କନକବ୍ୟୁରୋ : କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସୁରେଶ କଲମାଡିଙ୍କ ଆଜି ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ତାଙ୍କ ଅନ୍ତିମ ସଂସ୍କାର ପୁନେର ବୈକୁଣ୍ଠ ଧାମରେ ମଧ୍ୟାହ୍ନ ତିନିଟା ରେ ସଂପୂର୍ଣ୍ଣ ହେବ । କଂଗ୍ରେସର ପୂର୍ବ କେନ୍ଦ୍ରୀୟ ମନ୍ତ୍ରୀ ତଥା ବରିଷ୍ଠ ନେତା ସୁରେଶ କଲମାଡିଙ୍କ ପରଲୋକ ହୋଇଛି । ଦାର୍ଘଦିନ ଧରି ଅସୁସ୍ଥ ଥିବା ସୁରେଶଙ୍କର ଆଜି ୮୧ ବର୍ଷ ବୟସରେ ମୃତ୍ୟୁ ହୋଇଛି । ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ପରିବାର ଲୋକଙ୍କ କହିବା ଅନୁସାରେ ତାଙ୍କର ଅନ୍ତିମ ସଂସ୍କାର ପୁନେର ବୈକୁଣ୍ଠ ଧାମରେ ଅପରାହ୍ନ ୩ଟା ବେଳେ ସଂପର୍ଣ୍ଣ ହେବ । ସୂଚନା ଅନୁଯାୟୀ କାମନ ଓ୍ବେଲ୍ଥ ଗେମ୍ସ ଘୋଟାଲାରେ ତାଙ୍କ ନାଁ ଆସିବା ପରେ ସେ ତାଙ୍କ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।
ଭୋଟର ତାଲିକା ଜାଲିଆତି ମାମଲା: ଜବାବ ଦାଖଲ ପାଇଁ ସୋନିଆଙ୍କୁ ସମୟ ଦେଲେ ଦିଲ୍ଲୀ କୋର୍ଟ
ଏହି ବିବାଦ ପୁରା ଦେଶ ସାରା ବ୍ୟାପିଯାଇଥିଲା । ଯାହା ଫଳରେ ଅନେକ ରାଜନୈତିକ ଉତ୍ଥାନ ପତନ ଦେଖିବାକୁ ମିଳିଥିଲା । ସୁରେଶ କଲମାଡୀଙ୍କ ପରିବାରରେ ତାଙ୍କ ପତ୍ନୀ , ପୁଅ, ସ୍ତ୍ରୀ, ବୋହୂ, 2ଜଣ ବିବାହିତା ଝିଅ ଏବଂ ଦୁଇ ଜ୍ବାଇଁ ମଧ୍ୟ ଅଛନ୍ତି । ବରିଷ୍ଠ କଂଗ୍ରେସ ନେତା ସୁରେଶ କଲମାଡି ସେହି ବଡ ଲୋକ ସହ ସାମିଲ୍ ଥିଲେ ଯାହାଙ୍କ ସହ ଭଲ ସମ୍ବନ୍ଧ ରହିଥିଲା ।
ସେ ରେଳ ରାଜ୍ୟମନ୍ତ୍ରୀ ଭାବେ କାର୍ଯ୍ୟ ମଧ୍ୟ କରିଥିଲେ । ପରେ ସେ ଇଣ୍ଡିଆନ୍ ଅଲମ୍ପିକ୍ ଆସୋସିଏସନର ଅଧ୍ୟକ୍ଷ ମଧ୍ୟ ଥିଲେ । ପୁନେର ଏକ ଲୋକପ୍ରିୟ ରାଜନେତା କଲମାଡି ଅନେକ ଥର ଲୋକସଭା ପାଇଁ ନିର୍ବାଚିତ ହୋଇଥିଲେ । ଅନେକ ବର୍ଷ ଯାଏଁ କଲମାଡି ସାର୍ବଜନୀନ ଜୀବନର ଭୂମିକା ନିଭାଇବା ସହ ରାଷ୍ଟ୍ରୀୟ ସ୍ତରରେ ଖେଳ ପ୍ରଶାସନ ମଧ୍ୟ ଜଡିତ ଥିଲେ । ପ୍ରକାଶ ଥାଉକି ୨୦୧୦ ମସିହାରେ କାମନଓ୍ବେଲ୍ଥ ଗେମ୍ସ ପାଇଁ ଆଇଓଏ ତାଙ୍କ ଉପରେ ଅନେକ ପ୍ରଶ୍ନ ଉଠାଇଥିଲେ ।
ତାଙ୍କର ରାଜନୈତିକ କ୍ୟାରିୟରକୁ ନେଇ ଅନେକ ପ୍ରଶ୍ନ ଉଠାଯାଇଥିଲା । ୨୦୧୧ରେ ତାଙ୍କୁ ଗିରଫ ମଧ୍ୟ କରାଯାଇଥିଲା। ଯାହାଫଳରେ କଂଗ୍ରେସ ସଙ୍ଗଠନ ତାଙ୍କୁ ପାର୍ଟିରୁ ବହିଷ୍କୃତ କରିଥିଲା । ବହୁ ବାଧା ବିଘ୍ନ ପରେ ବି ତାଙ୍କ ଅବଦାନ ସର୍ବଦା ଚିରସ୍ମରଣୀୟ । ତାଙ୍କର ବଳିଷ୍ଠ ରଣନୀତି , ବ୍ୟବହାରଠୁ ଆରମ୍ଭ କରି ସବୁକିଛି ସ୍ମୁତି ହୋଇ ରହିଯିବ । ସେ ଖାଲି ରାଜନୀତି କରୁନଥିଲେ ବରଂ ଲୋକଙ୍କ ହୃଦୟରେ ସେ ଘର କରି ଆଜି ବି ରହିଛନ୍ତି । ତାଙ୍କର ପରଲୋକ ଖବର ଅନେକଙ୍କ ମନରେ ଗଭୀର ଆଘାତ ସୃଷ୍ଟି କରିଛି । କଲମାଡିଙ୍କ ପରିବାର ସମେତ ପୁରା ଦେଶବାସୀ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଭଗବାନଙ୍କ ନିକଟରେ ଅଶ୍ରୁଳ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2026/01/06/suresh-2026-01-06-13-08-27.jpg)