କନକ ବ୍ୟୁରୋ : ଓଁ ନମଃ ଶିବାୟ ଧ୍ବନିରେ କମ୍ପିଲା ସାରା ଓଡ଼ିଶା। କପିଳାସ, ଆଖଣ୍ଡଳମଣି, ଲୋକନାଥଙ୍କ ପୀଠରେ ବିଳମ୍ବିତ ରାତିରେ ଉଠିଲା ମହାଦୀପ। ଲିଙ୍ଗରାଜରେ ନିର୍ଧାରିତ ସମୟଠାରୁ ୪୦ ମିନିଟ ବିଳମ୍ବରେ ମହାଦୀପ ଉଠିଛି। ୧୦ଟା ୪୦ ମିନିଟ ସମୟରେ ଳିଙ୍ଗରାଜରେ ମହାଦୀପ ଉଠିଛି। ସାରା ରାଜ୍ୟରେ ମହାଶିବରାତ୍ରୀରେ ପ୍ରମୁଖ ଶୈବପୀଠରେ ପ୍ରବଳ ଭିଡ଼ ଦେଖିବାକୁ ଧବଳଶ୍ବେରରେ ୫୦ ହଜାରରୁ ଅଧିକ ଶ୍ରଦ୍ଧାଳଙ୍କୁ ଭିଡ଼ ହୋଇଥିବା ସୂଚନା ମଳିଛି। ଭକ୍ତିମୟ ପରିବେଶ ଏବଂ ହର ହର ମହାଦେବ ନାରାରେ ଲିଙ୍ଗରାଜ ମହାଦୀପ ଉଠିଛି। ପାରମ୍ପରିକ ବେଢା ପରକ୍ରମା ପରେ ମନ୍ଦିର ଉପରକୁ ଉଠିଛି ମହାଦୀପ । ମହାଶିବରାତ୍ରି ପାଇଁ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଆକଳନ ଠାରୁ ଅଧିକ ଭକ୍ତଙ୍କ ଭିଡ ଜମିଛି ମନ୍ଦିରରେ। ଭିଡ ନିୟନ୍ତ୍ରଣ ପାଇଁ ପୋଲିସକୁ ମଧ୍ୟ ନାକେଦମ ହେବାକୁ ପଡ଼ିଛି ।
ଉଠିଲା ମହାଦୀପ,ସାକ୍ଷୀଗୋପାଳ ବରାଳ ବାଲୁଙ୍କେଶ୍ୱର ମହାଦେବ ଙ୍କ ମନ୍ଦିରରେ୧୦ ଟା ୪୦ ମିନିଟ ରେ ମହାଦୀପ ଉଠିଛି। ୫ ହଜାର ରୁ ଅଧିକ ଭକ୍ତ ଏକ କାଳୀନ ଉଜାଗର ରହି ବସାଇ ଥିଲେ ଦୀପ! ହରିବୋଲ ହୁଳହୁଳି ରେ ପ୍ରକମ୍ପିତ ଜୟ ଶିବ ଶମ୍ଭୁ ରେ ମନ୍ଦିର ଚତୃପାଶ୍ଵ!
ଜଗତସିଂହପୁର ଜିଲ୍ଲାସ୍ଥିତ ପ୍ରସିଦ୍ଧ ଶୈବପୀଠ ବିଭୁତି କ୍ଷେତ୍ର ବାବା ଗୋରେଖନାଥଙ୍କ ପୀଠରେ ଜାଗର ପର୍ବ ପାଳନ ହୋଇଯାଇଛି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନେ ବହୁ ଦୂର ଦୁରାନ୍ତରୁ ଆସି ବାବା ଗୋରେଖନାଥଙ୍କ ଦର୍ଶନ ସହିତ ଦୀପ ଜାଳିଛନ୍ତି।
ପବିତ୍ର ମହାଶିବରାତ୍ରୀ ଉପଲକ୍ଷେ ଚଳଚଂଚଳ ହୋଇ ଉଠିଛି ସମଗ୍ର ରାଜ୍ୟର ପ୍ରମୁଖ ଶୈବପୀଠ । କି ସହର କି ଗାଁ ସବୁ ଆଜି ଯେମିତି ଶିବମୟ ହୋଇ ଉଠିଛି । ଏହି ଅବସରରେ ଯାଜପୁର ଜିଲ୍ଳା ଧର୍ମଶାଳା ବ୍ଲକ ଅନ୍ତର୍ଗତ କଂଟାମାଳିଆ ଚିନ୍ତାମଣିଶ୍ୱର ମହାପ୍ରଭୁଙ୍କ ମନ୍ଦିରରେ ଜାଗର ଉôସବ ରତିନୀତି ଅନୁଯାୟୀ ଅନୁଷ୍ଠିତ ହେବା ସହ ମହାଦୀପ ସେବା ଭଗବାନ ଶିବଙ୍କ ଉଦେ୍ଦଶ୍ୟରେ ଅର୍ପଣ କରାଯାଇଛି । ସକାଳୁ ମହାପ୍ରଭୁଙ୍କର ସମସ୍ତ ନୀତିକାନ୍ତି ହେବା ସହ ସନ୍ଧ୍ୟାରେ ଭଜନ କିର୍ତନ ହୁଳହୁଳିରେ ପ୍ରକମ୍ପିତ ହୋଇଥିଲା ମନ୍ଦିର ପରିସର । ବିଧିବିଧାନ ଅନୁଯାୟୀ ରାତି ଦଶଟାରେ ମହାଦୀପ ଅର୍ପଣ କରାଯାଇଥିଲା । ଏହି ଆଧ୍ୟାତ୍ମିକ ଉôସବରେ ଆଖପାଖ ଅଂଚଳର ଭକ୍ତମାନେ ସାମିଲ ହୋଇ ମହାଦୀପ ଦର୍ଶନ କରିଥିଲେ।