କନକ ବ୍ୟୁରୋ: ପୁଳା ପୁଳା ଟଙ୍କା, ମାଳମାଳ ମୋବାଇଲ୍ । ୧୫ରୁ ଅଧିକ ଚେକ୍‌ବୁକ୍, ୮୦ରୁ ଅଧିକ ପାସ୍‌ବୁକ୍ । ଗଣ୍ଡାଗଣ୍ଡା ଡେବିଟ୍ କାର୍ଡ । ତା ସାଙ୍ଗକୁ ୪ଟି ଲାପ୍‌ଟପ୍ ଏବଂ ୨୦ଟି ପେନ୍‌ଡ୍ରାଇଭ୍ । ଏସବୁ ବ୍ୟବହାର ହେଉଥିଲା ସାଇବର ଠକେଇରେ । ଗରିବଙ୍କ ନାଁରେ ଖୋଲୁଥିଲେ ମ୍ୟୁଲ୍ ଆକାଉଣ୍ଟ । ୫ରୁ ୧୦ ହଜାର ଟଙ୍କାରେ ଅନ୍ୟ ରାଜ୍ୟର ସାଇବର ଅପରାଧୀଙ୍କୁ ବିକୁଥିଲେ । ଏଭଳି ଏକ ରାକେଟର ପର୍ଦ୍ଦାଫାସ କରିବା ସହ ୭ ଜଣଙ୍କୁ ବାନ୍ଧିଛି ପୁଲିସ । ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ବ୍ୟାଙ୍କ୍ କର୍ମଚାରୀ ବି ରହିଛନ୍ତି । ଯାହାକୁ ନେଇ ବଢ଼ିଛି ଚିନ୍ତା ।

Advertisment

IPL 2026: ବଦଳିଲା ଆରସିବିର ହୋମ୍ ଗ୍ରାଉଣ୍ଡ୍

ଅଭିଯୁକ୍ତମାନେ ନକଲି କାଗଜପତ୍ର ଏବଂ ନକଲି ପରିଚୟ ପତ୍ର ଦେଇ ବ୍ୟାଙ୍କ୍ ଆକାଉଣ୍ଟ ଖୋଲୁଥିଲେ । ସେହି ଆକାଉଣ୍ଟ ଜରିଆରେ ଅନଲାଇନ୍ ଗେମିଂରେ ଠକେଇ ସହ ଦେଶ ବିଦେଶରେ ଘଟାଉଥିଲେ ସାଇବର ଅପରାଧ । ଯାହାର ପ୍ରମାଣ ପାଇଛି ପୁଲିସ । ମାମଲାରେ ସିଟି ୟୁନିଅନ ବ୍ୟାଙ୍କର କିଛି କର୍ମଚାରୀଙ୍କ ସଂପୃକ୍ତି ବି ସାମ୍ନାକୁ ଆସିଛି । ଏହା ଛଡ଼ା ଅନ୍ୟ କିଛି ବ୍ୟାଙ୍କ କର୍ମଚାରୀଙ୍କ ହାତ ଥିବା ସନ୍ଦେହ କରାଯାଉଛି ।

କେୱାଇସି ନିୟମ ପାଳନ ହେଉନଥିଲା
ବ୍ୟାଙ୍କ କର୍ମଚାରୀଙ୍କ ସହଯୋଗ କିମ୍ବା ଅବହେଳା ଅଭିଯୋଗ
ଦେଶରେ ପ୍ରାୟ ୨୦୦ରୁ ଅଧିକ ମାମଲାରେ ଜଡ଼ିତ ଏସବୁ ଆକାଉଣ୍ଟ 
ସମସ୍ତ ଗିରଫ ଅଭିଯୁକ୍ତ ରାଉରକେଲାର 

ଦୁଇ ଦିନ ତଳେ କଟକରେ ମଧ୍ୟ ସମାନ ଧରଣର ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଥିଲା ପୁଲିସ। ମାମଲାରେ ଗିରଫ ହୋଇଥିବା ୭ ଅଭିଯୁକ୍ତଙ୍କ ମଧ୍ୟ ୪ ଜଣ ଥିଲେ ବ୍ୟାଙ୍କ୍ କର୍ମଚାରୀ ।