କନକ ବ୍ୟୁରୋ: ଭିନ୍ନ ମୋଡ଼ ନେଲା ବହୁ ବହୁ ଚର୍ଚ୍ଚିତ ବରୀ ଔରଙ୍ଗାବାଦ ପଞ୍ଚାୟତର ସନ୍ତୋଷ ମଲିକ ଓରଫ୍‌ ମିଞ୍ଜା ମୃତ୍ୟୁ ମାମଲା । ବିଷ କ୍ରିୟାରେ ସନ୍ତୋଷଙ୍କର ମୃତ୍ୟ ଘଟିଥିବା ନେଇ ଶବ ବ୍ୟବଚ୍ଛେଦ ରିପୋର୍ଟରେ ଆସିବା ପରେ ପୁଲିସ୍‌ର ନୀରବତାକୁ ନେଇ ଦେଖାଦେଇଛି ଅସନ୍ତୋଷ । ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣିଛନ୍ତି ସନ୍ତୋଷଙ୍କ ପତ୍ନୀ । ପୂର୍ବରୁ ସନ୍ତୋଷ ଓ ତାଙ୍କ ଭାଇଙ୍କ ମଧ୍ୟରେ ଝଗଡ଼ା ଥିଲା । ଯାହାକୁ ନେଇ ପଞ୍ଚାୟତର କିଛି ଲୋକ ତାଙ୍କ ଭାଇ ମିଶି ସନ୍ତୋଷକୁ ହତ୍ୟା କରିଥିବା ଅଭିଯୋଗ କରିଥିଲେ ପତ୍ନୀ । ନ୍ୟାୟ ପାଇଁ ମୃତହେଦ ସହ ଧାରଣାରେ ବସିଥିଲେ। ପୁଲିସ ଅଧିକାରୀଙ୍କ କାର୍ଯ୍ୟାନୁଷ୍ଠାନ ନେଇ ପ୍ରତିଶ୍ରୁତି ପରେ ପରିବାର ଲୋକ ଶବ ସତ୍କାର କରିଥିଲେ । 

Advertisment

ଅଧିକ ପଢନ୍ତୁ:  ରାଧିକା ହତ୍ୟା ଘଟଣାରେ ନୂଆମୋଡ଼; ମର୍ଡର ମିଷ୍ଟ୍ରୀରେ ଏଲଭିସଙ୍କ ଏଣ୍ଟ୍ରି, ପୁଲିସ ଖୋଲିବ ତ ହତ୍ୟା ରହସ୍ୟ?

୧୭ ଅକ୍ଟୋବର, ୨୦୨୫... ସନ୍ତୋଷଙ୍କ ପାଇଁ ଥିଲା କାଳ ରାତି... ୨ ଭାଇଙ୍କ କଳିର ସମାଧାନ ପାଇଁ ପଞ୍ଚାୟତର କିଛି ବ୍ୟକ୍ତି ସନ୍ତୋଷ ଓ ତାଙ୍କ ଭାଇଙ୍କୁ ଘରୁ ଡାକିନେଲେ... ସମସ୍ତେ ସାଙ୍ଗ ହୋଇ ଖାଇଲେ, ମଦ ପିଇଲେ...ରାତି ପ୍ରାୟ ୧ଟାରେ ଯନ୍ତ୍ରଣାରେ ଛଟପଟ ସନ୍ତୋଷଙ୍କୁ ଘର ଠାରୁ କିଛି ଦୂରରେ ଫୋଫାଡ଼ିଦେଲେ... ବହୁ କଷ୍ଟରେ ସନ୍ତୋଷ ଆସି ଝିଅକୁ ଚିତ୍କାର କରି ଡାକିଲେ... ମୋତେ ବିଷ ଦେଇଛନ୍ତି ଜଲଦି ମେଡିକାଲ୍‌ ନେଇ ଚାଲ...ପରେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ ସନ୍ତୋଷ... ସନ୍ତୋଷଙ୍କ ମୃତ୍ୟୁ ପରେ ପରିବାର ଲୋକ ଆଣିଛନ୍ତି ଏପରି ଅଭିଯୋଗ। ଅନ୍ୟ ପଟେ ମୃତ ସନ୍ତୋଷଙ୍କ ପତ୍ନୀ ଓ ପିଲାଙ୍କୁ ଧମକ ମିଳୁଥିବା କହିଛନ୍ତି ପତ୍ନୀ । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କାହିଁକି ନିରବ ପୁଲିସ୍‌? ରାଜନୈତିକ ଚାପ ନା ରହିଛି ଅନ୍ୟ କିଛି କାରଣ?  ପୁଲିସ ନିକଟରୁ ନ୍ୟାୟ ପାଇ ପାଇଁ ଦୌଡ଼ି ଦୌଡ଼ି ନିରାଶ ହେବା ପରେ ଗଣମାଧ୍ୟମର ସାହାରା ନେଇଛନ୍ତି ମୃତ ସନ୍ତୋଷଙ୍କ ପତ୍ନୀ। ଗରିବକୁ ନ୍ୟାୟ ଦିଅ ବୋଲି କାନ୍ଦି କାନ୍ଦି ହାତ ଯୋଡ଼ି ନେହୁରା ହୋଇଛନ୍ତି ।