କନକ ବ୍ୟୁରୋ : କଳିଙ୍ଗ ଲିଟେରାରି ଫେଷ୍ଟିଭାଲର ଦ୍ଵିତୀୟ ଦିନରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁକୁ ନେଇ ଆଲୋଚନା ହୋଇଛି । ଏଥିରେ ଦେଶ ତଥା ଅନ୍ତର୍ଜାତୀୟସ୍ତରର ବିଭିନ୍ନ ବ୍ୟକ୍ତି ବିଶେଷ ନିଜର ମତ ରଖିଥିଲେ । କଳିଙ୍ଗ ଲିଟେରାରି ଫେଷ୍ଟିଭାଲରେ ଆଜି ଅନୁଷ୍ଠିତ ହୋଇଥିଲା ‘ଲାଇଫ ଆଣ୍ଡ ଟାଇମ୍ସ ଅଫ ଏ ଲିଜେଣ୍ଡାରି କ୍ରିକେଟର’ ଆଲୋଚନାଚକ୍ର । ଏଥିରେ ସାମିଲ ହୋଇଥିଲେ କ୍ରିକେଟର ଅରୁଣ ଲାଲ ଏବଂ ହିନ୍ଦୀ କମେଣ୍ଟେଟର ପଦ୍ମଶ୍ରୀ ସୁଶୀଲ ଦୋଷୀ ।
ଆଜିର ଯୁବ ସମାଜ ବହୁତ ଚାପଗ୍ରସ୍ତ। ଛୋଟ ପିଲାଙ୍କ ଖୁସିର ସମୟ ହଜି ଯାଇଛି । ୫ମ ଶ୍ରେଣୀରୁ ପ୍ରଥମ ସ୍ଥାନ ଅଧିକାର ପାଇଁ ପ୍ରତିଯୋଗିତା ଲାଗୁଛି । ଯାହା ଆମ ସମୟରେ ନଥିଲା ବୋଲି କହିଛନ୍ତି କ୍ରିକେଟର ଅରୁଣ ଲାଲ । ଜୀବନରେ ପ୍ଲାନ ଜରୁରୀ । କିନ୍ତୁ ଅତ୍ୟଧିକ ପ୍ଲାନିଂ ହେଲେ ଜୀବନ ପ୍ରଭାବିତ ଓ ଚାପଗ୍ରସ୍ତ ହେଇଯାଏ ବୋଲି ଶ୍ରୀ ଲାଲ୍ କହିଛନ୍ତି । ସେହିପରି ସମାଜ ଓ ନାରୀ ସୁରକ୍ଷା ନେଇ ଆଲୋଚନା କରିଥିଲେ ହିନ୍ଦୀ ଲେଖିକା ସୂର୍ଯ୍ୟବାଲା ଲାଲ୍।
ଅଧିକ ପଢ଼ନ୍ତୁ : ଚର୍ଚ୍ଚାରେ ବିଶ୍ବବିଦ୍ୟାଳୟର ପ୍ରଥମ ଶକ୍ତିଶ୍ରୀ ସାଥୀ ମାନସୀ : ସମ୍ବାଦ ସାହିତ୍ୟଘର ପକ୍ଷରୁ ଯୁବ କବୟିତ୍ରୀ ସମ୍ମାନରେ ହୋଇଛନ୍ତି ସମ୍ମାନିତ
କଳିଙ୍ଗ ଲିଟେରାରି ଫେଷ୍ଟିଭାଲର ଦ୍ଵିତୀୟ ଦିନରେ ୫ଟି ହଲରେ ୫୦ରୁ ଅଧିକ ବିଷୟ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି । ଆଧୁନିକ ସାହିତ୍ୟରେ ନାରୀବାଦ, ସଂସଦ, ସମ୍ବିଧାନ ଏବଂ ଜନତା, ମାତୃଭାଷା: ଆମ ପରିଚୟ, ଆମ ଗାଥା ଭଳି ଅନେକ ବିଷୟବସ୍ତୁ ଉପରେ ଚର୍ଚ୍ଚା ହୋଇଛି । ୧୦ରୁ ଅଧିକ ୱାନ ଟୁ ୱାନ ଆଲୋଚନା ହୋଇଛି। ଗୁରୁବାର ଠାରୁ ଆରମ୍ଭ ହୋଇଥିବା ଏହି ଫେଷ୍ଟିଭାଲ ଚାରି ଦିନ ଧରି ଚାଲିବ ।
Follow Us