କନକ ବ୍ୟୁରୋ; ଦିପାବଳି ପରେ ଦିଲ୍ଲୀ ଏନସିଆରରେ ଭୟଙ୍କର ବାୟୁ ପ୍ରଦ୍ୟୁଷଣ । ବିଷ ପାଲଟିଲା ଦିଲ୍ଲୀ ବାୟୁ । ‘ଗ୍ୟାସ୍ ଚ୍ୟାମ୍ବର’ ପାଲଟିଲା ଦିଲ୍ଲୀ ଏନସିଆର । କେନ୍ଦ୍ରୀୟ ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡ ସୂଚନା ଅନୁସାରେ ଦିଲ୍ଲୀ ବାୟୁର ଗୁଣବତା ଅତି ଖରାପ ସ୍ଥିତିରେ ପହଂଚିଛି । ସହରର ୩୪ଟି ସ୍ଥାନରେ ପ୍ରଦ୍ୟୁଷଣ ସ୍ତର ରେଡ୍ ଲେବୁଲରେ ପହଂଚିଛି । ଅଧିକାଂଶ ସ୍ଥାନରେ ୫୦୦ ଉପରେ ଏକ୍ୟୁଆଇ ।
ଦିବ୍ୟାଙ୍ଗ ଛାତ୍ରୀ ପାଳିଲେ ଦୀପାବଳି, ଅସହାୟଙ୍କ ମୁହଁରେ ଫୁଟିଲା ହସ
ଗାଜିଆବାଦ ଓ ନରେଲା ଅଂଚଳରେ ଘରୁ ବାହାରିଲେ ଲୋକଙ୍କ ଆଖି ପୋଡ଼ୁଥିବା ଅଭିଯୋଗ କରିଛନ୍ତି ଲୋକ । ବାୟୁ ପ୍ରଦ୍ୟୁଷଣ ଯୋଗୁଁ ଅନେକ ମାରାତ୍ମକ ରୋଗର ଶିକାର ହୋଇପାରନ୍ତି ଲୋକେ । ରାତି ୮ଟାରୁ ୧୦ଟା ଭିତରେ କେବଳ ସବୁଜ ବାଣ ଫୁଟାଇବାକୁ ଅନୁମତି ଦେଇଥିଲେ ସୁପ୍ରିମକୋର୍ଟ । ହେଲେ କଟକଣା ମାନିଲେନି ଲୋକ । ଅତ୍ୟଧିକ ବାଣ ଫୁଟାଇବା କାରଣରୁ ବାୟୁ ପ୍ରଦ୍ୟୁଷଣ ଅତି ଭୟଙ୍କର ସ୍ଥିତିରେ ପହଂଚିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/10/21/delhi-2025-10-21-08-32-20.jpg)