କନକ ବ୍ୟୁରୋ: ରାଜ୍ୟରେ ବଢି ଚାଲିଛି ଦୁଷ୍କର୍ମ ମାମଲା । ପୁଣି ଏକ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । କାଜୁ ତୋଟାରେ ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ ହୋଇଛି । ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ଥାନା ଅନ୍ତର୍ଗତ ନାଇରା ଗାଁରେ ଏକ ଲଜ୍ଜାଜନକ ଘଟଣା ସାମାନାକୁ ଆସିଛି ।
ଅଧିକ ପଢନ୍ତୁ : ସମ୍ୱଲପୁରରେ ଲଜ୍ଜା; ୧୪ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ
ଜଣେ ଦିବ୍ୟାଙ୍ଗ ଯୁବତୀ ଗଣ ଦୁଷ୍କର୍ମର ଶିକାର ହୋଇଛନ୍ତି । ଏନେଇ ଗୁଡ଼ାରି ଥାନାରେ ଅଭିଯୋଗ ହୋଇଛି। ପୀଡ଼ିତା ଜଣକ ଗତ କାଲି ଅପରାହ୍ନରେ କପା ବାଡକୁ ଯାଇଥିଲେ । ଘରକୁ ଫେରିବା ସମୟରେ ତିନିଜଣ ଯୁବକ ଉଠାଇ ନେଇ ନିକଟସ୍ଥ କାଜୁ ତୋଟାରେ ଦୁସ୍କର୍ମ କରିଥିବା ନେଇ ପିଡିତାଙ୍କ ମା ଗୁଡ଼ାରି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ଗୁଡ଼ାରି ପୋଲିସ ତଦନ୍ତ କରି ୩ ଜଣ ଯୁବକକୁ ଅଟକ ରଖି ପଚରା ଉଚରା ଜାରି ରଖିଛି। ଘଟଣାକୁ ନେଇ ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ଷ୍ଟୋରୀ ଅପଡେଟ୍ ହେଉଛି..
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2026/01/06/rape-case-2026-01-06-16-04-06.jpg)