କନକବ୍ୟୁରୋ : ଜଣେ ନାବାଳିକା ଘରେ ଶୋଇଥିବା ବେଳେ ଅଧରାତିରେ ଘରେ ପଶି ତାଙ୍କୁ ଦାଦା, ପୁତୁରା ଗଣଦୁଷ୍କର୍ମ କରିଛନ୍ତି । ଏନେଇ ଆଜି ଅଭିଯୋଗ ହେବାରୁ ପୁରୀ ଜିଲ୍ଲା ଚନ୍ଦନପୁର ଥାନା ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଦାଦା ଓ ପୁତୁରାକୁ ଅଟକ ରଖି ତଦନ୍ତ ଚଳାଇଛି ।
ଚନ୍ଦନପୁର ଥାନା ଆଇଆଇସି ଭୁବନମୋହନ ସାମନ୍ତରାୟ କହିଛନ୍ତି ଯେ ଚନ୍ଦନପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷ ବୟସ୍କା ନାବାଳିକା ତାଙ୍କ ୭ ବର୍ଷୀୟା ସାନଭଉଣୀ ସହିତ ଗତ ୨୨ ତାରିଖ ରାତିରେ ଘରେ ଶୋଇଥିଲେ । ଏହି ସମୟରେ ତାଙ୍କ ପରିବାର ଲୋକେ କାଳୀଙ୍କ ଭଷାଣି ଯାତ୍ରା ଦେଖିବାକୁ ଯାଇଥିଲେ।
ପୀତବାସ ହତ୍ୟାକାଣ୍ଡର ଫେରାର ଆସାମୀକୁ ଏଯାଏଁ ଧରିନି ପୁଲିସ : ଛାମୁଙ୍କ ଗଡ଼ରେ ବିଜେଡିର ସ୍ବାସ୍ଥ୍ୟ ହାନୀ ଚର୍ଚ୍ଚା
ତେଣୁ ତାଙ୍କ ଘରେ କେହି ନଥିବାର ସୁଯୋଗ ନେଇ ନାବାଳିକାଙ୍କ ବୀରନରସିଂହପୁର ଦକ୍ଷିଣପଟ ଭୋଇ ସାହିର ସମ୍ପର୍କୀୟ ଦାଦା ଓ ଭାଇ ମିଶି ରାତି ୪ଟା ସମୟରେ ତାଙ୍କ ଘରେ ପଶି ନାବାଳିକାଙ୍କୁ ବଳପୂର୍ବକ ଗଣଦୁଷ୍କର୍ମ କରି ଫେରାର ହୋଇଯାଇଥିଲେ । ପରିବାର ଲୋକେ ଫେରିବା ପରେ ନାବାଳିକା ଜଣକ ସେମାନଙ୍କୁ ସମସ୍ତ ଘଟଣା ବର୍ଣ୍ଣନା କରିଥିଲେ ।
ପୁଲିସ ଆଗରେ କହିଲା ନାବାଳିକା
ତେବେ ଅଭିଯୁକ୍ତମାନେ ଗୁଣ୍ଡା ଶ୍ରେଣୀୟ ଲୋକ ହୋଇଥିବାରୁ ଗତକାଲି ସେମାନେ ଭୟରେ ଥାନାକୁ ଆସିନଥିଲେ। ମାତ୍ର ଆଜି ନାବାଳିକା ଜଣକ ମନରେ ସାହାସ ନେଇ ଚନ୍ଦନପୁର ଥାନାକୁ ଆସି ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତି କରି ପୁଲିସ ନାବାଳିକାଙ୍କୁ ଡାକ୍ତରଖାନା ନେଇ ଡାକ୍ତରୀ ମାଇନା କରାଇଛି। ଘଟଣାର ଅଭିଯୁକ୍ତ ଦ୍ବୟଙ୍କୁ ପୁଲିସ ଉଠାଇଆଣି ଥାନାରେ ଅଟକ ରଖି ପଚରା ଉଚରା ଚଳାଇଛି। ଏହି ଦାଦା, ପୁତୁରା ଦୁହେଁ ଟେଣ୍ଟ ହାଉସରେ କାମ କରନ୍ତି। ତେବେ ପୂର୍ବରୁ ଉଭୟଙ୍କ ପରିବାର ମଧ୍ୟରେ ପାରିବାରିକ କଳହ ଥିବା ପୁଲିସ କହିଛି।
୨୦୨୬ ମେ ସୁଦ୍ଧା ସରିବ ‘କଳାମଣ୍ଡଳ’ର ନିର୍ମାଣ କାର୍ଯ୍ୟ : ମୁଖ୍ୟମନ୍ତ୍ରୀ
Follow Us