କନକ ବ୍ୟୁରୋ: ରୂଷିକୂଲ୍ୟା...ଏହା କାହା ପାଇଁ ସାମାନ୍ୟ ନଦୀ ହୋଇପାରେ କିନ୍ତୁ ଏ ହେଉଛି ଦକ୍ଷିଣ ଓଡ଼ିଶାର ଜୀବନରେଖା । ଏହାରି ଉପରେ ନିର୍ଭର କରେ ଜିଲ୍ଲାର ପାନୀୟ ଜଳ ଓ କୃଷି। ଗତ କିଛି ବର୍ଷ ହେବ ଋଷିକୁଲ୍ୟାର ଜଳଧାରା ଦ୍ରୁତ ହ୍ରାସ ପାଉଛି । ଏବେ ମାତ୍ର ଗୋଟିଏ ଛୋଟ ଧାରାରେ ପାଣି ପ୍ରବାହିତ ହେଉଛି । କେବଳ ଏତିକି ନୁହଁ ଧୀରେଧୀରେ ନିଜର ଅସ୍ତିତ୍ବ ହରାଇବାକୁ ବସିଲାଣି ଋଷିକୁଲ୍ୟା । ସାଟେଲାଇଟ ଫଟୋ ଚିତ୍ର ଦେଖିଲେ ଅତି ସହଜରେ ବୁଝିହେବ ଯେ, ଜୀବନରେଖା କୁହାଯାଉଥିବା ନଦୀ ଆଜି ଜୀବନ ଖୋଜୁଛି । ବଞ୍ଚିବା ପାଇଁ ସଂଗ୍ରାମ କରୁଛି । ନା ଅଛି ବାଲି, ନା ପୂର୍ବ ଭଳି ପାଣି, ନଦୀଗର୍ଭରେ ପଙ୍କ ସାଙ୍ଗକୁ ଉଠିଗଲାଣି ଗଛ । ନିୟମିତ ବେଆଇନ ଭାବେ ବାଲି ଖନନ ହେବାରୁ ଏଭଳି ପରିସ୍ଥିତି ଦେଖାଦେଉଛି। ଖୁବ କମ ଦିନରେ ନଦୀ ତାର ଅସ୍ତିତ୍ବ ହରାଇଦେବ ବୋଲି କହିଲେଣି ବିଶେଷଜ୍ଞ ।
ଏହା ବି ପଢ଼ନ୍ତୁ: ଦିନକରେ ୩ ହତ୍ୟା! ହାଣିଲେ, ପିଟିଲେ, ମୁଣ୍ଡ ଗଡ଼ାଇଲେ
ବାଲି ଖନନ, ନଦୀର ଉପରମୁଣ୍ଡରେ ବ୍ୟାରେଜ ନିର୍ମାଣ ଓ ପାଇପ ଯୋଗେ ନଦୀ ଜଳକୁ ଅନ୍ୟତ୍ର ଯୋଗାଣ କରାଯିବା, ଋଷିକୂଲ୍ୟା ଶୁଖିବାର ଗୋଟିଏ ଗୋଟିଏ କାରଣ କୁହାଯାଇପାରେ । ମାତ୍ର ୧୦-୧୨ ବର୍ଷ ଭିତରେ ହୋଇଥିବା ପରିବର୍ତ୍ତନ ସ୍ଥାନୀୟ ଲୋକଙ୍କୁ ଚିନ୍ତାରେ ପକାଇଛି । ଏନେଇ ସରକାର ବି ଚୂପ ବସିଥିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରୁଛି ।
ବାଲି ହଟିଯାଉଥିବାରୁ ନଦୀର ପ୍ରାକୃତିକ ସ୍ତର ଭାଙ୍ଗିପଡ଼ୁଛି। ଜଳ ଧରିରଖିବାର କ୍ଷମତା କମିଯାଉଛି । ଯେଉଁଠାରେ ପୂର୍ବରୁ ପାଣି ରହୁଥିଲା, ସେଠାରେ ଏବେ କେବଳ ପଙ୍କ। ଯଦି ଏବେ ନିୟନ୍ତ୍ରଣ ନ ହେବ, ତେବେ ଆଗାମୀ କିଛି ବର୍ଷରେ ଋଷିକୁଲ୍ୟା କେବଳ ଇତିହାସରେ ରହିଯିବ । ତେବେ ପ୍ରଶ୍ନ ଉଠୁଛି, ନଦୀକୁ ବଞ୍ଚାଇବା ଲାଗି କେବେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2026/02/21/rushikulya-2026-02-21-21-22-33.png)