କେନ୍ଦୁଝରରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ,  ଜାତୀୟ ରାଜପଥ କଡ଼ରେ ଜମି ରହୁଛି କୁଢ଼ କୁଢ଼ ଅଳିଆ ଆବର୍ଜନା

Advertisment

ପଚାରିବାରୁ ପୌରପାଳିକା ନିର୍ବାହୀ ଅଧିକାରୀ କହିଲେ, ଖୁବଶୀଘ୍ର ଅଳିଆରୁ ପ୍ରସ୍ତୁତ ହେବ ଖତ

ପଚାରିବାରୁ ପୌରପାଳିକା ନିର୍ବାହୀ ଅଧିକାରୀ କହିଲେ, ଖୁବଶୀଘ୍ର ଅଳିଆରୁ ପ୍ରସ୍ତୁତ ହେବ ଖତ

keonjhar municipality

keonjhar municipality Photograph: (KanakNews)

କନକ ବ୍ୟୁରୋ: ଫେଲ ମାରିଛି କେନ୍ଦୁଝର ପୌରପାଳିକାର ୱେଷ୍ଟ ମ୍ୟାନେଜମେଣ୍ଟ କାର୍ଯକ୍ରମ । କେନ୍ଦୁଝର ସହରର ମୁଖ୍ୟସ୍ଥାନରେ ଜମିରହୁଛି ସହରର କୁଢ଼କୁଢ଼ ଅଳିଆ । ତାହାପୁଣି ସହରର ପେଣ୍ଠସ୍ଥଳ ସିଦ୍ଧମଠ ବାଇପାସ ନିକଟ ଜାତିୟ ରାଜପଥ କଡ଼ରେ । 

୨୦ ନଂ ଜାତୀୟ ରାଜପଥ କଡ଼ରେ କୁଢ଼ କୁଢ଼ ଅଳିଆ ଆବର୍ଜନା । ମଇଳା ସାଙ୍ଗକୁ ପଲିଥିନର ପାହାଡ଼ ପରିବେଶକୁ ନଷ୍ଟ କରୁଛି । ଏପଟେ ଯାଉଥିବା ପ୍ରତ୍ୟେକଟି ମଣିଷକୁ ଏ ଦୃଶ୍ୟ ବ୍ୟଥିତ କରୁଛି। ହେଲେ ପୌରପାଳିକା ନଜରରେ ଏହା ପଡ଼ୁନଥିବା ଭଳି ମନେ ହେଉଛି । ଏହି ଅଳିଆ ଗଦାରେ ପଲ ପଲ ଗାଈ ଗୋରୁ ଚରୁଥିବାରୁ ବାରମ୍ବାର ଦୁର୍ଘଟଣା ଘଟି ଗାଈଗୋରୁଙ୍କ ଜୀବନ ଯାଉଥିବା ଅଭିଯୋଗ ଆସୁଛି । ହେଲେ ପ୍ରଶାସନର ନିଦ ଭାଙ୍ଗୁନି । ଏହି ରାସ୍ତା ଦେଇ ମାତ୍ର ଶହେ ମିଟର ଦୂରତାରେ ରହିଛି କେନ୍ଦୁଝର ପ୍ରସିଦ୍ଧ ଧର୍ମପୀଠ ସିଦ୍ଧ ମଠ। ନିକଟରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ସହ ଧରଣୀଧର ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ବି ରହିଛି । 

ହଜିଲା ପୁଅର ଫଟୋ ଧରି ଗାଁ ଗାଁ ବୁଲି ଖୋଜୁଛି ଅସହାୟ ବାପା

ଏହି ରାସ୍ତା ଦେଇ ରାଜ୍ୟର କୋଣ ଅନୁକୋଣରୁ ପର୍ଯ୍ୟଟକ ସାନଘାଗରା, ବଡ଼ଘାଗରା ବୁଲି ଆସିଥାନ୍ତି । ହେଲେ ଏସବୁ ଦେଖି ଲାଗୁଛି ପର୍ଯ୍ୟଟକଙ୍କୁ ସ୍ବାଗତ କରୁଛି ଏହି ଅଳିଆ ଗଦା । ଅନ୍ୟପଟେ କେନ୍ଦୁଝର ପୌରପାଳିକା ନିର୍ବାହୀ ଅଧିକାରୀ କହିଛନ୍ତି, ଖୁବଶୀଘ୍ର ଆବର୍ଜନା ପରିଚାଳନା କରାଯାଇ ଅଳିଆରୁ ଖତ ପ୍ରସ୍ତୁତ କରାଯିବାର କାର୍ଯ୍ୟକ୍ରମ କରାଯିବ । ସହରରୁ ବାହାରୁଥିବା ଅଳିଆ କିପରି ପରିବେଶକୁ ନଷ୍ଟ ନକରିବ ଏଥିପାଇଁ ଆବର୍ଜନା ପରିଚାଳନା ପାଇଁ ବର୍ଷ ବର୍ଷ ଧରି ପ୍ରଶାସନିକ ସ୍ତରରେ ବୈଠକ ପରେ ବୈଠକ ବସୁଛି। ଯାହା ପ୍ରହସନ ପରି ମନେ ହଉଛି ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe