କନକ ବ୍ୟୁରୋ: ପୁରୁଣା ବିଦ୍ୟାଳୟ କୋଠାରେ ବିପଦ ଅଛି । ତେଣୁ ନୂଆ ସ୍କୁଲ ଘର ହେଇଛି । କିନ୍ତୁ ବିଲ ନପାଇ ଠିକାଦାର ତାଲା ପକାଇ ରଖିଛନ୍ତି । ନିରୁପାୟ ହୋଇ ଶିକ୍ଷୟିତ୍ରୀ ସ୍କୁଲଠାରୁ ଦୁଇ କିମି ଦୂରରେ ଥିବା ଆଉ ସ୍କୁଲରେ ପିଲାଙ୍କୁ ପାଠପଢ଼ା ବନ୍ଦୋବସ୍ତ କରିଛନ୍ତି । ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ଚାଲିଚାଲି ପୁରୁଣା ସ୍କୁଲକୁ ଆସିବାକୁ ପଡୁଛି । କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ଲକର ଅଠରବାଟିଆ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ସବୁଦିନ ଏଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଅଠରବାଟିଆ ପ୍ରାଥମିକ ବିଦ୍ୟାଳୟରେ ପଢୁଛନ୍ତି ୧୫୮ ଛାତ୍ରଛାତ୍ରୀ । ସେମାନଙ୍କ ପାଇଁ ଦୁଇ ବଖରା କୋଠାଘର ତିଆରି ହୋଇଛି, କିନ୍ତୁ ତାଲା ପଡ଼ିଛି । ଠିକାଦାର ନିମ୍ନମାନର କାମ କରିଥିବା ଅଭିଯୋଗରେ ବିଲ ମିଳୁନି । ତେଣୁ ବିଦ୍ୟାଳୟ କୋଠାରୁ ତାଲା ଖୋଲୁନାହାନ୍ତି, କି ପିଲାମାନେ ସେଠାରେ ପଢ଼ି ପାରୁନାହାନ୍ତି ।
ବର୍ଷା ଦିନେ ପାଣି କାଦୁଅରେ ଛାତ୍ରଛାତ୍ରୀଙ୍କ ଏଭଳି ସମସ୍ୟାର ସମାଧାନ ପାଇଁ ଶିକ୍ଷା ବିଭାଗ ଓ ବ୍ଲକ ପ୍ରଶାସନ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/CDTBgJqlF1HRa6SNEK04.jpg)