କନକ ବ୍ୟୁରୋ : ଅନେକ ସମୟରେ ମହିଳାମାନେ କିଡନି ଷ୍ଟୋନର ଯନ୍ତ୍ରଣାକୁ ପରିୟଡ୍ସ କଷ୍ଟ ଭାବି ଅଣଦେଖା କରିଦିଅନ୍ତି । ଫଳରେ କିଡନି ଗଭୀର ଭାବେ ପ୍ରଭାବିତ ହୋଇ ବଡ ବିପଦକୁ ଡାକିଆଣେ  । ତେଣୁ ସମୟ ଥାଉ  ଡାକ୍ତର ପାଖକୁ ଯାଇ ପରୀକ୍ଷା କରାନ୍ତୁ ଏବଂ ନିଜକୁ ସୁରକ୍ଷାକୁ ସୁନିଶ୍ଚିତ ରଖନ୍ତୁ  । 

Advertisment

ଅଧିକ ପଢନ୍ତୁ... ପୁରୀ ଭଳି କେନ୍ଦ୍ରାପଡ଼ାରେ ହେବ ବଳଦେବଜୀଉଙ୍କ ପରିକ୍ରମା ପ୍ରକଳ୍ପ; ଖର୍ଚ୍ଚ ହେବ ୧୦୦ କୋଟି

ଡାକ୍ତରଙ୍କ କହିବା କଥା, କିଡନି ଷ୍ଟୋନ୍ ଆଉ ପିରିୟସ୍ସ ଯନ୍ତ୍ରଣା  ପାଖାପାଖି ଏକାଭଳି ହୋଇଥିବାରୁ ଏହାକୁ ଠଉରେଇବା କଷ୍ଟକର । ତେଣୁ ପେଟରେ ଯନ୍ତ୍ରଣା ବା ଅଣ୍ଟା ବିନ୍ଧା ପରି ସମସ୍ୟା ହେଲେ ଡେରି ନକରି ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ  ।

ପୁଣେ ମଣିପାଲ ହସ୍ପିଟାଲ ନେଫ୍ରୋଲୋଜି କନସଲ୍ଟାଣ୍ଟ ଡାକ୍ତର ସୌରଭ ଖିସ୍ତେଙ୍କ କହିବା ମୁତାବକ, କିଡନି ଷ୍ଟୋନ ହୋଇଥିଲେ, ପିଠି କିମ୍ବା ଅଣ୍ଟାର ଗୋଟିଏ ପାଖରୁ ଯନ୍ତ୍ରଣା ଆରମ୍ଭ ହୋଇ ପେଟ କିମ୍ବା ଜଙ୍ଘ ଯାଏଁ ବ୍ୟାପୀଥାଏ  । ଏହା ପିରିୟଡ୍ସ ପେନ୍ ଭଳି ଲାଗେ । କିନ୍ତୁ ମନେ ରଖିବା ଉଚିତ ଯେ ପରିୟଡ୍ସ ପେନରେ ଯନ୍ତ୍ରଣା ତଳି ପେଟ ବା ପେଲଭିକ୍ ଯାଏଁ ସୀମିତ ରୁହେ । 

ଅଧିକ ପଢନ୍ତୁ... ସପ୍ତାହକୁ ୨ଥର ପିଅନ୍ତୁ ପାଳଙ୍ଗ ଜୁସ୍‌ ; ମିଳିବ ଅନେକ ଚମତ୍କାରୀ ଫାଇଦା

ପିରିୟଡ୍ସ ସମୟରେ ହରମୋନ୍ ଅସନ୍ତୁଳନ ହେଉଥିବାରୁ ପେଟ ଫୁଲିବା, ବାନ୍ତି ଲାଗିବା ଭଳି ସମସ୍ୟା ଦେଖାଯାଏ ।  କିଡନି ଷ୍ଟୋନ ରେ  ବି ପାଖାପାଖି ଏଭଳି ସମସ୍ୟା ହୋଇଥାଏ । ତେଣୁ ଅଧକାଂଶ ମହିଳା ଦୁଇଟି ଭିତରେ ଫରକ ଏତେ ସହଜରେ ଜାଣିନପାରି ଅଣଦେଖା କରିଦିଅନ୍ତି ।

ଯଦି ଆରମ୍ଭରୁ କିଡନି ଷ୍ଟୋନର ଚିକିତ୍ସା କରାନଯାଏ ତେବେ ଏହା ୟୁରିନ୍ ଟ୍ୟୁବକୁ ଅବରୋଧ କରିବାରୁ ପରିସ୍ରା ହେବାରେ ସମସ୍ୟା ହୁଏ ପେଟରେ ବହୁତ ଯନ୍ତ୍ରଣା ହୁଏ  ।  ଏହାସହ କିଡନିରେ ସଂକ୍ରଣ ହେବାର ମଧ୍ୟ ଆଶଙ୍କା ବଢ଼ିଯାଏ  ।  ଏହାସହ ଯଦି ପରିସ୍ରାରେ ଜ୍ବଳନ ହେଉଛି ରକ୍ତସ୍ରାବ ହୁଏ କିମ୍ବା ବାରମ୍ବାର ପରିସ୍ରା ଲାଗେ , ଅଣ୍ଟାରେ ଯନ୍ତ୍ରଣା ଅନୁଭବ କରୁଛନ୍ତି ତାହେଲେ ଡେରି ନକରି ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

କିଡନି ଷ୍ଟୋନ ଜାଣିବେ କିପରି?
ସିଟି ସ୍କାନ ନଚେତ୍ ଅଲ୍ଟ୍ରାସାଉଣ୍ଡରୁ କିଡନି ଷ୍ଟୋନକୁ ସହଜରେ ଜାଣିହୁଏ ।  ଫଳରେ ଆରମ୍ଭରୁ ଚିକିତ୍ସା ଆରମ୍ଭ କଲେ ବିପଦ ଟଳିଯାଏ।

କି ଚିକିତ୍ସା କରିବେ?
ଯଦି କିଡନିରେ ଛୋଟ ଆକାରର ଷ୍ଟୋନ ରହିଛି ତାହେଲେ ଅଧିକ ପାଣି ପିଇଲେ ଏହା ପରିସ୍ରା ପଟେ ବାହାରିଯାଏ । ଅନେକ କୋଳଥ ସିଝା ପାଣି ପିଇଲେ ବି ଛୋଟ ଷ୍ଟୋନ ଷ୍ଟୋନ ବାହାରିଯାଏ ।  କିନ୍ତୁ ପଥୁରୀ  ବଡ଼ ହୋଇଥିଲେ  ସର୍ଜରି ଆବଶ୍ୟକ ହୁଏ ।  RIRS,URS,PCNL ଜରିଆରେ ପଣୁରୀ ବାହାର କରିଦିଆଯାଏ  ।

କିଡନି ଷ୍ଟୋନ  ନହେବା ପ୍ରତିକାର କ’ଣ?
ଯଦି ଚାହୁଁଛନ୍ତି ଆପଣଙ୍କର କେବେ କିଡନି ଷ୍ଟୋନ  ନହେଉ ତାହେଲେ ନିଜ ଅଭ୍ୟାସରେ ପରିବର୍ତ୍ତନ ଆଣନ୍ତୁ । ପ୍ରତିଦିନ ପ୍ରଚୂର ଅର୍ଥାତ୍  ୩ରୁ ୪ ଲିଟର ପାଣି ପିଅନ୍ତୁ । ଖାଦ୍ୟରେ ଲୁଣର ମାତ୍ରା କମାନ୍ତୁ  ।  ମଝିରେ ମଝିରେ କିଡନି ପରୀକ୍ଷା କରାନ୍ତୁ ।  

କିଡନି ଷ୍ଟୋନର ସାଧାରଣ ଲକ୍ଷଣ : 
ଫାଳିକିଆ ପେଟରେ ଯନ୍ତ୍ରଣା
ପରିସ୍ରାରେ ପରିବର୍ତ୍ତନ
ପରିସ୍ରାରେ ରକ୍ତ ପଡ଼ିବା
ପିଠି, ପେଟ, ଜଙ୍ଘରେ ଯନ୍ତ୍ରଣା
ଏସବୁ ଲକ୍ଷଣରୁ କିଛି ବି ଦେଖାଗଲେ ଡାକ୍ତରଙ୍କ ସହ ତୁରନ୍ତ ପରାମର୍ଶ କରନ୍ତୁ