କନକ ବ୍ୟୁରୋ : ଭାରତ ଆସିବେ ରୁଷ ରାଷ୍ଟ୍ରପତି । ରୁଷ-ୟୁକ୍ରେନ ଯୁଦ୍ଧ ଓ ଆମେରିକା ସହ ଟାରିଫ ବିବାଦ ଭିତରେ ପୁଟିନଙ୍କ ଭାରତଗସ୍ତ ବିଭିନ୍ନ ଦିଗରୁ ଗୁରୁତ୍ବବହନ କରୁଛି । ତେବେ ଦୁଇ ଦିନିଆ ଗସ୍ତରେ ଭାରତ ଓ ରୁଷ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ବୁଝାମଣା ସ୍ବାକ୍ଷର ସମ୍ଭାବନା ରହିଛି । ଗତ ଅକ୍ଟୋବରରେ ଭାରତ ଓ ରୁଷଙ୍କ ରଣନୀତି ସମ୍ପର୍କ ୨୫ବର୍ଷ ପୂରା କରିଛି ।
ଆର୍କାଟିକ ମହାସାଗରରେ ପରମାଣୁ ଡ୍ରୋନ ପରୀକ୍ଷଣ କଲା ରୁଷ, ପୋସାଇଡନର ସଫଳ ପରୀକ୍ଷଣ ନେଇ ସୂଚନା ଦେଲେ ରୁଷ ରାଷ୍ଟ୍ରପତି
ଭାରତ ଆସୁଛନ୍ତି ରୁଷ ରାଷ୍ଟ୍ରପତି
- ୪ ତାରିଖ ଅପରାହ୍ନରେ ଦିଲ୍ଲୀରେ ପହଞ୍ଚିବା କାର୍ଯ୍ୟକ୍ରମ
- ୪ ତାରିଖ ରାତିରେ ପୁଟିନଙ୍କ ଉଦ୍ଦେଶ୍ୟରେ ରାଷ୍ଟ୍ରପତି ଭବନରେ ପ୍ରୀତି ଭୋଜନ ଆୟୋଜନ
- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପୁଟିନ ଭେଟିବା ସହ ଆଲୋଚନା କାର୍ଯ୍ୟକ୍ରମ
- ୫ ତାରିଖରେ ୨୩ତମ ଭାରତ-ରୁଷ ଶିଖର ସମ୍ମିଳନୀରେ ଯୋଗଦେବେ
- ପ୍ରଧାନମନ୍ତ୍ରୀ ମୋଦୀ ଓ ରୁଷ ରାଷ୍ଟ୍ରପତିଙ୍କ ମଧ୍ୟରେ ସାକ୍ଷାତ
- ମଧ୍ୟାହ୍ନରେ ଭାରତ ଓ ରୁଷ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା
- ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ଏବଂ ବୁଝାମଣା ସ୍ବାକ୍ଷର ସମ୍ଭାବନା
ଗୋଟେ ପଟେ ଚାଲିଛି ରୁଷ-ୟୁକ୍ରେନ ଯୁଦ୍ଧ, ସେପଟେ ଆମେରିକା ସହ ଟାରିଫ ବିବାଦ । ଏହା ଭିତରେ ରୁଷ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ବିଭିନ୍ନ ଦିଗରୁ ଗୁରୁତ୍ବବହନ କରୁଛି ।
ବନ୍ଦ ହେବ କି ରୁଷ - ୟୁକ୍ରେନ ଯୁଦ୍ଧ : କଡ଼ା ସୁରକ୍ଷା ଭିତରେ ରୁଷରୁ ଆଲାସ୍କାରେ ପହଞ୍ଚିବେ ପୁଟିନ
ଭାରତ-ରୁଷ ଆଲୋଚନା ଉପରେ ବିଶ୍ବର ନଜର
- ଟାରିଫକୁ ନେଇ ଉଭୟ ଭାରତ ଓ ରୁଷ ଆମେରିକାକୁ ବିରୋଧ କରୁଛନ୍ତି
- ଭାରତ ଓ ରୁଷ ଏକାଠି ମିଶି କିଛି ବଡ଼ ରଣନୀତି ପ୍ରସ୍ତୁତ ସମ୍ଭାବନା
- ରୁଷ-ୟୁକ୍ରେନ ଯୁଦ୍ଧ ବନ୍ଦ କରିବା ଦିଗରେ ବଡ଼ ପଦକ୍ଷେପ ସମ୍ଭାବନା
- କ୍ରେମଲିନକୁ ନୂଆଦିଲ୍ଲୀ ପୁଣି ଶାନ୍ତି ପ୍ରସ୍ତାବ ଦେଇପାରେ
- ଉଭୟ ଦେଶ ମଧ୍ୟର ବଡ଼ ପ୍ରତିରକ୍ଷା ଚୁକ୍ତି ଉପରେ ମୋହର ବାଜିପାରେ
ଯୁଦ୍ଧ ଭୂମିରୁ ଆସିଲା ବଡ ଖବର: ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତୁତ ରୁଷ ରାଷ୍ଟ୍ରପତି
୨୦୨୧ରେ ଶେଷଥର ପାଇଁ ଭାରତ ଆସିଥିଲେ ପୁଟିନ । ସେହିପରି ଗତବର୍ଷ ମସ୍କୋରେ ଆୟୋଜିତ ଶିଖର ସମ୍ମିଳନରେ ରୁଷ ଯାଇଥିଲେ ମୋଦୀ । ତେବେ ଗତ ସେପ୍ଟେମ୍ବର ମାସରେ ଚୀନରେ ଆୟୋଜିତ ଏସସିଓ ସମ୍ମିଳନୀରେ ମୋଦୀଙ୍କ ସହ ପୁଟିନଙ୍କ ଭେଟଘା ଓ ଦୁଇ ରାଷ୍ଟ୍ରନେତାଙ୍କ ବନ୍ଧୁତା ପୂରା ବିଶ୍ବ ଦେଖିଥିଲା । ଏପରିକି ମୋଦୀ ଓ ପୁଟିନଙ୍କ ଏକାଠି କାର ଯାତ୍ରାର ଖବର ଓ ଫଟୋ ବେଶ ଚର୍ଚ୍ଚା ସାଉଁଟିଥିଲା
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/28/putin-2025-11-28-22-17-13.jpg)