କନକ ବ୍ୟୁରୋ : ମଉଳିଗଲା କୁନି କୁନି ପିଲାଙ୍କ ଖୁସି । ଆଖି ଆଗରେ ବଡ଼ ପିଲା ନୂଆ ପୋଷାକ ପାଇଲେ ହେଲେ କୁନି ପିଲାଙ୍କୁ ମିଳିଲାନି ପୋଷାକ । ଚଳିତ ଶିକ୍ଷା ବର୍ଷରେ ରାଜ୍ୟର ସାଢ଼େ ତିନି ଲକ୍ଷ କୁନି ପିଲା ପୋଷାକ ପାଇବାରୁ ବଞ୍ଚିତ ହୋଇଛନ୍ତି । ଯାହାକୁ ନେଇ ଅଭିଭାବକ ମହଲରେ ଅଶାନ୍ତି ଦେଖାଦେଇଛି । 

Advertisment

ବିଜେଡିର ମିସନ ନୂଆପଡ଼ା ଦଖଲ ଅଭିଯାନ, ଶକ୍ତିପ୍ରଦର୍ଶନ ସହ ସ୍ନେହାଙ୍ଗିନୀ ଭରିଲେ ନାମାଙ୍କନ

ରାଜ୍ୟ ଶିକ୍ଷା ବିଭାଗର ଅଜବନୀତି । ପ୍ରାକ୍-ପ୍ରାଥମିକ ବ୍ୟବସ୍ଥା କରି ବାହାବା ନେଲେ ହେଲେ ଶିଶୁଙ୍କୁ ଭୁଲିଗଲେ । ସୁନ୍ଦରଗଡ଼ ଜିଲ୍ଲାର ପ୍ରାଥମିକ ବିଦ୍ୟାଳୟରେ ସ୍କୁଲ ପୋଷାକ ଦିଆଯିବ ଶୁଣିବା ପରେ ଖୁସି ହୋଇପଡ଼ିଥିଲେ କୁନି ଛାତ୍ରଛାତ୍ରୀ । ନିର୍ଦ୍ଧାରିତ ସମୟରେ ସାରା ରାଜ୍ୟର ସ୍କୁଲରେ ସ୍ୱତନ୍ତ୍ର ଉତ୍ସବ କରି ପୋଷାକ ଦିଆଗଲା । କିନ୍ତୁ ଶିଶୁବାଟିକା ପିଲାଙ୍କୁ ଡକାଗଲା ନାହିଁ କି ପୋଷାକ ବି ଦିଆଗଲାନି । ରାଜ୍ୟରେ ସାଢ଼େ ୩ ଲକ୍ଷ ଶିଶୁ ନିରାଶ ହୋଇଥିବା ବେଳେ ସୁନ୍ଦରଗଡ଼ରେ ସଂଖ୍ୟା ୧୦ ହଜାର ୬୪୬ । ଶିଶୁବାଟିକାରେ ଶିଶୁମାନଙ୍କ ଯତ୍ନ ଏବଂ ପ୍ରାକ୍ ଶିକ୍ଷା ପାଇଁ ବ୍ୟବସ୍ଥା କରିଛନ୍ତି ସରକାର ।  ଅନ୍ୟପଟେ ସ୍କୁଲ ପୋଷାକ କାହିଁକି ଯୋଗାଇ ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଛନ୍ତି ଅଭିଭାବକ ।  

ପ୍ରାକ୍-ପ୍ରାଥମିକ ପିଲାଙ୍କ ପାଇଁ ପୋଷାକ ବଣ୍ଟନ ବ୍ୟବସ୍ଥା ନଥିଲା । ବିଭାଗ ପକ୍ଷରୁ ନିର୍ଦ୍ଦେଶ ମିଳିଲେ ତୁରନ୍ତ ପ୍ରଦାନ କରାଯିବ ବୋଲି କହିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ । ସେପଟେ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି କରିଛନ୍ତି ବୁଦ୍ଧିଜୀବୀ ।