କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରର ସାମ୍ବାରେ ୩ ସନ୍ଦିଗ୍ଧ ଆତଙ୍କବାଦୀ, ହାଇଆଲର୍ଟ୍‌ରେ ସୁରକ୍ଷା ବାହିନୀ । ଜମ୍ମୁ- କାଶ୍ମୀରର ସାମ୍ବା ଜିଲ୍ଲା ଅନ୍ତର୍ଗତ ମାନସର ଜଙ୍ଗଲରେ ଜଣେ ସ୍ଥାନୀୟ ବ୍ୟକ୍ତି ତିନି ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଦେଖିଥିବା କହିଛନ୍ତି। ଜଣେ ସେନା ୟୁନିଫର୍ମରେ, ଅନ୍ୟ ଦୁଇଜଣ କଳା ପୋଷାକରେ, ବ୍ୟାକ୍‌ପ୍ୟାକ୍ ଓ ବନ୍ଧୁକ ସହିତ ଥିଲେ । ଲୋକଙ୍କୁ ସେମାନେ ଇସାରାରେ ପାଖକୁ ଡାକିବାରୁ ଭୟରେ ପଳାଇ ପୁଲିସ୍‌କୁ ଖବର ଦେଇଛନ୍ତି। ପୁଲିସ୍, ସେନା ଓ ସିଆରପିଏଫ୍ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛନ୍ତି । ସାମ୍ବା ସହ ଜମ୍ମୁ ଓ କଠୁଆରେ ହାଇଆଲର୍ଟ୍ ଜାରି କରାଯାଇଛି ।  ଉଧମପୁରରେ ସୋମବାର ଗୁଳିବିନିମୟ ପରେ ଏହି ଘଟଣା ଉତ୍ତେଜନା ବଢ଼ାଇଛି। DIG ଶିବ କୁମାର ଶର୍ମା ଅପରେସନର ସମୀକ୍ଷା କରୁଛନ୍ତି ।

Advertisment

ଆହୁରି ପଢ଼ନ୍ତୁ : କାହିଁକି ଛାଡୁଛନ୍ତି ଭାରତୀୟ ନାଗରିକତା? ବର୍ଷକୁ ଦୁଇ ଲକ୍ଷ ଛାଡୁଛନ୍ତି ଦେଶର ନାଗରିକତା

ଘାଟିରେ ଆତଙ୍କୀ ଲଞ୍ଚପ୍ୟାଡ୍:  ନୂଆବର୍ଷରେ ବଡ଼ ଆକ୍ରମଣ ଯୋଜନା!

  • ସାମ୍ବା ଜିଲ୍ଲା ଜଙ୍ଗଲରେ ୩ ସନ୍ଦିଗ୍ଧ ଆତଙ୍କବାଦୀ
  • ଜଣେ ସେନା କମ୍ବାଟ୍ ୟୁନିଫର୍ମ, ଦୁଇଜଣ କଳା ପୋଷାକରେ ଥିଲେ
  • ବ୍ୟାକ୍‌ପ୍ୟାକ୍ ଓ ବନ୍ଧୁକ ସହିତ ସନ୍ଦିଗ୍ଧ ବ୍ୟକ୍ତିମାନେ ବୁଲୁଥିବା ସୂଚନା
  • ସ୍ଥାନୀୟ ବ୍ୟକ୍ତି ପତ୍ର ତୋଳିବା ବେଳେ ସେମାନଙ୍କୁ ଦେଖିଛନ୍ତି
  • ଇସାରାରେ ପାଖକୁ ଡାକିବାରୁ ସ୍ଥାନୀୟ ଲୋକ ପୁଲିସ୍‌କୁ ରିପୋର୍ଟ କରିଛନ୍ତି
  • ପୁଲିସ୍, ସେନା ଓ ସିଆରପିଏଫ୍  ମିଳିତ ଅପରେସନ୍ କରୁଛନ୍ତି
  • ଜଙ୍ଗଲ, କ୍ଷେତ ଓ ଅଞ୍ଚଳରେ ବ୍ୟାପକ ଖୋଜାଖୋଜି  ଚାଲିଛି
  • ସାମ୍ବା, ଜମ୍ମୁ ଓ କଠୁଆରେ ହାଇଆଲର୍ଟ୍ ଜାରି ହୋଇଛି
  • ଉଧମପୁରରେ ସୋମବାର ଗୁଳିବିନିମୟ ପରେ ଉତ୍ତେଜନା ବଢ଼ିଛି
  • DIG ଶିବ କୁମାର ଶର୍ମା ଅପରେସନ୍ ତଦାରଖ କରୁଛନ୍ତି