ଆଜିଠାରୁ ବିଧାନସଭା ବଜେଟ୍ ଅଧିବେଶନର ଦ୍ବିତୀୟ ସଂସ୍କରଣ : ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ରଣନୀତି

Advertisment

ଖରିଫ ଧାନ କିଣାରେ ଅବ୍ୟବସ୍ଥା ଦୂର ହୋଇନି। ଚାଷୀମାନଙ୍କ ଭିତରେ ପ୍ରବଳ ଅସନ୍ତୋଷ ଜାରି ରହିଛି। କେଉଁଠି ଆକାଉଣ୍ଟକୁ ଟଙ୍କା ଯାଉନି ତ କେଉଁଠି ଟୋକନ୍‌ ଲାପ୍‌ସ କରିଗଲାଣି। ମଣ୍ଡି ଆଗରେ ଧାନଗାଡ଼ି ଛିଡ଼ା କରି ଚାଷୀ ପ୍ରତିବାଦ କରୁଛନ୍ତି । 

Updated On

ଖରିଫ ଧାନ କିଣାରେ ଅବ୍ୟବସ୍ଥା ଦୂର ହୋଇନି। ଚାଷୀମାନଙ୍କ ଭିତରେ ପ୍ରବଳ ଅସନ୍ତୋଷ ଜାରି ରହିଛି। କେଉଁଠି ଆକାଉଣ୍ଟକୁ ଟଙ୍କା ଯାଉନି ତ କେଉଁଠି ଟୋକନ୍‌ ଲାପ୍‌ସ କରିଗଲାଣି। ମଣ୍ଡି ଆଗରେ ଧାନଗାଡ଼ି ଛିଡ଼ା କରି ଚାଷୀ ପ୍ରତିବାଦ କରୁଛନ୍ତି । 

ଅଦ୍ୟତନ ହୋଇଛି
ASSEMBLY

Photograph: (KANAKNEWS)

କନକବ୍ୟୁରୋ : ଖରିଫ ଧାନ କିଣାରେ ଅବ୍ୟବସ୍ଥା ଦୂର ହୋଇନି। ଚାଷୀମାନଙ୍କ ଭିତରେ ପ୍ରବଳ ଅସନ୍ତୋଷ ଜାରି ରହିଛି। କେଉଁଠି ଆକାଉଣ୍ଟକୁ ଟଙ୍କା ଯାଉନି ତ କେଉଁଠି ଟୋକନ୍‌ ଲାପ୍‌ସ କରିଗଲାଣି। ମଣ୍ଡି ଆଗରେ ଧାନଗାଡ଼ି ଛିଡ଼ା କରି ଚାଷୀ ପ୍ରତିବାଦ କରୁଛନ୍ତି ।  ଏମିତି ପରିସ୍ଥିତିରେ ସୋମବାରଠାରୁ ଆରମ୍ଭ ହେଉଛି ବିଧାନସଭାର ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ। ପ୍ରଥମ ପର୍ଯ୍ୟାୟରେ ସାତ ଦିନ ମଧ୍ୟରୁ କୌଣସି ଗୋଟିଏ ଦିନ ବି ଗୃହ ସ୍ବାଭାବିକ ଚାଲି ନଥିଲା। ଚାଷୀ ଓ ଧାନକିଣା ହିଁ ମୁଖ୍ୟ ପ୍ରସଙ୍ଗ ଥିଲା ବିରୋଧୀଙ୍କର । 

ଅଧିକ ପଢନ୍ତୁ... ଟି-୨୦ ବିଶ୍ୱକପ୍: ନ୍ୟୁଜିଲ୍ୟାଣ୍ଡକୁ ହରାଇ ଭାରତ ରଚିଲା ଇତିହାସ, ତୃତୀୟ ଥର ପାଇଁ ହେଲା ବିଶ୍ୱ ଚାମ୍ପିୟନ୍

ଚାଷୀଙ୍କୁ ନ୍ୟାୟ ପ୍ରଦାନ ଦାବିରେ ବିରୋଧୀ ଗୃହ ଚଳାଇ ଦେଇ ନଥିଲେ। ଏବେ ସେହି ପ୍ରସଙ୍ଗଟି ଆହୁରି ଜଟିଳ ହୋଇଛି। ତେଣୁ ବିରୋଧୀ ଧାନକିଣା ଅବ୍ୟବସ୍ଥାକୁ ଜୋରଦାର ଉଠାଇବେ। ଫଳରେ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହେବା ଥୟ। ଦ୍ଵିତୀୟ ପର୍ଯ୍ୟାୟ ମାର୍ଚ୍ଚ ୯ ତାରିଖରୁ ଏପ୍ରିଲ ୮ ତାରିଖ ଯାଏଁ ଲମ୍ବା ସମୟ ଅଧିବେଶନ ରହିଛି। ୧୦ ତାରିଖରୁ ବିଭିନ୍ନ ବିଭାଗର ବଜେଟ ଆଲୋଚନା ଆରମ୍ଭ ହେବ। ମାର୍ଚ୍ଚ ୩୧ ତାରିଖରେ ବ୍ୟୟ ମଞ୍ଜୁର ବିଲ ଗୃହରେ ପାରିତ କରାଯିବ। ଦ୍ଵିତୀୟ ପର୍ଯ୍ୟାୟ ଅଧିବେଶନରେ ଗୃହରେ ବିରୋଧୀ ଓ ଶାସକ ଦଳର ଆଭିମୁଖ୍ୟ କଣ ରହିବ ତାହା ଉପରେ ନଜର। ଅଧିବେଶନ ସମୟରେ ରାଜ୍ୟସଭା ନିର୍ବାଚନ ରହୁଥିବାରୁ ଗୃହରେ ରାଜନୈତିକ ଉଷ୍ମତା ଜାରି ରଖିବ।


--

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe