ଫନି ବେସାହାରାଙ୍କ ପାଇଁ ସାହାରା ହେଲେ ସୁପ୍ରିମକୋର୍ଟ; କ୍ଷତିପୂରଣ ସହ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଲେ ସର୍ବୋଚ୍ଚ ନ୍ୟାୟାଳୟ

Advertisment

୨୦୧୯ ମେ’ ୩ ତାରିଖ । ଭୟଙ୍କର ରୂପ ନେଇ ପୁରୀରେ ଲ୍ୟାଣ୍ଡଫଲ୍ କଲା ବାତ୍ୟା ଫନି । ବାସହାରା ହୋଇଗଲେ ଅନେକ ପରିବାର । କ୍ଷତିଗ୍ରସ୍ତଙ୍କ ସର୍ଭେ ପରେ ପୁରୀ ସଦର ବ୍ଲକ୍‌ କହ୍ନେଇ ବିଦ୍ୟାଧରପୁର ଗାଁର ୬୭ ପରିବାର କ୍ଷତିପୂରଣ ପାଇବାକୁ ଯୋଗ୍ୟ ହେଲେ । କିନ୍ତୁ ମିଳିଲାନି କ୍ଷତିପୂରଣ ।

୨୦୧୯ ମେ’ ୩ ତାରିଖ । ଭୟଙ୍କର ରୂପ ନେଇ ପୁରୀରେ ଲ୍ୟାଣ୍ଡଫଲ୍ କଲା ବାତ୍ୟା ଫନି । ବାସହାରା ହୋଇଗଲେ ଅନେକ ପରିବାର । କ୍ଷତିଗ୍ରସ୍ତଙ୍କ ସର୍ଭେ ପରେ ପୁରୀ ସଦର ବ୍ଲକ୍‌ କହ୍ନେଇ ବିଦ୍ୟାଧରପୁର ଗାଁର ୬୭ ପରିବାର କ୍ଷତିପୂରଣ ପାଇବାକୁ ଯୋଗ୍ୟ ହେଲେ । କିନ୍ତୁ ମିଳିଲାନି କ୍ଷତିପୂରଣ ।

Cyclone Fani Victims

Cyclone Fani Victims Photograph: (Kanak News)

କନକ ବ୍ୟୁରୋ : ବାତ୍ୟା ଫନି କ୍ଷତିଗ୍ରସ୍ତଙ୍କୁ ମିଳିବ ସହାୟତା । ନିର୍ଦ୍ଧାରିତ କ୍ଷତିପୂରଣ ସହ ମୁଣ୍ଡ ପିଛା ଦିଆଯିବ ୧୦ ହଜାର ଲେଖାଏଁ ଜରିମାନା । ଏନେଇ ପୁରୀ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଜିଲ୍ଲାପାଳ କହିଛନ୍ତି, ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ପାଳନ କରାଯିବ ।

୨୦୧୯ ମେ’ ୩ ତାରିଖ । ଭୟଙ୍କର ରୂପ ନେଇ ପୁରୀରେ ଲ୍ୟାଣ୍ଡଫଲ୍ କଲା ବାତ୍ୟା ଫନି । ବାସହାରା ହୋଇଗଲେ ଅନେକ ପରିବାର । କ୍ଷତିଗ୍ରସ୍ତଙ୍କ ସର୍ଭେ ପରେ ପୁରୀ ସଦର ବ୍ଲକ୍‌ କହ୍ନେଇ ବିଦ୍ୟାଧରପୁର ଗାଁର ୬୭ ପରିବାର କ୍ଷତିପୂରଣ ପାଇବାକୁ ଯୋଗ୍ୟ ହେଲେ । କିନ୍ତୁ ମିଳିଲାନି କ୍ଷତିପୂରଣ । ୨ ବର୍ଷ ପରେ ଆଉ ଥରେ ସର୍ଭେ କରି ପ୍ରଶାସନ ସମସ୍ତଙ୍କୁ ଅଯୋଗ୍ୟ ଘୋଷଣା କଲା । ଏହା ପରେ ବେସାହାରା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ମାମଲାର ବିଚାର କରି କ୍ଷତିଗ୍ରସ୍ତଙ୍କୁ ସହାୟତା ରାଶି ୯୫ ହଜାର ୧୦୦ ଟଙ୍କା ଲେଖାଏଁ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ପ୍ରଶାସନ ଏହାକୁ ପାଳନ ନକରି ସୁପ୍ରିମକୋର୍ଟ ଯାଇଥିଲା । ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଧାରିତ କ୍ଷତିପୂରଣ ସହିତ ମୁଣ୍ଡ ପିଛା ୧୦ ହଜାର ଲେଖାଏଁ ଜରିମାନା ଦେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

ଅଧିକ ପଢ଼ନ୍ତୁ : ଯୋଗ୍ୟ ହୋଇ ବି ମିଳୁନି ଆବାସ; ଭଙ୍ଗାଘରେ ବିତୁଛି ଜୀବନ

ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ ନହେବାରୁ କ୍ଷତିଗ୍ରସ୍ତଙ୍କ ମଧ୍ୟରୁ ପୁରୀ ତହସିଦାରଙ୍କ ବିରୋଧରେ କୋର୍ଟ ଅବମାନନା ମାମଲା ହୋଇଥିଲା । ତହସିଲଦାର ମଧ୍ୟ ହାଜର ହୋଇ ପକ୍ଷ ରଖିଥିଲେ । ଶେଷରେ ଫନି କ୍ଷତିଗ୍ରସ୍ତଙ୍କ ଦୁଃଖ ବୁଝିଲେ ସୁପ୍ରିମକୋର୍ଟ । ତୁରନ୍ତ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ ପାଳନ କରାଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ।

ବାତ୍ୟା ଫନିର ତାଣ୍ଡବରେ ପୁରୀ ସମେତ ଜିଲ୍ଲାର ବିଭିନ୍ନ ବ୍ଲକ ସାଂଘାତିକ ଭାବେ ଧ୍ୱସ୍ତ ବିଧ୍ୱସ୍ତ ହୋଇଥିଲା । ଅନେକ ଲୋକ ମୃତାହତ ମଧ୍ୟ ହୋଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe