ବାଲି ମାଫିଆଙ୍କ ନୂଆ ଉପାୟ; ଅନ୍ୟ ଜିଲ୍ଲା ଟ୍ରାଞ୍ଜିଟ୍‌ ପରମିଟ୍‌ରେ ବାଲି ଚୋରାଚାଲାଣ

Advertisment

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ପାଲିଟିଛି ବାଲି ମାଫିଆଙ୍କ ଆଡ୍ଡା । ବୈତରଣୀ ନଦୀର ବିଭିନ୍ନ ଘାଟରୁ ବେଧଡ଼କ ବାଲି ଉଠୁଛି । ପ୍ରତିଦିନ ଶହଶହ ସଂଖ୍ୟାରେ ହାଇୱା ଯୋଗେ ବିଭିନ୍ନ ଜିଲ୍ଲା ସମେତ ପଶ୍ଚିମବଙ୍ଗକୁ ବାଲି ଚାଲାଣ ହେଉଥିବା ଅଭିଯୋଗ ହୋଇଛି ।

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ପାଲିଟିଛି ବାଲି ମାଫିଆଙ୍କ ଆଡ୍ଡା । ବୈତରଣୀ ନଦୀର ବିଭିନ୍ନ ଘାଟରୁ ବେଧଡ଼କ ବାଲି ଉଠୁଛି । ପ୍ରତିଦିନ ଶହଶହ ସଂଖ୍ୟାରେ ହାଇୱା ଯୋଗେ ବିଭିନ୍ନ ଜିଲ୍ଲା ସମେତ ପଶ୍ଚିମବଙ୍ଗକୁ ବାଲି ଚାଲାଣ ହେଉଥିବା ଅଭିଯୋଗ ହୋଇଛି ।

Sand Mafia

Sand Mafia Photograph: (Kanak News)

କନକ ବ୍ୟୁରୋ : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡରେ ମାତିଛନ୍ତି ବାଲିମାଫିଆ । ନଦୀରୁ ବେଧଡ଼କ ବାଲି ଉଠାଉଛନ୍ତି । ପ୍ରଶାସନର କଟକଣା ଯୋଗୁଁ ମାଫିଆ ମାନେ ଏବେ ବାଲି ପରିବହନ ପାଇଁ ନୂଆ ତରିକା ଆପଣେଇଛନ୍ତି । ଅନ୍ୟ ଜିଲ୍ଲାର ଟ୍ରାଞ୍ଜିଟ୍‌ ପରମିଟ୍‌ରେ ବାଲି ଚୋରା ଚାଲାଣ କରୁଛନ୍ତି । ଆଉ ସବୁ ଜାଣି ପ୍ରଶାସନର ନୀରବତା ରହୁଥିବା ଅଭିଯୋଗ ହୋଇଛି ।

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ପାଲିଟିଛି ବାଲି ମାଫିଆଙ୍କ ଆଡ୍ଡା । ବୈତରଣୀ ନଦୀର ବିଭିନ୍ନ ଘାଟରୁ ବେଧଡ଼କ ବାଲି ଉଠୁଛି । ପ୍ରତିଦିନ ଶହଶହ ସଂଖ୍ୟାରେ ହାଇୱା ଯୋଗେ ବିଭିନ୍ନ ଜିଲ୍ଲା ସମେତ ପଶ୍ଚିମବଙ୍ଗକୁ ବାଲି ଚାଲାଣ ହେଉଥିବା ଅଭିଯୋଗ ହୋଇଛି । ଅନେକ ଥର ବିନା ଟ୍ରାଞ୍ଜିଟ୍‌ ପରମିଟ୍‌ ବା ଟିପିରେ ବାଲି ପରିବହନ ଯୋଗୁଁ ଖଣି ବିଭାଗ ଓ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇଛି । ତଥାପି ବାଲି ଚୋରିରେ ରୋକ୍‌ ଲାଗିପାରୁନି । ବାହାର ଜିଲ୍ଲାର ଟିପି ବ୍ୟବହାର କରି ବାଲି ଚୋରା ଚାଲାଣ କରୁଛନ୍ତି ।

ଅଧିକ ପଢ଼ନ୍ତୁ : ବିପଦକୁ ଡାକୁଛି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ! ପୁରୁଣା ଭଙ୍ଗାଘରେ ଚାଲିଛି ଚିକିତ୍ସା

କେନ୍ଦୁଝର ଜିଲ୍ଲାରୁ ବାଲି ଉଠୁଥିବା ବେଳେ ସୁଦୂର ବଲାଙ୍ଗୀର, ଅନୁଗୁଳ, ଯାଜପୁର ବାଲିଘାଟର ଟିପି ବ୍ୟବହାର କରାଯାଉଛି । ସେଠାକାର ଟିପି ବହୁତ କମ୍ ମୂଲ୍ୟରେ ମିଳୁଥିବାରୁ ଘାଟ ମାଲିକ ଓ ଟ୍ରକ ମାଲିକ ମାଲେମାଲ ହେଉଛନ୍ତି । ଆଉ କୋଟିକୋଟିର ରାଜସ୍ୱ ହରାଉଛି କେନ୍ଦୁଝର ! ଯାହାକୁ ନେଇ ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ ।

ଗତ ୨ ଦିନ ତଳେ ପ୍ରାଶାସନିକ ଅଧିକାରୀ ଗାଡ଼ି ଯାଞ୍ଚ ବେଳେ ମାଫିଆଙ୍କର ଏହି ନୂଆ ଉପାୟ ବିଷୟରେ ଅବଗତ ହୋଇଥିଲେ । ତଥାପି ପ୍ରଶାସନର ନୀରବତା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe