ଭଦ୍ରକ ଏନଏଚରେ ଟ୍ରକ ବ୍ରେକଡାଉନ୍ , ଗୋଟିଏ ପାଖ ଅଚଳ

Advertisment

ଦୀର୍ଘ ୭ ଘଣ୍ଟା ଧରି ୧୬ ନମ୍ବର ଜାତୀୟ ରାଜପଥ ଜାମ । ଭଦ୍ରକ ଏନଏଚରେ ଗୋଟିଏ ପାଖ ଅଚଳାଅବସ୍ଥା । ଏହା ସହ ସର୍ଭିସ ରୋଡର ମଧ୍ୟ ଅଚଳାବସ୍ଥା । ୧୬ ନମ୍ବର ଜାତୀୟ ରାଜପଥରେ ଭଦ୍ରକରୁ ବାଲେଶ୍ବର ଯାଉଥିବା ଦୀର୍ଘ କିଲୋମିଟର ପର୍ଯ୍ୟନ୍ତ ଗାଡ଼ି ଅଟକ ରହିଛି ।

Bhadrak News

Bhadrak News Photograph: (Kanak News)

କନକ ବ୍ୟୁରୋ : ଦୀର୍ଘ ୭ ଘଣ୍ଟା ଧରି ୧୬ ନମ୍ବର ଜାତୀୟ ରାଜପଥ ଜାମ । ଭଦ୍ରକ ଏନଏଚରେ ଗୋଟିଏ ପାଖ ଅଚଳାଅବସ୍ଥା । ଏହା ସହ ସର୍ଭିସ ରୋଡର ମଧ୍ୟ ଅଚଳାବସ୍ଥା । ୧୬ ନମ୍ବର ଜାତୀୟ ରାଜପଥରେ ଭଦ୍ରକରୁ ବାଲେଶ୍ବର ଯାଉଥିବା ଦୀର୍ଘ କିଲୋମିଟର ପର୍ଯ୍ୟନ୍ତ ଗାଡ଼ି ଅଟକ ରହିଛି । ଗତକାଲି ରାତି ୧୧ଟାରୁ ଠିଆ ହୋଇଛି ଗାଡ଼ି ।

ଅଧିକ ପଢନ୍ତୁ : ବାଲେଶ୍ବର ୧୬ ନମ୍ବର ଜାତୀୟ ରାଜପଥ ଦଣ୍ଡିକା ନିକଟରେ ଦୁର୍ଘଟଣା, ବାଇକକୁ ପଛପଟୁ ଧକ୍କା ଦେଲା ଧାନ ବୋଝେଇ ଟ୍ରକ

 ଜାତୀୟ ରାଜପଥରେ ବାଲେଶ୍ଵର ଏବଂ କୋଲକାତା ଅଭିମୁଖେ  ଯାନ ବାହନ ଦୀର୍ଘ ଘଣ୍ଟା ଧରି ସମ୍ପୂର୍ଣ୍ଣ ବନ୍ଦ । ୧୬ ନମ୍ବର ଜାତୀୟ ରାଜପଥର ଧାମର ରେଳ ଓଭରବ୍ରୀଜ ତଳେ ଟ୍ରକଟି ବ୍ରେକ ଡାଉନ ହୋଇଛି । ସେହି ନିକଟରେ ଜାତୀୟରାଜପଥ ମରାମତି କାମ ଚାଲୁଥିବାରୁ ଗାଡି ଚଳାଚଳ ଵାଧାପ୍ରାପ୍ତ ହୋଇଛି । ଭଦ୍ରକ ଗ୍ରାମାଞ୍ଚଳ ପୁଲିସ୍ ପହଞ୍ଚି ରାସ୍ତା ସଫା କରିବା ପାଇଁ ଚେଷ୍ଟା ଜାରି ରଖିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe