଶୀର୍ବାଦ ନେଇଥାନ୍ତି । କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ କିମ୍ବା ରାଜ୍ୟ ସରକାର ତାଙ୍କ ପରାମର୍ଶ ନେଉ ନଥିବା ସେ ଅଭିଯୋଗ କରିଛନ୍ତି ।
ଇସ୍କନର ଅଦିନିଆ ରଥଯାତ୍ରା ନେଇ ମଧ୍ୟ ବର୍ଷିଛନ୍ତି ଶଙ୍କରାଚାର୍ଯ୍ୟ । ଇସ୍କନର ମନମାନି ପଛରେ କେଉଁ ମାନେ ଅଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ? ସେହିପରି ଦୀଘା ଜଗନ୍ନାଥ ଧାମ ନାମକରଣ ଘଟଣାରେ କେନ୍ଦ୍ର ସରକାର ହସ୍ତକ୍ଷେପ କରିବା ଉଚିତ ବୋଲି କହିଛନ୍ତି ଜଗତଗୁରୁ । କାଲି ରଥଯାତ୍ରାରେ ନିଜ ଶିଷ୍ୟ ଓ ଅନୁଗାମୀଙ୍କ ସହ ସାମିଲ ହେବେ ଶଙ୍କରାଚାର୍ଯ୍ୟ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/06/26/shankaracharya-2025-06-26-16-53-52.jpg)