କନକ ବ୍ୟୁରୋ : ସରପଞ୍ଚଙ୍କ ନାଁରେ ସରକାରୀ ଟଙ୍କା ହଡପ୍ ଅଭିଯୋଗ । ପାଣି ନିଷ୍କାସନ ପାଇଁ ହୋଇଥିବା ପ୍ରକଳ୍ପରେ କାମ ନକରି ସରପଞ୍ଚ ବାବୁ ଟଙ୍କା ଖାଇଯାଇଥିବା ଗାଁ ଲୋକ ଅଭିଯୋଗ ଆଣିଛନ୍ତି । ବାଲେଶ୍ୱର ଭୋଗରାଇ ବ୍ଲକ ଗୋପୀନାଥପୁର ପଞ୍ଚାୟତ ଶିଆଳିଆ ଗାଁର ନାରାୟଣ ଘରଠାରୁ ଶିଆଳିଆ ପର୍ଯ୍ୟନ୍ତ ଡ୍ରେନେଜ ଓ ପାଇପ ବିଛାଇବା ନିମନ୍ତେ RWSS ପକ୍ଷରୁ ୪୮ ହଜାର ୫୧୦ ଟଙ୍କା ମଞ୍ଜୁର କରାଯାଇଥିଲା ।
ଅଧିକ ପଢ଼ନ୍ତୁ : ସ୍ୱାବଲମ୍ବୀ ହେବେ କେନ୍ଦୁପତ୍ର ତୋଳାଳି ; ଦକ୍ଷ ହେବାପାଇଁ ଦିଆଯିବ ତାଲିମ
ମାତ୍ର କାମ ନକରି ସରପଞ୍ଚ ପ୍ରକଳ୍ପ ଟଙ୍କାକୁ ହଡପ କରିଥିବା ଅଭିଯୋଗ ଆସିଛି । ଏଥିରେ ପଞ୍ଚାୟତ ଅଧିକାରୀଙ୍କ ସମ୍ପୃକ୍ତି ଥିବା ନେଇ ଅଭିଯୋଗ ଆଣି ତଦନ୍ତ ପାଇଁ ବିଡିଓଙ୍କ ନିକଟରେ ଦାବି କରିଛନ୍ତି ଗ୍ରାମବାସୀ ଏବଂ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆନଗଲେ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ ନେଇ ଚେତାବନୀ ଦେଇଛନ୍ତି । ଅନ୍ୟପଟେ ସରପଞ୍ଚ କହିଛନ୍ତି, ଟଙ୍କା ହଡପ ହୋଇନାହିଁ, ଭୁଲବଶତଃ ଅନ୍ୟ ସ୍ଥାନରେ ହୋଇଥିବା କାମର ବିଲ ଉକ୍ତ ପ୍ରକଳ୍ପ ନାଁରେ ଉଠିଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/12/24/sarpanch-accused-2025-12-24-18-30-31.jpg)