ପୁଟିନଙ୍କ ଗସ୍ତ ନେଇ ଏସ୍ ଜୟଶଙ୍କରଙ୍କ ବୟାନ : କୌଣସି ଦେଶ ଆମ ସମ୍ପର୍କ ଉପରେ କଟକଣା ଲଗାଇ ପାରିବେ ନାହିଁ

Advertisment

ଜୟଶଙ୍କର କହିଛନ୍ତି ଯେ ଗତ ୭୦-୮୦ ବର୍ଷ ମଧ୍ୟରେ ବିଶ୍ୱ ଅନେକ ଉତ୍ଥାନ-ପତନ ଦେଖିଛି, କିନ୍ତୁ ଭାରତ-ରୁଷ ସମ୍ପର୍କ ବିଶ୍ୱର ସବୁଠାରୁ ସ୍ଥିର ସମ୍ପର୍କ ମଧ୍ୟରୁ ଅନ୍ୟତମ । କୌଣସି ଦେଶ ଆମ ସମ୍ପର୍କ ଉପରେ କଟକଣା ଲଗାଇ ପାରିବେ ନାହିଁ ।

ଜୟଶଙ୍କର କହିଛନ୍ତି ଯେ ଗତ ୭୦-୮୦ ବର୍ଷ ମଧ୍ୟରେ ବିଶ୍ୱ ଅନେକ ଉତ୍ଥାନ-ପତନ ଦେଖିଛି, କିନ୍ତୁ ଭାରତ-ରୁଷ ସମ୍ପର୍କ ବିଶ୍ୱର ସବୁଠାରୁ ସ୍ଥିର ସମ୍ପର୍କ ମଧ୍ୟରୁ ଅନ୍ୟତମ । କୌଣସି ଦେଶ ଆମ ସମ୍ପର୍କ ଉପରେ କଟକଣା ଲଗାଇ ପାରିବେ ନାହିଁ ।

S.jaishankar

S.jaishankar Photograph: (KANAK NEWS)

କନକ ବ୍ୟୁରୋ : ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି ଯେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଶେଷ ହୋଇଥିବା ଦୁଇ ଦିନିଆ ଭାରତ ଗସ୍ତ ନୂଆଦିଲ୍ଲୀ ଏବଂ ମସ୍କୋ ମଧ୍ୟରେ ସମ୍ପର୍କକୁ ଏକ ନୂଆ ରୂପ ଦେଇଛି । ଜୟଶଙ୍କର କହିଛନ୍ତି ଯେ ଗତ ୭୦-୮୦ ବର୍ଷ ମଧ୍ୟରେ ବିଶ୍ୱ ଅନେକ ଉତ୍ଥାନ-ପତନ ଦେଖିଛି, କିନ୍ତୁ ଭାରତ-ରୁଷ ସମ୍ପର୍କ ବିଶ୍ୱର ସବୁଠାରୁ ସ୍ଥିର ସମ୍ପର୍କ ମଧ୍ୟରୁ ଅନ୍ୟତମ । କୌଣସି ଦେଶ ଆମ ସମ୍ପର୍କ ଉପରେ କଟକଣା ଲଗାଇ ପାରିବେ ନାହିଁ ।

ଭାରତର ସମ୍ପର୍କ ଉପରେ କେହି କଟକଣା ଲଗାଇ ପାରିବେ ନାହିଁ

ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ଭାରତ ନିଜର ବୈଶ୍ୱିକ ସାଥୀ ବାଛିବା ପାଇଁ ସ୍ୱାଧୀନ । ଭୌଗୋଳିକ ରାଜନୀତିର ପରିବର୍ତ୍ତନ ସତ୍ତ୍ୱେ ମସ୍କୋ ସହିତ ନୂଆଦିଲ୍ଲୀର ସମ୍ପର୍କ ସବୁଠାରୁ ସ୍ଥିର ରହିଛି । ଅନ୍ୟ କୌଣସି ଦେଶ ସହିତ ଭାରତର ସମ୍ପର୍କ ଉପରେ 'ଭିଟୋ' ଲଗାଇବା କୌଣସି ଦେଶ ପାଇଁ ଅନୁଚିତ । ସେ କହିଛନ୍ତି ଯେ ଆମେରିକା ଓ ୟୁରୋପ ସହ ଭାରତର ଭଲ ସମ୍ପର୍କ ରହିଛି, କିନ୍ତୁ ରୁଷ ସହିତ ପ୍ରତିରକ୍ଷା ସହଯୋଗ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ରହିଆସିଛି ।

ଅଧିକ ପଢ଼ନ୍ତୁ--ବିଦେଶ ଗଣମାଧ୍ୟମରେ ପୁଟିନଙ୍କ ଗସ୍ତ ଚର୍ଚ୍ଚା; ୟୁକ୍ରେନ ଯୁଦ୍ଧ ବେଳେ ଭାରତ ସହ ସମ୍ପର୍କ ବଢ଼ାଉଛି ରୁଷିଆ

‘ରୁଷ-ଭାରତ ସମ୍ପର୍କ ଅତୁଟ ’

ଜୟଶଙ୍କର କହିଛନ୍ତି ଯେ ରୁଷ ଓ ଭାରତ ଅନେକ ଉତ୍ଥାନ-ପତନ ଦେଖିଥିଲେ ମଧ୍ୟ ଉଭୟଙ୍କ ସମ୍ପର୍କ ମଜବୁତ ରହିଛି । ସେ ପରୋକ୍ଷରେ ଆମେରିକାକୁ ଇଙ୍ଗିତ କରି କହିଛନ୍ତି ଯେ କୌଣସି ଦେଶ ଆମ ସମ୍ପର୍କ ଉପରେ କଟକଣା ଲଗାଇ ପାରିବେ ନାହିଁ । ଆମେରିକା ଚାହୁଥିଲା ଯେ ଭାରତ ରୁଷ ଠାରୁ ପ୍ରତିରକ୍ଷା ସାମଗ୍ରୀ କିମ୍ବା କଞ୍ଚା ତେଲ ନକିଣୁ, କିନ୍ତୁ ଭାରତ ସ୍ପଷ୍ଟ କରିଦେଇଛି ଯେ ଆମେ କୌଣସି ଦେଶର ଚାପରେ ମୁଣ୍ଡ ନୁଆଁଇବୁ ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe