କନକ ବ୍ୟୁରୋ : ଯାତ୍ରା  ଜଗତରୁ ପୁଣି ଆସିଛି ଦୁଃଖଦ ଖବର | ଦୁର୍ଦ୍ଦାନ୍ତ ଖଳନାୟକ ଭୂମିକାରେ ଅଭିନୟ କରୁଥିବା ଯୁବ ପ୍ରତିଭା ଜ୍ଞାନ ରଞ୍ଜନ ସାହୁଙ୍କର ଦେହାନ୍ତ ହୋଇଯାଇଛି । ସେ କିଛିଦିନ ଧରି ଲିଭର ଜଣ୍ଡିସରେ ପୀଡିତ ଥିଲେ । ଆଜି ସନ୍ଧ୍ୟାରେ ତାଙ୍କ ଦେହ ହଠାତ ବିଗିଡିଯିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳର ଭୁବନ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା | ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତୁଳସୀ ଗଣନାଟ୍ୟରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ଜ୍ଞାନ ତାଙ୍କର ଦମଦାର ଡାଇଲଗ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଥିଲେ।|

Advertisment

ଅଧିକ ପଢନ୍ତୁ... ବଢ଼ିଲା ସରକାର-ଡାକ୍ତର କଳି; ଜିଦ୍‌ରେ ଅଟଳ ଓମ୍ସା, ନାଲିଆଖି ଦେଖାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଖରାପ ଝିଅର ଗପ, ଶ୍ୱଶୁର ଘରକୁ ଶହେ ସଲାମ, କେତେ ଦୁଃଖ ଦେବୁ ଦେ ରେ କାଳିଆ ଭଳି ଅନେକ ସୁପରହିଟ ନାଟକରେ ମୁଖ୍ୟ ଖଳନାୟକ ଭୂମିକାରେ ସେ ଅଭିନୟ କରିଥିଲେ । ତୁଳସୀ ଗଣନାଟ୍ୟ, ସ୍ଵର୍ଣ୍ଣ ମହଲ, ଧଉଳି ଗଣନାଟ୍ୟ ଭଳି ଆଗଧାଡିର ଯାତ୍ରା ଅନୁଷ୍ଠାନରେ ସେ ଅଭିନୟ କରି ଯାତ୍ରାପ୍ରେମୀଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ । ମାସକ ମଧ୍ୟରେ ଚାଲିଗଲେଣି ତିନି ଜଣ  ବରିଷ୍ଠ କଳାକାର ବଡ କଥା ଯେ ଗତ ମାସକ ମଧ୍ୟରେ ଯାତ୍ରା ଜଗତର 3 ବରିଷ୍ଠ କଳାକାର ଅକାଳରେ ଆରପାରିକୁ ଚାଲିଯାଇଛନ୍ତି |

ନଭେମ୍ବର ପହିଲାରେ ଯାତ୍ରା ଜଗତର ବର୍ଷିଆନ କଳାକାର ଦେବୀ ରଥ ଚାଲିଯାଇଥିବାବେଳେ ଡିସେମ୍ବର ପହିଲାରେ ଗୁରୁ ପୃଷ୍ଟି ଓ ପରେ ଖଳନାୟକ ଭୂମିକାରେ ଅଭିନୟ କରୁଥିବା ନରେନ୍ଦ୍ର ଦାସ(ନଳୀ) ଚାଲିଯାଇଥିବାବେଳେ ଡିସେମ୍ବର ଶେଷ ଆଡକୁ ହସାଇ ହସାଇ ବେଦମ କରୁଥିବା ବୁଧିଆ ନନା ବି ଚାଲିଯାଇଥିଲେ |