କନକ ବ୍ୟୁରୋ : ବୈତରଣୀଠାରୁ ସୁବର୍ଣ୍ଣରେଖା ଯାଏଁ ସବୁଠି ସମାନ ଅବସ୍ଥା । ବାଲି ଖନନ ପାଇଁ ଅନୁମତି ମିଳିଥିଲେ ବି ଆବଶ୍ୟକତାଠାରୁ ଢେର ଅଧିକ ଲୁଟ ହେଉଛି । ଆଉ ଅନେକ ନଦୀରେ ବାଲି ଖନନ ପାଇଁ ଅନୁମତି ନଥିଲେ ବି ବେଆଇନ ଭାବେ ଲୁଟ ହୋଇଚାଲିଛି ବାଲି । ଏନେଇ ଅନେକ ସ୍ଥାନରେ ବିରୋଧର ସ୍ୱର ଉଠୁଥିବାବେଳେ କେନ୍ଦୁଝର ଜିଲ୍ଲାର ଆରମ୍ଭ ହୋଇଛି ସତ୍ୟାଗ୍ରହ । ନଦୀ ବାଲିରେ ଗାତ କରି ସେଇଠି ହିଁ ପ୍ରତିବାଦ କରିଛନ୍ତି ସ୍ଥାନୀୟ ଲୋକ । ଆନନ୍ଦପୁରରେ ଉଠିଥିବା ଏହି ବିରୋଧର ସ୍ୱର ଏବେ ସାରା ରାଜ୍ୟରେ ଚର୍ଚ୍ଚା ସାଉଁଟିଛି । ସରକାରଙ୍କ ଦୃଷ୍ଟି ନପଡିଲେ ଆଗକୁ ଅନେକ ନଦୀ ନିଜର ଅସ୍ତିତ୍ୱ ହରାଇବ ବୋଲି ବିଶେଷଜ୍ଞ ଆକଳନ କଲେଣି ।
କୁନି ମୁହଁରୁ ହସ ଛଡ଼ାଇ ନେଲେ! ବଡ଼ଙ୍କୁ ବାଣ୍ଟିଲେ, ଶିଶୁଙ୍କୁ ମିଳିଲାନି ପୋଷାକ
ନଦୀରୁ ଅଧିକ ବାଲି ଖୋଳାଯିବାରୁ ନଦୀର ଜଳ ଧାରଣ କ୍ଷମତା ହ୍ରାସ ପାଏ । ନଦୀର ପ୍ରାକୃତିକ ଗଭୀରତା ବି ବିକୃତ ହୋଇଯାଏ । ନଦୀରୁ ବାଲି ଖନନ ହେବାରୁ କେବଳ ଯେ, ନଦୀ ବିପଦରେ ରହୁଛି ତାହା ନୁହଁ ନଦୀ ଉପରେ ନିର୍ଭରଶୀଳ ଥିବା ଜଳଜୀବଙ୍କ ପ୍ରତି ସଙ୍କଟ ସୃଷ୍ଟି ହୁଏ । ବିଶେଷ କରି ଭୂତଳଗାମୀ ଜୀବଜନ୍ତୁ ଅଧିକ ପ୍ରଭାବିତ ହୋଇଥାନ୍ତି । ଏହାସହ ଭୂଗର୍ଭ ଜଳସ୍ତର କମିଯାଏ, ଯାହା ଚାଷୀ ପାଇଁ ବିପଦ ସୃଷ୍ଟି କରୁଛି ବୋଲି ବିଶେଷଜ୍ଞ କହିଛନ୍ତି । ଚୋରା ବାଲି ଖନନ ରୋକିବା ପାଇଁ ଓଡିସା ସରକାର ଡ୍ରୋନ ସର୍ଭେ, ସହ GPS ଟ୍ରାକିଂ ଓ e-permit ମାଧ୍ୟମରେ ବାଲି ଘାଟ ନିୟନ୍ତ୍ରଣ କରୁଛନ୍ତି, କିନ୍ତୁ ଅବୈଧ ବାଲି ଚାଲାଣକୁ ରୋକିବାରେ ସଫଳ ହୋଇପାରୁନାହିଁ ।