ଭୁବନେଶ୍ବର, ୧୩/୧(ଇମିସ): ସାମୁଦ୍ରିକ ଖାଦ୍ୟ କ୍ଷେତ୍ର ଭବିଷ୍ୟତରେ ଭାରତର ଅର୍ଥନୈତିକ ଅଭିବୃଦ୍ଧିକୁ ବ୍ୟାପକ କରିବ । ଗୁଜରାଟର ରାଜକୋଟଠାରେ ଆୟୋଜିତ ଭ୍ରାଇବାଣ୍ଟ୍ ଗୁଜରାଟ ଆଞ୍ଚଳିକ ସମ୍ମିଳନୀରେ ଯୋଗଦେଇ ଏଭଳି ମତ ରଖିଛନ୍ତି ମ୍ୟାଗନମ୍ ଗ୍ରୁପ୍ ଅଫ୍ କମ୍ପାନିଜ୍ର ପରିଚାଳନା ନିର୍ଦ୍ଦେଶକ ପ୍ରେମ ଶଙ୍କର ଶତପଥୀ । ଓଡ଼ିଶାରୁ ସ୍ବତନ୍ତ୍ର ଆମନ୍ତ୍ରିତ ଅତିଥିଭାବେ ଯୋଗଦେଇ ଶ୍ରୀ ଶତପଥୀ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ, ସାମୁଦ୍ରିକ ଜୈବପ୍ରଯୁକ୍ତି, ଜଳବାୟୁ ସହନକ୍ଷମ ଅଭ୍ୟାସ ଆପଣାଇବା ଏବଂ ମୂଲ୍ୟଯୁକ୍ତ ରପ୍ତାନି ଉପରେ ଓଡ଼ିଶା ଓ ଗୁଜରାଟ ମଧ୍ୟରେ ଥିବା ସୁଯୋଗର ଅନ୍ବେଷଣ କରିବା ଉପରେ ଗୁରୁତ୍ବାରୋପ କରିଛନ୍ତି । ମତ୍ସ୍ୟଚାଷ, ପରିବେଶ ସୁରକ୍ଷା, ଦକ୍ଷତା ବିକାଶ ଏବଂ ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ଓଡ଼ିଶା ନେଇଥିବା ପଦକ୍ଷେପ ସଂପର୍କରେ ସେ ସମ୍ମିଳନୀରେ ଆଲୋକପାତ କରିଥିଲେ । ଭାରତ ସାମୁଦ୍ରିକ ଖାଦ୍ୟ କ୍ଷେତ୍ରରେ ବିଶ୍ବରେ ପ୍ରମୁଖ ସ୍ଥାନରେ ରହିଛି । ବିପୁଳ ମାତ୍ରାରେ ଚିଙ୍ଗୁଡ଼ି ଓ ମାଛ ରପ୍ତାନି କରୁଛି । କିନ୍ତୁ ଏସବୁର ମୂଲ୍ୟଯୋଗ କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ଅତିକମ୍ରେ ରପ୍ତାନିର ୩୦ରୁ ୪୦ ପ୍ରତିଶତରେ ଉଚ୍ଚମାନର ମୂଲ୍ୟଯୋଗ ହେବା ଆବଶ୍ୟକ । ଅର୍ଥାତ୍ ରେଡି-ଟୁ-କୁକ୍, ରେଡି-ଟୁ-ସର୍ଭ, ରେଡି-ଟୁ-ଇଟ୍ ଉତ୍ପାଦ ଆମକୁ ପ୍ରସ୍ତୁତ କରିବାକୁ ହେବ । ଏହା ହେଲେ ସାମୁଦ୍ରିକ କ୍ଷେତ୍ରରେ ଦେଶର ରପ୍ତାନି ସାମଗ୍ରୀର ମୂଲ୍ୟ ୨ରୁ ୫ ଗୁଣା ବଢ଼ିଯିବ । ସାମୁଦ୍ରିକ ଖାଦ୍ୟରୁ ଫିଙ୍ଗି ଦିଆଯାଉଥିବା ଖୋଳ, ମୁଣ୍ଡ ଏବଂ ଚମଡ଼ା ଆଦିକୁ ଓମେଗା-୩ ତେଲ, ଏନଜାଇମ୍, ବାୟୋପ୍ଲାଷ୍ଟିକ, ନ୍ୟୁଟ୍ରାସ୍ୟୁଟିକାଲ୍ସ, କୋଲାଜେନ ଆଦିରେ ପରିଣତ କରାଯାଇ ପାରିବ । ଯାହାଫଳରେ ସାମୁଦ୍ରିକ ଖାଦ୍ୟ ସାମଗ୍ରୀର ୧୦୦ ପ୍ରତିଶତ ଉପଯୋଗ ହୋଇପାରିବ ଏବଂ ବର୍ଜ୍ୟ ସାମଗ୍ରୀ ଶୂନ୍ୟ ସ୍ତରକୁ ହ୍ରାସ ପାଇବ ବୋଲି ସେ କହିଥିଲେ ।
ସାଇବର ଠକେଇରେ ବ୍ୟାଙ୍କ କର୍ମଚାରୀ, ଅନ୍ତଃରାଜ୍ୟ ଗ୍ୟାଙ୍ଗ୍ର ପର୍ଦ୍ଦାଫାସ
ସେହିଭଳି ନ୍ୟାସନାଲ ବ୍ଲୁ ବାୟୋଟେକ୍ନୋଲୋଜି ଢାଞ୍ଚା, ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଭଳି ଉନ୍ନତ ନିୟାମକ ବ୍ୟବସ୍ଥା ଆପଣାଇବା ସହ ସରକାର, ଗବେଷଣା ପ୍ରତିଷ୍ଠାନ, ଶିଳ୍ପ ଏବଂ ଉପକୂଳ ଅଞ୍ଚଳର ଲୋକଙ୍କ ମଧ୍ୟରେ ଏକ ଦୃଢ଼ ସରକାରୀ ଘରୋଇ ସହଭାଗିତା ପାଇଁ ସେ ମତ ଦେଇଥିଲେ । ବର୍ତ୍ତମାନର ବଡ଼ ସାମୁଦ୍ରିକ ଖାଦ୍ୟ ରପ୍ତାନିକାରୀମାନଙ୍କୁ ସେମାନଙ୍କ କାରଖାନାର ଆଧୁନିକୀକରଣ ପାଇଁ ପ୍ରୋତ୍ସାହନ ଯୋଜନା ଯୋଗାଇ ଦେବାକୁ ଶ୍ରୀ ଶତପଥୀ ଉଭୟ ଗୁଜରାଟ ଓ କେନ୍ଦ୍ର ସରକାରଙ୍କୁ ଏହି ଅବସରରେ ଅନୁରୋଧ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/13/odisha-2026-01-13-19-46-59.jpg)