କନକବ୍ୟୁରୋ : ଏକ ସାମରିକ ଅଭିଯାନ ଜରିଆରେ ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଆମେରିକା ଗିରଫ କରି ଉଠାଇ ଆଣିବା ପରେ ଦେଖାଦେଇଥିବା ସଙ୍କଟର ପ୍ରଭାବ ଆଜି ଭାରତର ବିଭିନ୍ନ ବଜାର ଉପରେ ପଡ଼ିଥିଲା ।   ଷ୍ଟକ୍ ବଜାରଠାରୁ ଆରମ୍ଭ କରି ମୁଦ୍ରା ପର୍ଯ୍ୟନ୍ତ ସବୁଆଡ଼େ ଏହାର ତାତି ପରିଲକ୍ଷିତ ହୋଇଥିଲା। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍ସେକ୍ସ ୩୨୨ ପଏଣ୍ଟ ହ୍ରାସ ପାଇ ୮୫,୪୩୯ ପଏଣ୍ଟରେ ବନ୍ଦ ହୋଇଛି। ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୭୮.୨୫ ପଏଣ୍ଟ ହ୍ରାସ ପାଇ ୨୬,୨୫୦ ପଏଣ୍ଟରେ ବନ୍ଦ ହୋଇଛି। ସେନ୍ସେକ୍ସର ଅଂଶ ଥିବା ଏଚ୍ଡିଏଫ୍ସି ବ୍ୟାଙ୍କ, ଇନ୍ଫୋସିସ୍, ଏଚ୍ସିଏଲ୍ ଟେକ୍ନୋଲୋଜିସ୍, ବଜାଜ ଫାଇନାନ୍ସ ଓ ଟିସିଏସ୍ ସେୟାର ମୂଲ୍ୟରେ ୨ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଘଟିଛି। ଅନ୍ୟ ପକ୍ଷରେ ମୁଦ୍ରା ବିନିମୟ ବଜାରରେ ଆମେରିକୀୟ ଡଳାର ତୁଳନାରେ ଭାରତୀୟ ଟଙ୍କା ଆହୁରି ଦୁର୍ବଳ ହୋଇପଡ଼ିଛି। ଏକ ଡଲାର ମୂଲ୍ୟ ୯୦ ଟଙ୍କା ୨୮ ପଇସା ହୋଇଯାଇଛି । 

Advertisment

ଭୋଟର ତାଲିକା ଜାଲିଆତି ମାମଲା: ଜବାବ ଦାଖଲ ପାଇଁ ସୋନିଆଙ୍କୁ ସମୟ ଦେଲେ ଦିଲ୍ଲୀ କୋର୍ଟ

ଦୁର୍ବଳ ଇକ୍ବିଟି ବଜାର ଓ ଭେନେଜୁଏଲା ସଙ୍କଟ ପାଇଁ ସାରା ବିଶ୍ବରେ ଡଲାର ପୁଣି ଶକ୍ତିଶାଳୀ ହୋଇଛି ।  ଆଜି ବଜାର ଖୋଲିବା ବେଳକୁ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୯୦ ଟଙ୍କା ୨୧ ପଇସା ଥିଲା। ଏକ ସମୟରେ ଡଲାର ଦାମ୍ ୯୦ ଟଙ୍କା ୫୦ ପଇସା ହୋଇଯାଇଥିଲା। କିନ୍ତୁ ବଜାର ବନ୍ଦ ହେବା ବେଳକୁ ସେଥିରେ ସୁଧାର ଘଟି ୯୦ ଟଙ୍କା ୨୮ ପଇସାକୁ ଖସି ଆସିଥିଲା । ଲଗାତାର ଚତୁର୍ଥ କାରବାର ଦିନରେ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହୋଇଛି ଯାହା ଭାରତୀୟ ଆମଦାନୀକୁ ମହଙ୍ଗା କରୁଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନା ଓ ରୁପା ଦର ମଧ୍ୟ ବଢ଼ିଛି। ଭୂରାଜନୈତିକ ଆହୁରି ଗମ୍ଭୀର ହୋଇଥିବାରୁ ନିବେଶକମାନେ ଏହି ଦୁଇ ସୁରକ୍ଷିତ ଧାତୁରେ ନିବେଶ ବଢ଼ାଇଛନ୍ତି ।

 ତାହାର ପ୍ରଭାବରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (ଏମ୍ସିଏକ୍ସ)ରେ ସୁନାର ୧୦ ଗ୍ରାମ ପିଛା ଦାମ୍ ୧,୩୬,୩୦୦ ଟଙ୍କାକୁ ବୃଦ୍ଧି ପାଇଛି। ରୁପାର କେଜି ପିଛା ଦାମ୍ ମଧ୍ୟ ୨,୪୯,୯୯୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଅନ୍ତର୍ଜାତୀୟ ବଜାରରେ ସୁନାର ଆଉନ୍ସ ପିଛା ଦାମ୍ ଡଲାର ଓ ରୁପାର ଆଉନ୍ସ ପିଛା ଦର ୭୫.୯୬ ଡଲାରକୁ ବୃଦ୍ଧି ପାଇଛି। ତେବେ, ଭେନେଜୁଏଲା ସଙ୍କଟ ଯେଉଁ କ୍ଷେତ୍ରକୁ ସର୍ବାଧିକ ପ୍ରଭାବିତ କରିବା ଆଶଙ୍କା କରାଯାଉଥିଲା ତାହା ହେଉଛି ଅଶୋଧିତ ତୈଳ। ସେହି ବଜାରରେ ବିଶେଷ କରି ପ୍ରଭାବ ପଡ଼ିନାହିଁ। ଓଲଟା ଅଶୋଧିତ ତୈଳର ବ୍ୟାରେଲ୍‌ ପିଛା ଦାମ୍ ୬୦ ଡଲାର ପର୍ଯ୍ୟନ୍ତ ହ୍ରାସ ପାଇଛି।