କନକ ବ୍ୟୁରୋ : ଶ୍ରୀ ଲୋକନାଥଙ୍କ ପାଖରେ ପଙ୍କୋଧାର ନୀତି । ଶ୍ରୀକ୍ଷେତ୍ରର ଭଣ୍ଡାର ରକ୍ଷକ ବାବା ଲୋକନାଥଙ୍କ ଶ୍ରୀଲିଙ୍ଗ ବର୍ଷସାରା ପାଣି ଭିତରେ ବୁଡ଼ି ରହିଥାନ୍ତି । ବର୍ଷସାରା ଜଳ ନିର୍ଗମ ହୋଇ ମନ୍ଦିର ଗମ୍ଭିରାକୁ ପରିପୂର୍ଣ୍ଣ କରିଦେଇଥାଏ । ଗର୍ଭଗୃହରୁ ପଙ୍କୋଦ୍ଧାର ଏକାଦଶୀରେ ପଙ୍କୋଦ୍ଧାର ହୋଇଥାଏ । ବର୍ଷସାରା ପ୍ରଭୁଙ୍କ ଲିଙ୍ଗ ଉପରେ ଲାଗି କରାଯାଇଥିବା ଫୁଲ, ବେଲପତ୍ର, ଛାଚି, କଦଳୀ ଓ ଜମି ଯାଇଥିବା ପଙ୍କ ଏହି ଅବସରରେ ବାହାର କରାଯାଇଥାଏ ।

Advertisment

ଅଧିକ ପଢନ୍ତୁ : ଲୋକନାଥଙ୍କ ଆଜ୍ଞାରେ ଖୋଲିଲା ରତ୍ନଭଣ୍ଡାର । ମହାରୁଦ୍ରାଭିଷେକ ପରେ ଆସିଥିଲା ଆଜ୍ଞାମାଳ, ମା’ ବିମଳାଙ୍କ ପାଖରେ ଟେକା ହୋଇଥିଲା ଗୁଆ ।

ସେବାୟତମାନେ ଗମ୍ଭିରାରୁ ପଙ୍କ ଓ ପୂଜା ସାମଗ୍ରୀକୁ ଉଦ୍ଧାର କରିବା ପରେ ଭକ୍ତମାନେ ଠାକୁରଙ୍କୁ ଦର୍ଶନ କରିଥାନ୍ତି । ବର୍ଷକରେ ଦିନେ ଶ୍ରଦ୍ଧାଳୁମାନେ ଶ୍ରୀଲିଙ୍ଗ ଦର୍ଶନ କରିବାର ସୁଯୋଗ ପାଇଥାନ୍ତି । ଏଥିପାଇଁ ଶ୍ରୀଲୋକନାଥ ଦେବ ଟ୍ରଷ୍ଟ ବୋର୍ଡ ପକ୍ଷରୁ କରାଯାଇଛି ପ୍ରସ୍ତୁତି । ଲୋକନାଥଙ୍କ ପବିତ୍ର ପର୍ବ ପଙ୍କୋଧାର ଏକାଦଶୀରୁ ଆରମ୍ଭ ହୋଇଛି ଦର୍ଶନ ।  ଜାଗର ରାତ୍ରିରେ ଏଠାରେ ଅନନ୍ୟ ପରମ୍ପରା ଭାବେ ହରିହର ଭେଟ ହୁଏ ।