ବାୟୁ ପ୍ରଦୂଷଣରେ ରାଜଧାନୀ ଦିଲ୍ଲୀକୁ ଟପିଯାଇପାରେ ସମ୍ବଲପୁର ସହର

ସମ୍ବଲପୁରର ମୁଖଶାଳା ଅଇଁଠାପାଲି, ଯେଉଁଠି ନିଶ୍ବାସ ନେବା ପାପ ଏତେ ଧୂଳି ଯେ ରାସ୍ତା ଦେଖାଯାଉନି । ସହରର ଏହି ବ୍ୟସ୍ତବହୁଳ ରାସ୍ତାରେ ନିର୍ମାଣ ହେଉଛି ଓଭର ବ୍ରିଜ୍, କିନ୍ତୁ ସବୁ ନୀତିନିୟମର ଏଠି ଉଡ଼ୁଛି ଧଜ୍ଜିଆ ।

Air Polution

Air Polution Photograph: (kanak news)

କନକ ବ୍ୟୁରୋ : ଦିନ ଦ୍ବିପହରରେ କୁହୁଡ଼ିର ଭ୍ରମ , ଧୂଳିରେ ଆକ୍ତାମାକ୍ତ ସହରବାସୀ । ସମ୍ବଲପୁରର ମୁଖଶାଳା ଅଇଁଠାପାଲି, ଯେଉଁଠି ନିଶ୍ବାସ ନେବା ପାପ ଏତେ ଧୂଳି ଯେ ରାସ୍ତା ଦେଖାଯାଉନି । ସହରର ଏହି ବ୍ୟସ୍ତବହୁଳ ରାସ୍ତାରେ ନିର୍ମାଣ ହେଉଛି ଓଭର ବ୍ରିଜ୍, କିନ୍ତୁ ସବୁ ନୀତିନିୟମର ଏଠି ଉଡ଼ୁଛି ଧଜ୍ଜିଆ । ରାସ୍ତା କଡ଼ରେ ବେଧଡ଼କ ପଡ଼ୁଛି କଳକାରଖାନା ପାଉଁଶ ବା ଫ୍ଲାଏ ଆସ୍ । ଏମିତି କି ବ୍ରିଜ ନିର୍ମାଣରେ ମଧ୍ୟ ଫ୍ଲାଏ ଆସର ବ୍ୟବହାର ହେଉଛି । ହେଲେ ଯେଉଁ ପରିମାଣର ପାଣି ଛିଞ୍ଚିବା କଥା ତାହା ହେଉନାହିଁ । ପ୍ରଦୂଷଣ ବୋର୍ଡର ଗାଇଡଲାଇନକୁ ଖୋଲାଖୋଲି ଉଲ୍ଲଂଘନ କରୁଛନ୍ତି ଠିକାଦାର । ଅଥଚ ପ୍ରଦୂଷଣ ବୋର୍ଡ ଚୁପ୍ ଆଉ ଜିଲ୍ଲା ପ୍ରଶାସନ ତ ନିଘୋଡ଼ ନିଦରେ ଶୋଇଛି । 

ଅଧିକ ପଢ଼ନ୍ତୁ--SI ପରୀକ୍ଷା କେଳେଙ୍କାରୀ ଘଟଣା ; ଅଭିଯୁକ୍ତର ହେବ ମିଛଧରା ପରୀକ୍ଷା

ପୂର୍ବରୁ ଅଇଁଠାପାଲିରେ ଖୋଲାଖୋଲି ଫ୍ଲାଏ ଆସ୍ ପଡ଼ୁଥିବା ନେଇ ଖବର ମଧ୍ୟ ଆମେ କନକ ନ୍ୟୁଜ୍‌ରେ ପ୍ରସାରଣ କରିଥିଲୁ । ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ଅଧିକାରୀ ଚିଠି ଲେଖି ଏନ୍‌ଏଚ୍‌ଏଆଇକୁ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ହେଲେ ଏ ସବୁ ଯେମିତି ଲୋକ ଦେଖାଣିଆ ଥିଲା । କାରଣ ପୂର୍ବାପେକ୍ଷା ଅଇଁଠାପାଲିରେ ଏବେ ସ୍ଥିତି ଆହୁରି ସଙ୍ଗିନ। ସହର ଭିତରେ ବି ପଡ଼ିଛି ଗଦା ଗଦା ଆବର୍ଜନା । ସମ୍ବଲପୁର ଠାକୁରପଡ଼ାରେ ଥିବା ଟାଙ୍ଗଣା ନାଳ ପାର୍ଶ୍ବରେ ପଡ଼ିଛି ଟ୍ରିପ୍ ଟ୍ରିପ୍ ଆସ୍ । ଏହା ନାଳ ପାଣିରେ ମଧ୍ୟ ମିଶୁଛି । ନାଳରେ ଲୋକ ଗାଧୋଉଥିବା ବେଳେ ଦୂଷତ ପାଣି ଯାଇ ମହାନଦୀରେ ମିଶିଛି । ଆଖପାଖରେ ରହୁଥିବା ଲୋକ ଏନେଇ ଅଭିଯୋଗ ମଧ୍ୟ କରିଛନ୍ତି । ମହାନଗର ନିଗମର ବଡ଼ବାବୁ ମାନେ ସ୍ଥାନ ପରିଦର୍ଶନ ମଧ୍ୟ କରିଛନ୍ତି କିନ୍ତୁ ଆକ୍ସନ ଶୂନ । ଏନେଇ ପ୍ରଦୂଷଣ ନିୟନ୍ତ୍ରଣ ଅଧିକାରୀଙ୍କ ପ୍ରତିକ୍ରିୟା ପାଇଁ ଯୋଗାଯୋଗ କରିଥିଲୁ କିନ୍ତୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe