କନକ ବ୍ୟୁରୋ: ଆଜିବି ସଂଘର୍ଷ କରୁଛି ସନ୍ତାଳୀ ଭାଷା ଓଲଚିକୀ ଲିପି। ଦେଶବ୍ୟାପି ଓଲଚିକୀ ଲିପିର ୧୦୦ ବର୍ଷର ସ୍ମରଣୋତ୍ସବ ପାଳିତ ହେଉଛି। ନୂଆ ଦିଲ୍ଲୀ ଠାରେ ସ୍ମରଣୋତ୍ସବ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ , ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ୍ ଓରାମ ପ୍ରମୁଖ ଯୋଗ ଦେଇଥିଲେ । ଓଡ଼ିଶା ଶିକ୍ଷା ବ୍ୟବସ୍ଥାରେ ଓଲଚିକୀ ଓ ସାନ୍ତାଳୀକୁ ସାମିଲ କରାଯାଇଛି । ଓଡ଼ିଶା ଶିକ୍ଷା ବ୍ୟବସ୍ଥାରେ ସାମିଲ ସତ୍ତ୍ୱେ ଏବେ ବି ସାନ୍ତାଳୀ ଭାଷା ସଂଘର୍ଷ କରୁଛି ।
ଭାଷା ମଣିଷର ଭାବ ଆଦାନ ପ୍ରଦାନର ମାଧ୍ୟମ। ମନର କଥାକୁ ଧ୍ୱନୀ ଜରିଆରେ ଜଣାଇବାର କଳା ହିଁ ଭାଷା। ସେହି ଦୃଷ୍ଟିରୁ ଆଦିମ ଆଦିମ ଆଦିବାସୀଙ୍କ ସାନ୍ତାଳୀ ଭାଷା ବେଶ ସ୍ୱତନ୍ତ୍ର। ସାନ୍ତାଳୀ ଭାଷର ଲିପି ଓଲଚିକୀକୁ ପୂରଣ ହୋଇଛି ଶହେ ବର୍ଷ। ପୂର୍ବରୁ ନିଜସ୍ୱ ଲିପି ନଥିବାରୁ ସାନ୍ତାଳୀ ଭାଷାର ଉଚ୍ଚାରଣଗତ ତ୍ରୁଟି ରହୁଥିଲା। ଏହାର ସମାଧାନ ପାଇଁ ପଣ୍ଡିତ ରଘୁନାଥ ମୁର୍ମୁ ୧୯୨୫ ମସିହାରେ ଓଲଚିକୀ ଲିପି ସୃଷ୍ଟି କରିଥିଲେ। ଏହା ସାନ୍ତାଳୀ ଭାଷାର ନିଜସ୍ୱ ଧ୍ୱନି ପାଇଁ ତିଆରି । ଏହା ଧ୍ୱନିମୂଳକ ଲିପି, ଯେମିତି ଉଚ୍ଚାରଣ, ସେମିତି ଲେଖନ। ଆଜି ଲଚିକୀ ଲିପି ଶହେ ବର୍ଷ ପୂରଣ କରିଛି । ଏହାରି ଭିତରେ ଓଡ଼ିଶା ଶିକ୍ଷା ବ୍ୟବସ୍ଥାରେ ସାନ୍ତାଳୀ ଓ ଓଲଚିକୀ ଲିପିକୁ ସାମିଲ କରାଯାଇଛି। ପ୍ରାଥମିକରୁ ଡିଗ୍ରୀ ଯାଏଁ ସାନ୍ତାଳୀ ଭାଷାରେ ସ୍କୁଲ କଲେଜରେ ପାଠ ପଢ଼ା ହେଉଛି ।
ଫେଲ୍ ମାରିଛି ବସୁଧା ଯୋଜନା! ଅପରିଷ୍କାର ପୋଖରୀ ପାଣି ଭରସାରେ ଗାଁ
ଓଡ଼ିଶାର ପ୍ରାୟ ୯ ଲକ୍ଷ ଆଦିବାସୀ ସାନ୍ତାଳୀ ଭାଷା କହନ୍ତି। ଆଦିବାସୀଙ୍କ ତୃତୀୟ ଭାଷାର ମାନ୍ୟତା ପାଇଥିବା ଏହି ସାନ୍ତାଳୀ ଭାଷାକୁ ୨୦୦୩ରେ ଭାରତ ସରକରା ଅଷ୍ଟମ ତାଲିକାରେ ସାମିଲ କରିଛନ୍ତି। ଆଜିର ଦିନରେ ଓଡ଼ିଶା, ଝାରଖଣ୍ଡ, ପଶ୍ଚିମବଙ୍ଗ ଓ ଆସାମର ବହୁ ସ୍କୁଲରେ ସାନ୍ତାଳୀ ଭାଷାରେ ସରକାରୀ ବିଦ୍ୟାଳୟରେ ପାଠ ପଢ଼ାହେଉଛି। ୨୦୦୫ରେ ଓଡ଼ିଶାର ବିଭିନ୍ନ କଲେଜରେ କେବଳ ମାତୃଭାଷା ଭାବେ ପଢ଼ା ହେଉଥିଲା। ପରେ ୨୦୧୦ରେ ଡିଗ୍ରୀ ଓ ୨୦୧୬ ମସିହାରେ ସାନ୍ତାଳୀ ଭାଷାରେ ପିଜି ପାଠ୍ୟକ୍ରମ ଆରମ୍ଭ ହୋଇଛି। ଓଡ଼ିଶାର ବିଭିନ୍ନ ସରକାରୀ ସ୍କୁଲରେ ୬୫୦ରୁ ଅଧିକ ଓଲଚିକୀ ଶିକ୍ଷକ ଶିକ୍ଷା ଦାନ କରୁଛନ୍ତି। ତେବେ କଲେଜ ଗୁଡ଼ିକରେ କେବଳ ଅତିଥି ଅଧ୍ୟାପକଙ୍କ ଦ୍ୱାରା ପାଠ ପଢା ଜାରି ରହିଛି । ଓଲଚିକୀ ଲିପି ସୃଷ୍ଟି ହେବା ପରେ ଓଲଚିକୀ ଲିପିରେ ସାହିତ୍ୟକୃତି ଓ ବ୍ୟାକରଣ ରଚନା ସାନ୍ତାଳୀ ଭାଷାକୁ ସମୃଦ୍ଧ କରିଛି। ରଘୁନାଥ ମୁର୍ମୁ ନାଟକ, ପୁସ୍ତକ ଓ ସାହିତ୍ୟ ମାଧ୍ୟମରେ ଲିପିକୁ ପ୍ରଚାର କରିଥିଲେ। ସାନ୍ତାଳ ସମାଜରେ ସାଂସ୍କୃତିକ ଜାଗରଣ ଆଣିବାରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଅବଦାନ ଅତୁଳନୀୟ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/16/santali-language-2026-02-16-20-24-53.png)