କନକ ବ୍ୟୁରୋ: ନୂଆପଡ଼ା ଦଖଲ ପାଇଁ ତିନି ପ୍ରମୁଖ ଦଳ ଜୋରଦାର ଉଦ୍ୟମ ଚଳାଇଛନ୍ତି । ପ୍ରଚାର ମଇଦାନ ସରଗରମ ରହିଛି । ଭୋଟ ତାରିଖ ପାଖେଇ ଆସୁଥିବା ବେଳେ ପ୍ରଚାର ସରଗରମ ହେଉଛି। ଦଳୀୟ କର୍ମୀ ଓ ନେତାଙ୍କ ପରେ ଏବେ ଭୋଟରଙ୍କୁ ମନାଇବାକୁ ପ୍ରଚାର ମଇଦାନକୁ ଆଜିଠୁ ଓହ୍ଲାଉଛନ୍ତି ହେଭିୱେଟ ନେତା ।
ନାଟକୀୟ ମୋଡ଼ ନେଲା ନୂଆପଡ଼ା ରାଜନୀତି : ନବୀନଙ୍କ ବେଇମାନ ଆକ୍ଷେପକୁ ନେଇ ଚିହିଁକି ଉଠିଲେ ଜୟଙ୍କ ପରିବାର
ଆଜିଠୁ ପ୍ରଚାରକୁ ଓହ୍ଲାଇବେ ବଡ ନେତା । ନୂଆପଡ଼ାରେ ଆଜି ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପୂର୍ବାହ୍ନ ୧୧ଟା ୩୦ରେ କୋମନାରେ ରୋଡ୍ ସୋ’ କରି ସାଧାରଣ ସଭାରେ ଯୋଗଦେବେ। ସେହିପରି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ମଧ୍ୟ ନୂଆପଡ଼ାରେ ପ୍ରଚାର କରିବେ। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ନୂଆପଡ଼ାର ପଞ୍ଚମପୁରରେ ସାଧାରଣ ସଭାରେ ଯୋଗଦେବେ। ନୂଆପଡ଼ା ପାଇଁ ବିଜେପି ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରିଛି ।
ସେହିପରି ଆସନ୍ତାକାଲି ନୂଆପଡ଼ାରେ ରୋଡ ସୋ କରିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଚାର ସମାବେଶ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ବିଜେଡି ସୁପ୍ରିମୋ । ଏ ନେଇ ସେ ଭିଡିଓ ବାର୍ତ୍ତା ବି ଜାରି କରିଛନ୍ତି । ନୂଆପଡା ଓ ଖରିଆର ରୋଡରେ ସମାବେଶ ସହ ବସରେ ବୁଲି ପ୍ରଚାର କରିବେ । ୩ ତାରିଖରେ ନୂଆପଡା ଯାଇ ବିଜେପିକୁ ଟାର୍ଗେଟ କରିଥିଲେ ବିରୋଧୀ ଦଳ ନେତା । ନୂଆପଡାରେ ବିଜେପି ଓ କଂଗ୍ରେସକୁ ଟକ୍କର ଦେବାକୁ ବିଜେଡି ବି ଜୋରସୋରରେ ପ୍ରଚାର ଚଳାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/11/06/nuapada-by-election-2025-2025-11-06-08-01-33.jpg)