କନକ ବ୍ୟୁରୋ: ବାଲେଶ୍ବର ୧୬ ନମ୍ବର ଜାତୀୟ ରାଜପଥ ଦଣ୍ଡିକା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମୃତ । ସୂଚନା ଅନୁସାରେ, ବସ୍ତା ଥାନା ଅନ୍ତର୍ଗତ ଦଣ୍ଡିକା ନିକଟରେ ବିଳମ୍ବିତ ରାତିରେ ବାଲେଶ୍ବରରୁ ବାଲିଆପାଳ ଅଭିମୁଖେ ଯାଉଥିବା ଏକ ବାଇକକୁ ପଛପଟୁ ଧକ୍କା ଦେଇଥିଲା ଧାନ ବୋଝେଇ ଟ୍ରକ । ଫଳରେ ବାଇକଟି ଟ୍ରକ ଚକା ତଳକୁ ଆସି ଯାଇଥିଲା । ଘଟଣାସ୍ଥଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି ।
ଉତ୍ତରପ୍ରଦେଶ ମଥୁରାରେ ମର୍ମନ୍ତୁଦ ଦୁର୍ଘଟଣା : ୬ ମୃତ
ଘଟଣାସ୍ଥଳରେ ରାଜପଥ ପାଟ୍ରୋଲିଂ ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବସ୍ତା ଡାକ୍ତରଖାନା ପଠାଇଛି । ଧାନ ବୋଝେଇ ଟ୍ରକକୁ ଜବଦ କରି ବସ୍ତା ପୁଲିସକୁ ହସ୍ତାନ୍ତର କରିଛି । ପୁଲିସ ଘଟଣାର ତଦନ୍ତ କରୁଛି । ସେପଟେ ବାଇକ ଆରୋହୀଙ୍କ ପରିଚୟ ମିଳିନଥିବା ବେଳେ ପ୍ରାରମ୍ଭିକ ତଦନ୍ତରୁ ବାଲିଆପାଳ ଅଞ୍ଚଳର ବୋଲି ଜଣାପଡ଼ିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/21/accident-2026-02-21-09-06-07.jpg)