କନକ ବ୍ୟୁରୋ: ଭାରତୀୟ ନାଗରିକତ୍ୱ ଛାଡ଼ିବା ଏବେ ଏକ ବଡ଼ ଚିନ୍ତାର ବିଷୟ ପାଲଟିଛି । ଗତ କିଛି ବର୍ଷ ହେଲା ବାର୍ଷିକ ପ୍ରାୟ ୨ ଲକ୍ଷରୁ ଅଧିକ ଭାରତୀୟ ନିଜ ଦେଶର ନାଗରିକତ୍ୱ ଛାଡ଼ି ବିଦେଶରେ ବାସ କରୁଛନ୍ତି । ସରକାରୀ ରିପୋର୍ଟ ଅନୁଯାୟୀ, ଅଧିକାଂଶ ଭାରତୀୟ ଆମେରିକା, କାନାଡା, ଅଷ୍ଟ୍ରେଲିଆ ଏବଂ ବ୍ରିଟେନ ଭଳି ବିକଶିତ ଦେଶର ନାଗରିକତ୍ୱ ଗ୍ରହଣ କରୁଛନ୍ତି। ବୃତ୍ତିଗତ ସଫଳତା, ଉତ୍ତମ ଜୀବନଶୈଳୀ ଏବଂ ପରିବାରର ସୁରକ୍ଷିତ ଭବିଷ୍ୟତ ପାଇଁ ଅନେକ ଯୁବକ ଓ ବ୍ୟବସାୟୀଦେଶ ଛାଡୁଥିବା କୁହାଯାଉଛି ।
ଆହୁରି ପଢ଼ନ୍ତୁ : ହୋ ହଲ୍ଲା ଭିତରେ 'ଭିବି-ଜି ରାମ-ଜି' ବିଲ୍ ଗୃହୀତ: ବିରୋଧୀ ଚିରିଲେ ବିଲ୍
କାହିଁକି ଭାରତୀୟମାନେ ନାଗରିକତ୍ୱ ଛାଡୁଛନ୍ତି?
- ବିଦେଶରେ ଉନ୍ନତ ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ଭଲ ଭିତ୍ତିଭୂମିର ସୁବିଧା
- ଭାରତ ତୁଳନାରେ ଅଧିକ ଦରମା ଏବଂ ଅଧିକ ବ୍ୟାବସାୟିକ ସୁଯୋଗ
- ଭାରତୀୟ ସମ୍ବିଧାନରେ ଦ୍ୱୈତ ନାଗରିକତ୍ୱର ବ୍ୟବସ୍ଥା ନାହିଁ
- ତେଣୁ ବିଦେଶୀ ପାସପୋର୍ଟ ନେବା ପାଇଁ ଭାରତୀୟ ନାଗରିକତ୍ୱ ଛାଡ଼ିବାକୁ ପଡ଼େ
- ଶକ୍ତିଶାଳୀ ଦେଶର ପାସପୋର୍ଟ ଦ୍ୱାରା ବିଶ୍ୱର ଅଧିକାଂଶ ଦେଶକୁ ବିନା କୌଣସି ବାଧାରେ ଯାତ୍ରା କରିହୁଏ
- ବିଦେଶରେ ସରକାରଙ୍କ ପକ୍ଷରୁ ମିଳୁଥିବା ସାମାଜିକ ନିରାପତ୍ତା ଓ ବୀମା ବ୍ୟବସ୍ଥା ଅତି ଉନ୍ନତ
- ସ୍ୱଚ୍ଛ ପରିବେଶ ଏବଂ ପ୍ରଦୂଷଣମୁକ୍ତ ଜୀବନ ପାଇଁ ଅନେକ ଲୋକ ବିଦେଶମୁହାଁ
- ପିଲାମାନଙ୍କୁ ବିଶ୍ୱସ୍ତରୀୟ ଶିକ୍ଷା ଏବଂ ରୋଜଗାର ବ୍ୟବସ୍ଥା ସହ ଯୋଡ଼ିବା ପାଇଁ ଅଭିଭାବକଙ୍କ ନିଷ୍ପତ୍ତି
- କେତେକ କ୍ଷେତ୍ରରେ ବିଦେଶର ସରଳ ଟିକସ ନୀତି ମଧ୍ୟ ବ୍ୟବସାୟୀମାନଙ୍କୁ ଆକର୍ଷିତ କରୁଛି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/12/18/why-are-indians-giving-up-citizenship-2025-12-18-14-42-25.jpg)