ରାଜରାସ୍ତାରେ ସଂସ୍କୃତ ଶିକ୍ଷକ ଆଶାୟୀଙ୍କ ବିକ୍ଷୋଭ

ଗତ ମେ’ ୧୭ ତାରିଖରେ ୭୨୯ LTR ସଂସ୍କୃତ ଶିକ୍ଷକ ପଦବୀ ପାଇଁ ୫୦୦୦ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ହେଲେ ଏଯାଏଁ ଏମାନଙ୍କ ମେରିଟ୍ ଲିଷ୍ଟ୍ ବାହାରିନଥିବାରୁ ବିକ୍ଷୋଭ କରିଛନ୍ତି ପରୀକ୍ଷାର୍ଥୀ । 

Teacher Protest

Teacher Protest Photograph: (kanak news)

କନକ ବ୍ୟୁରୋ : କାନ୍ଦିଲେ, ଗର୍ଜିଲେ, ଆଣ୍ଠୁମାଡ଼ି କାନ ଧରିଲେ । ମେରିଟ୍ ଲିଷ୍ଟ ପାଇଁ ରାଜଧାନୀର ଓଏସଏସସି ଅଫିସ ସମ୍ମୁଖରେ ଧାରଣା ଦେଲେ ଶହଶହ ପରୀକ୍ଷାର୍ଥୀ । ଗତ ମେ’ ୧୭ ତାରିଖରେ ୭୨୯ LTR ସଂସ୍କୃତ ଶିକ୍ଷକ ପଦବୀ ପାଇଁ ୫୦୦୦ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ହେଲେ ଏଯାଏଁ ଏମାନଙ୍କ ମେରିଟ୍ ଲିଷ୍ଟ୍ ବାହାରିନଥିବାରୁ ବିକ୍ଷୋଭ କରିଛନ୍ତି ପରୀକ୍ଷାର୍ଥୀ । 

ଅଧିକ ପଢ଼ନ୍ତୁ--ନୂଆପଡା ଉପନିର୍ବାଚନ ପାଇଁ ହାଇଭୋଲଟେଜ ପ୍ରଚାର, ଆଜି ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ବଡ଼କଥା ହେଉଛି ଏହି ସଂସ୍କୃତ ଶିକ୍ଷକ ପରୀକ୍ଷାର୍ଥୀଙ୍କ ସହ ଏକା ସଙ୍ଗେ ବିଜ୍ଞାନ ଶିକ୍ଷକ ପଦବୀ ପାଇଁ  ବି ପରୀକ୍ଷା ହୋଇଥିଲା । ଆଉ ବିଜ୍ଞାନ ଶିକ୍ଷକଙ୍କ ରେଜଲ୍ଟ ବାହାରି ଡକ୍ୟୁମେଣ୍ଟ ଭେରିଫିକେସନ୍ ସରିଲାଣି । ଏପରିକି ଆସନ୍ତା ୧୫ ତାରିଖରେ ନିଯୁକ୍ତି ଦେବାକୁ ଗଣଶିକ୍ଷା ବିଭାଗ ବିଜ୍ଞପ୍ତି ଜାରି କରିଛି । ହେଲେ ସଂସ୍କୃତ ଶିକ୍ଷକଙ୍କ ପଦବୀ ପାଇଁ ଡକ୍ୟୁମେଣ୍ଟ ଭେରିଫିକେସନ୍ ସରିଥିଲେ ବି ଏପର୍ଯ୍ୟନ୍ତ ରେଜଲ୍ଟ ବାହାରି ପାରୁନି । ଯାହାକୁ ନେଇ ଓଏସଏସସି କାର୍ଯ୍ୟାଳୟ ଘେରାଉ କରିଛନ୍ତି ଆଶାୟୀ । ଏପଟେ ତୁରନ୍ତ ରେଜଲ୍ଟ ବାହାର କରି ନିଯୁକ୍ତି ଦିଅନ୍ତୁ ସରକାର, ନହେଲେ ସାମୂହିକ ଆତ୍ମାହୁତି ଦେବାକୁ ଚେତାବନୀ ଦେଇଛନ୍ତି ପରୀକ୍ଷାର୍ଥୀ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe