ରାୟଗଡ଼ା ଗୁଡ଼ାରୀ ଥାନା ଅଞ୍ଚଳରେ ଲଜ୍ଜା, ଦିବ୍ୟାଙ୍ଗ ଯୁବତୀଙ୍କୁ ଉଠାଇନେଇ ଗଣଦୁଷ୍କର୍ମ ଅଭିଯୋଗ

Advertisment

କପା ବାଡ଼ିରୁ ଘରକୁ ଫେରିବାବେଳେ ଉଠାଇନେଇ ଦୁଷ୍କର୍ମ କରିଥିବା ଥାନାରେ ଏତଲା । ୩ ଜଣଙ୍କୁ ଅଟକ ରଖି ପଚରା ଉଚୁରା ।

କପା ବାଡ଼ିରୁ ଘରକୁ ଫେରିବାବେଳେ ଉଠାଇନେଇ ଦୁଷ୍କର୍ମ କରିଥିବା ଥାନାରେ ଏତଲା । ୩ ଜଣଙ୍କୁ ଅଟକ ରଖି ପଚରା ଉଚୁରା ।

rape case

rape case Photograph: (Google)

କନକ ବ୍ୟୁରୋ: ରାଜ୍ୟରେ ବଢି ଚାଲିଛି ଦୁଷ୍କର୍ମ ମାମଲା । ପୁଣି  ଏକ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି ।  କାଜୁ ତୋଟାରେ ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ ହୋଇଛି । ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ଥାନା ଅନ୍ତର୍ଗତ ନାଇରା ଗାଁରେ ଏକ ଲଜ୍ଜାଜନକ ଘଟଣା ସାମାନାକୁ ଆସିଛି ।

ଅଧିକ ପଢନ୍ତୁ :  ସମ୍ୱଲପୁରରେ ଲଜ୍ଜା; ୧୪ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

ଜଣେ ଦିବ୍ୟାଙ୍ଗ ଯୁବତୀ ଗଣ ଦୁଷ୍କର୍ମର ଶିକାର ହୋଇଛନ୍ତି । ଏନେଇ ଗୁଡ଼ାରି ଥାନାରେ ଅଭିଯୋଗ ହୋଇଛି। ପୀଡ଼ିତା ଜଣକ ଗତ କାଲି ଅପରାହ୍ନରେ କପା ବାଡକୁ ଯାଇଥିଲେ । ଘରକୁ ଫେରିବା ସମୟରେ ତିନିଜଣ ଯୁବକ ଉଠାଇ ନେଇ ନିକଟସ୍ଥ କାଜୁ ତୋଟାରେ ଦୁସ୍କର୍ମ କରିଥିବା ନେଇ ପିଡିତାଙ୍କ ମା ଗୁଡ଼ାରି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ଗୁଡ଼ାରି ପୋଲିସ ତଦନ୍ତ କରି ୩ ଜଣ ଯୁବକକୁ ଅଟକ ରଖି ପଚରା ଉଚରା ଜାରି ରଖିଛି। ଘଟଣାକୁ ନେଇ ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ଷ୍ଟୋରୀ ଅପଡେଟ୍ ହେଉଛି.. 
 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe