କନକ ବ୍ୟୁରୋ : ଦୀର୍ଘ ୭ ଘଣ୍ଟା ଧରି ୧୬ ନମ୍ବର ଜାତୀୟ ରାଜପଥ ଜାମ । ଭଦ୍ରକ ଏନଏଚରେ ଗୋଟିଏ ପାଖ ଅଚଳାଅବସ୍ଥା । ଏହା ସହ ସର୍ଭିସ ରୋଡର ମଧ୍ୟ ଅଚଳାବସ୍ଥା । ୧୬ ନମ୍ବର ଜାତୀୟ ରାଜପଥରେ ଭଦ୍ରକରୁ ବାଲେଶ୍ବର ଯାଉଥିବା ଦୀର୍ଘ କିଲୋମିଟର ପର୍ଯ୍ୟନ୍ତ ଗାଡ଼ି ଅଟକ ରହିଛି । ଗତକାଲି ରାତି ୧୧ଟାରୁ ଠିଆ ହୋଇଛି ଗାଡ଼ି ।

Advertisment

ଅଧିକ ପଢନ୍ତୁ : ବାଲେଶ୍ବର ୧୬ ନମ୍ବର ଜାତୀୟ ରାଜପଥ ଦଣ୍ଡିକା ନିକଟରେ ଦୁର୍ଘଟଣା, ବାଇକକୁ ପଛପଟୁ ଧକ୍କା ଦେଲା ଧାନ ବୋଝେଇ ଟ୍ରକ

 ଜାତୀୟ ରାଜପଥରେ ବାଲେଶ୍ଵର ଏବଂ କୋଲକାତା ଅଭିମୁଖେ  ଯାନ ବାହନ ଦୀର୍ଘ ଘଣ୍ଟା ଧରି ସମ୍ପୂର୍ଣ୍ଣ ବନ୍ଦ । ୧୬ ନମ୍ବର ଜାତୀୟ ରାଜପଥର ଧାମର ରେଳ ଓଭରବ୍ରୀଜ ତଳେ ଟ୍ରକଟି ବ୍ରେକ ଡାଉନ ହୋଇଛି । ସେହି ନିକଟରେ ଜାତୀୟରାଜପଥ ମରାମତି କାମ ଚାଲୁଥିବାରୁ ଗାଡି ଚଳାଚଳ ଵାଧାପ୍ରାପ୍ତ ହୋଇଛି । ଭଦ୍ରକ ଗ୍ରାମାଞ୍ଚଳ ପୁଲିସ୍ ପହଞ୍ଚି ରାସ୍ତା ସଫା କରିବା ପାଇଁ ଚେଷ୍ଟା ଜାରି ରଖିଛି ।