କନକ ବ୍ୟୁରୋ : ବେକରେ ଫଟୋ ଝୁଲାଇ ପ୍ରତିବାଦ । ଅନୁଗୁଳ ଟ୍ରିପଲ୍ ମର୍ଡର ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡାଦେଶ ପରେ ନିର୍ଦ୍ଦୋଷରେ ଖଲାସ ପରେ ଆଇନ୍‌ ବାଟବଣାକୁ ନେଇ ପରିବାର ପକ୍ଷରୁ ବେକରେ ଫଟୋ ଝୁଲାଇ ପ୍ରତିବାଦ କରାଯାଇଛି । ୨୦୧୭ ମସିହାରେ ଅନୁଗୁଳ ଜିଲ୍ଲା କିଶୋରନଗର ଗମ୍ଭାରୀ ମଳିଆ ଗାଁରେ ଏସ୍‌ଏଚ୍‌ଜି ଗ୍ରୁପ୍ ଟଙ୍କା ବଣ୍ଟନକୁ ନେଇ ହତ୍ୟାକାଣ୍ଡ ଘଟିଥିଲା । ଗୋଟିଏ ପରିବାରର ସ୍ୱାମୀ, ସ୍ତ୍ରୀ ଓ ନାବାଳକ ପୁଅକୁ ହତ୍ୟା କରିଥିଲେ । ବିରଞ୍ଚି ନାୟକ, ତାଙ୍କ ତରୁଣୀ ନାୟକ ଓ ସାତ ବର୍ଷର ନାବାଳକ ପୁଅ ନବ ନାୟକଙ୍କୁ ତଣ୍ଟି କାଟି ଅତି ନୃଶଂସ ଭାବେ ହତ୍ୟା କରାଯାଇଥିଲା । ସେହି ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତ ନନ୍ଦ କିଶୋର ଓ ପ୍ରକାଶକୁ ଫାଶୀ ଦଣ୍ଡାଦେଶ ଦେଇଥିଲେ ଆଠମଲ୍ଲିକ ଜିଲ୍ଲା ଦୌରା ଜଜ୍ ଓ ଏଡିଜେ କୋର୍ଟ । ହେଲେ ଉପର କୋର୍ଟରୁ ନିର୍ଦ୍ଦୋଷରେ ଖଲାସ ହେବା ପରେ ଆଇନ ବାଟବଣା ହୋଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ସଂପର୍କୀୟ । ପରିବାର ପକ୍ଷରୁ ବେକରେ ଫଟୋ ଝୁଲାଇ ପ୍ରତିବାଦ କରାଯାଇଛି । ଯଦି ସେମାନେ ନିର୍ଦ୍ଦୋଷ ତେବେ ଅପରାଧୀ କିଏ ବୋଲି ପ୍ରଶ୍ନ କରିଛନ୍ତି ।  ପୁଲିସର ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।