କନକ ବ୍ୟୁରୋ : ସରକାର ଚିକିତ୍ସା କ୍ଷେତ୍ରରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ତାହା ସଠିକ ଭାବେ ବିନିଯୋଗ ହୋଇପାରୁନଥିବାରୁ ହଇରାଣ ହେଉଛନ୍ତି ଲୋକେ । ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଅଁଳାବେରେଣି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଛାତରୁ ପଡ଼ୁଛି ସିମେଣ୍ଟ ଖଣ୍ଡ । ନୂଆ କୋଠା ନିର୍ମାଣ ୩ ବର୍ଷ ହେଲା ସରୁନି । ଫଳରେ ଚିକିତ୍ସା ପାଇଁ ଆସି ରୋଗୀ ବିପଦ ମୁଣ୍ଡାଉଛନ୍ତି ।
ରୋଗୀ ମେଡିକାଲ୍କୁ ଆସେ ସୁସ୍ଥ ହେବା ପାଇଁ କିନ୍ତୁ ଏଭଳିଆ ଡାକ୍ତରଖାନାକୁ ଆସିଲେ ଭଲ ହେବା କଥା କହି ହେଉନି, କିନ୍ତୁ ଅଘଟଣ ଘଟିବା ସୁନିଶ୍ଚିତ । ଛାତରୁ ସିମେଣ୍ଟ ଖଣ୍ଡ ଛାଡ଼ୁଛି । ଲୁହା ରଡ୍ ଦେଖାଗଲାଣି । କାହା ଉପରେ କେତବେଳେ ପଡ଼ିବ କିଏ କହିବ । କାମାକ୍ଷାନଗର ବ୍ଲକ ଅଁଳାବେରେଣି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉପଯୁକ୍ତ ଚିକିତ୍ସା ମିଳୁନଥିବା ନେଇ ଅଭିଯୋଗ ହେଉଥିବା ବେଳେ ମେଡିକାଲ ଗୃହକୁ ନେଇ ଚିନ୍ତାରେ ରୋଗୀ ଓ ସମ୍ପର୍କୀୟ ।
ଅଧିକ ପଢ଼ନ୍ତୁ : ଗିରଫ ହେଲେ କୁବେର ଖଣି ଅଧିକାରୀ ; ରେଡ୍ ବେଳେ ମିଳିଛି ଟଙ୍କାର ପାହାଡ଼
୨୦୨୩ରୁ ଆରମ୍ଭ ହୋଇଥିବା ସ୍ବାସ୍ଥ୍ୟକେନ୍ଦ୍ରର ନୂଆ ଗୃହ କାମ ଆଜି ଯାଏଁ ସରିନି । ସରକାର କୋଟି କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି । କିନ୍ତୁ ନିର୍ମାଣ ଦାୟିତ୍ୱରେ ଥିବା ଠିକାସଂସ୍ଥା ମନମାନି କରି କାର୍ଯ୍ୟରେ ବିଳମ୍ବ କରୁଥିବା ଅଭିଯୋଗ ହୋଇଛି । ଫଳରେ ନୂଆ କୋଠା ଚାରିପଟ ଜଙ୍ଗଲରେ ଭର୍ତ୍ତି ହୋଇଗଲାଣି । ପ୍ରଶାସନର ଏହା ଉପରେ ଦୃଷ୍ଟି ନପଡ଼ିବାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।
କେବେ ସରିବ ସ୍ୱାସ୍ଥ୍ୟକେନ୍ଦ୍ରର ନୂଆକୋଠା କାମ ? ତାର ଉତ୍ତର ଦେବାକୁ କେହି ନାହିଁ । ଢେଙ୍କାନାଳ ମୁଖ୍ୟ ରାସ୍ତାରେ ମେଡିକାଲ ପଡ଼ୁଥିବା ବେଳେ ଅନେକ ସମୟରେ ଦୁର୍ଘଟଣାରେ ଗୁରୁତର ଏଠାକୁ ଚିକିତ୍ସା ପାଇଁ ଆସିଥାନ୍ତି । କିନ୍ତୁ ଉପଯୁକ୍ତ ଚିକିତ୍ସା ନପାଇ ଢେଙ୍କାନାଳ ସ୍ଥାନାନ୍ତର ହେଉଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/02/25/health-centre-2026-02-25-18-13-43.png)