ସ୍କୁଲରେ ତାଲା , ରାସ୍ତା କଡରେ ପାଠ ପଢୁଛନ୍ତି ପିଲା

Advertisment

ଶିଶୁ ବାଟିକାରେ ଶିଶୁ ସେବିକା ଚୟନରେ ଅନିୟମିତତା ଅଭିଯୋଗ କରି ଗାଁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ । ଫଳରେ ରାସ୍ତା କଡ଼ରେ ପାଠ ପଢୁଛନ୍ତି ସ୍କୁଲକୁ ଆସିଥିବା ସମସ୍ତ ଛାତ୍ରଛାତ୍ରୀ ।

ଶିଶୁ ବାଟିକାରେ ଶିଶୁ ସେବିକା ଚୟନରେ ଅନିୟମିତତା ଅଭିଯୋଗ କରି ଗାଁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ । ଫଳରେ ରାସ୍ତା କଡ଼ରେ ପାଠ ପଢୁଛନ୍ତି ସ୍କୁଲକୁ ଆସିଥିବା ସମସ୍ତ ଛାତ୍ରଛାତ୍ରୀ ।

vlcsnap-2026-02-16-13h39m29s082

Photograph: (kanaknews)

କନକ ବ୍ୟୁରୋ : ରାସ୍ତା କଡ଼ରେ ପାଠ ପଢୁଛନ୍ତି ସ୍କୁଲ ପିଲା । ଏହିଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଝରୀଗାଁ ବ୍ଲକ ପୂର୍ଲା ଗାଁରେ । ଶିଶୁ ବାଟିକାରେ ଶିଶୁ ସେବିକା ଚୟନରେ ଅନିୟମିତତା ଅଭିଯୋଗ କରି ଗାଁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ । ଫଳରେ ରାସ୍ତା କଡ଼ରେ ପାଠ ପଢୁଛନ୍ତି ସ୍କୁଲକୁ ଆସିଥିବା ସମସ୍ତ ଛାତ୍ରଛାତ୍ରୀ ।

ଶିଶୁ ବାଟିକାରେ ଶିଶୁ ସେବିକା ଚୟନ ପାଇଁ  ଡିସେମ୍ବର ୨୦୨୪ ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା, ଏହି ପଦବୀ ପାଇଁ ଗାଁର ପ୍ରାୟ ୭ ଜଣ ଆବେଦନ କରିଥିଲେ  କିନ୍ତୁ ଏମାନଙ୍କ ମଧ୍ୟରୁ ପୂର୍ଲା ଗାଁରୁ ପ୍ରାୟ ଚାରି କିଲୋମିଟର ଦୂରରେ ରହୁଥିବା ଜଣେ ଯୁବତୀଙ୍କୁ ଚୟନ କରାଯାଇଛି । ଏହାକୁ ବିରୋଧ କରି ଆଜି ସ୍କୁଲରେ ତାଲା ପକାଇଛନ୍ତି ଗ୍ରାମବାସୀ । ଏହାପରେ ରାସ୍ତାକଡ଼ରେ ପିଲାମାନେ ପାଠ ପଢୁଛନ୍ତି ।

ଅଧିକ ପଢନ୍ତୁ : ଆଧାର କେନ୍ଦ୍ରରେ ସ୍କୁଲ ପିଲା ; ବ୍ଲକ ପରିସରରେ ବଡିଭୋରରୁ ଭିଡ଼ ଲଗାଇଛନ୍ତି ଛାତ୍ରଛାତ୍ରୀ ।

ଯେ ପର୍ଯ୍ୟନ୍ତ  ସମସ୍ୟାର ସମାଧାନ ନହେବେ ସ୍କୁଲରୁ ତାଲା ଖୋଲାଯିବ ନାହିଁ ବୋଲି କହିଛନ୍ତି ଗ୍ରାମବାସୀ । ଅନ୍ୟପଟେ ପିଲାଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଗ୍ରାମବାସୀ ନିଜ ପକ୍ଷରୁ ବ୍ୟବସ୍ଥା କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe