କନକ ବ୍ୟୁରୋ : ସମ୍ୱଲପୁରରେ ଲଜ୍ଜା । ସମ୍ବଲପୁର କାନିଜୁରୀ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ୧୪ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଆସିଛି । ପୁଲିସ ଅଭିଯୁକ୍ତକୁ ଅଟକ ରଖିଛି । କେଉଁ ପରିସ୍ଥିତିରେ ଅଭିଯୁକ୍ତ ଏଭଳି କାଣ୍ଡ କଲା, ସେନେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଚଳାଇଛି ।

Advertisment

ଅଧିକ ପଢ଼ନ୍ତୁ : ରାଜଧାନୀରେ ଭୟଙ୍କର ଗୋଷ୍ଠୀ ସଂଘର୍ଷ; ୨ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ସେପଟେ ରାଜନଗରରେ ମହିଳା ବିଡ଼ିଓଙ୍କୁ ଆକ୍ରମଣ ଘଟଣାରେ ଏତଲା । ଥାନାରେ ଏତଲା ଦେଇଛନ୍ତି ବ୍ଲକ ଅଧ୍ୟକ୍ଷା ପ୍ରତିଭା ପାତ୍ର । ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ବ୍ଲକ ଅଧ୍ୟକ୍ଷା । ଗତକାଲି ରାଜନଗର ବିଜେପି ନେତା ଲଳିତ ବେହରା ଓ ତାଙ୍କ କର୍ମୀମାନେ ବ୍ଲକ କାର୍ଯ୍ୟାଳୟରେ ପଶି ବିଡିଓ ତିଳୋତ୍ତମା ପୃଷ୍ଟିଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ । ଆଜି ଏହାର ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଥିଲା ବିଜେଡି । ପଂଚାୟତ ସମିତି ଅଧକ୍ଷା ପ୍ରତିଭା ପାତ୍ର ଥାନାରେ ଲିଖିତ ଅଭିଯୋଗ କରି ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ପାଇଁ ଦାବି କରିଛନ୍ତି ।