ଜିଲ୍ଲାପାଳଙ୍କ ଅଫିସରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ନିଜ ଗାଁକୁ ଖଣ୍ଡେ ରାସ୍ତା ପାଇଁ ଗୁହାରି କରି ଥକିଗଲେଣି ସରପଞ୍ଚ

Advertisment

ନିଜ ଗାଁକୁ ପକ୍କା ରାସ୍ତାଟିଏ ନାହିଁ। ବ୍ଲକ ପ୍ରଶାସନଠୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ବାରମ୍ବାର ଅଭିଯୋଗ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମଧ୍ୟ ଜଣାଇଛନ୍ତି। ତଥାପି  ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ କୁମାଙ୍ଗପଦର ଗାଁକୁ ରାସ୍ତାଟିଏ ହୋଇପାରିନାହିଁ। 

3A

କନକ ବ୍ୟୁରୋ : ସରକାର ଗାଁ ଗାଁକୁ ବିକାଶ କରିବା ଲକ୍ଷ୍ୟରେ କୋଟି କୋଟି ଟଙ୍କା ପାଣି ଭଳିଆ ଖର୍ଚ୍ଚ କରି ଚାଲିଛନ୍ତି। କିନ୍ତୁ ଆଜି ମଧ୍ୟ ଏମିତି କିଛି ଗାଁ ରହିଛି ଯେଉଁଠି ରାସ୍ତା,ପାନୀୟ ଜଳ ଓ ନେଟୱର୍କର ସୁବିଧା ନାହିଁ। ଏଭଳି ଏକ ଦୁର୍ଗମ ଗାଁ ହେଉଛି ଗଜପତି ଜିଲ୍ଲା ମୋହନା ବ୍ଲକ ଜରଉ ଗ୍ରାମ ପଞ୍ଚାୟତର କୁମାଙ୍ଗପଦର ଗାଁ। 

ନିଜ ଗାଁକୁ ପକ୍କା ରାସ୍ତାଟିଏ ନାହିଁ। ବ୍ଲକ ପ୍ରଶାସନଠୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ବାରମ୍ବାର ଅଭିଯୋଗ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମଧ୍ୟ ଜଣାଇଛନ୍ତି। ତଥାପି  ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ କୁମାଙ୍ଗପଦର ଗାଁକୁ ରାସ୍ତାଟିଏ ହୋଇପାରିନାହିଁ। 

ଅଧିକ ପଢ଼ନ୍ତୁ: ଗଜପତିରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା, ଜଣେ ବି ଶିଶୁ ରୋଗ ବିଶେଷଜ୍ଞ ନାହାନ୍ତି

ପଞ୍ଚାୟତ କାର୍ଯ୍ୟାଳୟଠୁ  ୭ କିଲୋମିଟର ପଥୁରିଆ ରାସ୍ତାରେ ଚାଲିଚାଲି ଗଲେ ପଡ଼େ କୁମାଙ୍ଗପଦର ଗାଁ। ପାହାଡ଼ି ଗାଁରେ ବାସ କରନ୍ତି ୪୦ଟି ପରିବାର। ଜରୁରୀକାଳୀନ ସେବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଆଦିବାସୀ ଅଧ୍ୟୁଷିତ ଗାଁର ଲୋକେ। ଶୀତ ଓ ଖରା ଦିନେ ଯାହା ଯେମିତି କଷ୍ଟମଷ୍ଟେ ଜୀବନ ବିତିଯାଏ। ବର୍ଷାଦିନେ ସ୍ଥିତି ଅଣାୟତ ହୋଇପଡ଼େ। ପାହାଡ଼ି ରାସ୍ତାରେ ପାଣି ଚାଲିଲେ ଲୋକେ ଗାଁରୁ ବାହାରିବା ମୁସ୍କିଲ୍‌ ହୋଇପଡେ। 

ରାସ୍ତା ତ ରାସ୍ତା, ଗାଁରେ ନେଟୱର୍କ ବି ଅପହଞ୍ଚ। ଟାୱାର ସ୍ଥାପନ ପାଇଁ ବର୍ଷେ ତଳେ ଜାଗା ଚିହ୍ନଟ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ  ତାହା ହୋଇପାରିନାହିଁ। ଫଳରେ ଘରଠୁ ୭ କିଲୋମିଟର ଦୂରକୁ ଗଲେ ମିଳୁଛି ନେଟୱର୍କ ସୁବିଧା। ବାକି ସମୟରେ ଘରେ ଖେଳଣା ପାଲଟିଯାଏ ମୋବାଇଲ୍‌ । ପାନୀୟ ଜଳ ସମସ୍ୟା ମଧ୍ୟ କମ୍ ନୁହେଁ, ପାହାଡ଼ି ଝରଣା ପାଣି ଏକ ମାତ୍ର ସାହା ଭରଷା। ଗ୍ରୀଷ୍ମ ଆରମ୍ଭରୁ ଜଳକଷ୍ଟ ଆରମ୍ଭ ହୋଇ ଗଲାଣି। ରାସ୍ତା ନଥିବାରୁ ଗାଁକୁ ନଳକୂପ ଖନନ ଗାଡ଼ି ଆସିପାରୁନି, କି ଜଳକଷ୍ଟ ଦୂର ହେଉନାହିଁ।ଯଦି ସରପଞ୍ଚଙ୍କ ଗାଁକୁ ରାସ୍ତାଟିଏ ହୋଇପାରୁନାହିଁ। ଲୋକେ ସ୍ୱଚ୍ଛ ପିଇବା ପାଣି ମୁନ୍ଦେ ପାଉନାହାନ୍ତି। ତେବେ ଅନ୍ୟ ଅଞ୍ଚଳ କଥା କଣ କହିବା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe