କନକ ବ୍ୟୁରୋ : ଓଡ଼ିଶାରୁ ପଶ୍ଚିମବଙ୍ଗକୁ ବାଲି ଚୋରା ଚାଲାଣ ମାମଲାର ନୂଆଁ ଟୁଇଷ୍ଟ । ସମାଜସେବୀ ଦିଲ୍ଲୀପ କାମିଳାଙ୍କୁ ହତ୍ୟା କରିବା ଧମକରେ ସୁରକ୍ଷା ଓ ନ୍ୟାୟପାଇଁ ତାଳସାରୀ ଥାନାରେ ଏତଲା ଦେବାର ୩୦ ଘଣ୍ଟା ପରେ ବି ମାମଲା ରୁଜୁ କରୁନି ତାଳସାରୀ ମେରାଇନ ପୁଲିସ୍ । ଓଲଟା ଘଟଣା ବାବଦରେ ପୁଲିସକୁ ପଚାରିବାର ପ୍ରତ୍ୟେକ ୫ ରୁ ୧୦ ମିନିଟ ପରେ ବାଲି ବ୍ୟବସାୟୀଙ୍କଠୁ ଆସୁଛି କେଶ ଉଠାଇ ନେଇ ମୂଲଚାଲ କରିବା ପାଇଁ କଲ । ଏଥିରୁ ସ୍ପଷ୍ଟ ହେଉଛି ତାଳସାରୀ ମେରାଇନ ପୁଲିସର ବାଲି ମାଫିଆଙ୍କ ସହ ରହିଛି କି ମଧୁଚନ୍ଦ୍ରିକା ।
ଅଧିକ ପଢନ୍ତୁ : ବାଲିମାଫିଆଙ୍କ ଦାଦାଦିରି, ପୁଲିସକୁ ମାରି ମାଟିରେ ମିଶାଇ ଦେବାକୁ ଧମକ
ବାଲି ମାଫିଆ ମେରାଇନ ପୁଲିସକୁ ଗାଡ଼ିପିଛା ମାସକୁ ଦଶ ହଜାର ଟଙ୍କା ଦେବା ଅଡ଼ିଓ ଏବେ ସତ ବୋଲି ପ୍ରମାଣିତ ହେବାକୁ ଯାଉଛି । ଅନ୍ୟପକ୍ଷରେ ସମାଜସେବୀ ଦିଲ୍ଲୀପ କାମିଳା ନିଜ ଜୀବନ ପ୍ରତି ଅଧିକ ବିପଦ ଥିବା ଜାଣି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ସୁରକ୍ଷା ପାଇଁ ନିବେଦନ କରିବା ସହିତ ମାଫିଆ ଓ ଅଧିକାରୀଙ୍କ ଦ୍ୱାରା ହେଉଥିବା କୋଟି କୋଟି ଟଙ୍କାର ଓଡ଼ିଶାର ରାଜସ୍ବ ଲୁଟରେ ରୋକ ଲଗାଇବାକୁ ନିବେଦନ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/02/sand-news-2026-03-02-08-39-46.jpeg)