କନକ ବ୍ୟୁରୋ : ମଲା ପରେ ମିଳିବ କି ଭତ୍ତା । ସିଏମସିରେ ଏବେ ଭତ୍ତା ଦୌଡ଼ରେ ଅଛନ୍ତି ପ୍ରାୟ ୧୦ ହଜାର ହିତାଧିକାରୀ । ଭତ୍ତା ପାଇବାକୁ ଯୋଗ୍ୟ ହୋଇଥିଲେ ବି ତାଲିକାକୁ କିନ୍ତୁ ନାଁ ଚଢ଼ି ପାରୁନି। ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତ୍ତା ପାଲଟିଛି ସାତ ସପନ ।
ଅଧିକ ପଢ଼ନ୍ତୁ : ଭୂତଙ୍କ ନାଁରେ ବାବୁ ଖାଉଥିଲେ ଭତ୍ତା ଟଙ୍କା; ଗୁମର ଖୋଲିଦେଲେ ବାଲେଶ୍ବର ସାଂସଦ
କଟକ ପୁରୀଘାଟ କୁମ୍ଭାର ସାହିର ୬୬ ବର୍ଷୀୟ ମହମ୍ମଦ ମେହମୁଦ ଓ ତାଙ୍କ ପତ୍ନୀ ୬୨ ବର୍ଷୀୟା ରହିମାତୁନ ନିଶା । ଦେଢ଼ ବର୍ଷ ହେଲା କଟକ ମହାନଗର ନିଗମରେ ବାର୍ଦ୍ଧକ୍ୟ ଭତ୍ତା ଲାଗି ଆବେଦନ କରିଛନ୍ତି । ଦୌଡ଼ିଦୌଡ଼ି ଚପଲ ଘୁରି ଗଲାଣି, ହେଲେ ଏଯାଏଁ ଭତ୍ତା ତାଲିକାକୁ ନାଁ ଚଢ଼ି ପାରିନି । ସେହିପରି କୁମ୍ଭାର ସାହିର ରଞ୍ଜିତା ପାତ୍ର। ସ୍ବାମୀଙ୍କ ମୃତ ପରେ ଜୀବନ ଦୁର୍ବିସହ ହୋଇପଡ଼ିଛି । ଦେଢ଼ ବର୍ଷ ହେଲାଣି ବିଧବା ଭତ୍ତା ଲାଗି ଆବେଦନ କରି ବି କୌଣସି ସୁଫଳ ପାଇନାହାନ୍ତି ।
ଅଧିକ ପଢ଼ନ୍ତୁ : ବିଚିତ୍ର ଭତ୍ତା ବଣ୍ଟନ ବ୍ୟବସ୍ଥା ; ବଞ୍ଚି ଥାଉ ଥାଉ ବର୍ଦ୍ଧିତ ଭତ୍ତା ପାଇଁ ବୃଦ୍ଧାଙ୍କୁ ମାରିଦେଲେ
ଭତ୍ତା ତାଲିକାରେ ୨ ବର୍ଷ ହେଲା ଚଢ଼ିପାରୁନି ନୂଆ ନାଁ । ଗତ ସିଏମସି କାଉନସିଲ୍ ବୈଠକରେ ମଧ୍ୟ ଉଠିଥିଲା ଏ ପ୍ରସଙ୍ଗ । ମାତ୍ର ସମାଧାନର ରାସ୍ତା ବାହାରିପାରିନଥିଲା । ଏ ନେଇ ମେୟର କହିଛନ୍ତି ଏ ସଂପର୍କରେ ସରକାରଙ୍କୁ ଅବଗତ କରାଯାଇସାରିଛି। ନୀତିଗତ ନିଷ୍ପତ୍ତି ନିଆନଯିବାରୁ ଏ ସମସ୍ୟା ଉପୁଜୁଛି ।
- ଭତ୍ତା ପାଇଁ ସିଏମ୍ସି ଅଧୀନରେ ୩୨ ହଜାର ଲୋକ ପଞ୍ଜୀକୃତ
- ହଜାରେରୁ ଆରମ୍ଭ କରି ୩୪୦୦ ଟଙ୍କା ପର୍ଯ୍ୟନ୍ତ ମିଳୁଛି ଭତ୍ତା
- ବିଭିନ୍ନ ଭତ୍ତା ବାବଦକୁ ଦିଆଯାଉଛି ୩ କୋଟିରୁ ଅଧିକ ଟଙ୍କା
- ଏବେ ବି ଭତ୍ତା ଅପେକ୍ଷାରେ ୧୦ ହଜାର ହିତାଧିକାରୀ
କେବେ ମିଳିବ ଭତ୍ତା? ଖାଲି ନିୟମ କରିଦେଇ ଚୁପ୍ ବସିଯାଉଛନ୍ତି କି ସରକାର ? କ’ଣ ପାଇଁ ନିୟମକୁ କାର୍ଯ୍ୟକାରୀ କରିପାରୁନି ବ୍ୟବସ୍ଥା ? କାହିଁକି ଭତ୍ତା ପାଇପାରୁନାହାନ୍ତି ହଜାର ହଜାର ହିତାଧିକାରୀ ?
Follow Us