କନକ ବ୍ୟୁରୋ : ସ୍ତ୍ରୀର ଶବକୁ ତିନିଦିନ ଜଗି ବସିବା ପରେ ଟଳି ପଡ଼ିଲେ ସ୍ୱାମୀ । କେମିତି ହେଲା ମୃତ୍ୟୁ ? ବୟସର ସଂଧ୍ୟାରେ ଦମ୍ପତିଙ୍କ ଏଭଳି ମୃତ୍ୟୁକୁ ନେଇ ସମସ୍ତେ ଚକିତ । ଝାରସୁଗୁଡ଼ା ବ୍ରଜରାଜନଗରର ଓରିଏଣ୍ଟ ଥାନା ଅଞ୍ଚଳର ଏହି ଘଟଣା ସମସ୍ତଙ୍କ ମନରେ ପ୍ରଶ୍ନ ଠିଆ କରିଛି । ଘର ଭିତରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ହେବାର ଦୁଇ ଘଣ୍ଟା ଭିତରେ ସ୍ୱାମୀଙ୍କର ମୃତ୍ୟୁ ହୋଇଛି । ସନଯୋବ ଗାଁର ଗୋବିନ୍ଦ ଭୋଇ ଓ ତାଙ୍କ ସ୍ତ୍ରୀ ରୁକ୍ମିଣୀ ଭୋଇ କିଛି ଦିନ ହେଲା ଘରୁ ବାହାରୁ ନଥିଲେ । ଭିତର ପଟୁ କବାଟ ବନ୍ଦ କରି ରହୁଥିଲେ ସ୍ୱାମୀ-ସ୍ତ୍ରୀ । ରୁକ୍ମିଣୀଙ୍କ ଭଉଣୀ ଫୋନ କରୁଥିଲେ ମଧ୍ୟ କେହି ଉଠାଉନଥିଲେ । ସନ୍ଦେହ ହେବାରୁ ଘରେ ଆସି ପହଞ୍ଚିବା ପରେ ଏଭଳି ସ୍ଥିତି ଦେଖି ଚକିତ ମୃତକଙ୍କ ଭଉଣୀ । ପଡୋଶୀ ମଧ୍ୟ ତିନି ଦିନ ହେଲାଣି କିଛି ଟେର୍ ପାଉନଥିଲେ । ପୋଲିସ ତଦନ୍ତ କଲେ ସବୁକିଛି ସ୍ପଷ୍ଟ ହେବ ବୋଲି ଲୋକେ କହିଛନ୍ତି । ପୁରା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ଏହା ବି ପଢ଼ନ୍ତୁ; ଧଳାଜହରକୁ ନେଇ ବିଧାନସଭାରେ ହୁଲସ୍ତୁଲ, ଓଡ଼ିଶାର ୪ ବ୍ରାଉନସୁଗାର୍ ହଟ୍ସ୍ପଟ୍
ରାଜ୍ୟରେ ଅପରାଧ ଉପରମୁହାଁ । କଥା କଥାରେ ବୁଲୁଛି ଖଣ୍ଡା,ଫୁଟୁଛି ଗୁଳି । ସେମିତି କେନ୍ଦୁଝର ଘଷିପୁରା ଅଂଚଳରେ ଚାନ୍ଦା ନଦେବାରୁ ଠିକାଦାରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଦେଓଗାଁ ପଞ୍ଚାୟତରେ ବିପିନ ପରିଡାଙ୍କୁ ହତ୍ୟା ଭୟର ବାତାବରଣ ସୃଷ୍ଟି କରିଛି । ସେପଟେ ରାଉରକେଲାରେ ସିଭିଲ୍ ଟାଉନସିପରେ ମେଡିକାଲ୍ ରିପ୍ରେଜେଣ୍ଟେଟିଭଙ୍କ ମୃତ ଦେହ ଉଦ୍ଧାର । ହତ୍ୟା କି ଆତ୍ମହତ୍ୟା ତାକୁ ନେଇ ତନାଘନା ଚାଲିଛି । ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ସ୍ଥିତିର ଅନୁସନ୍ଧାନ କରୁଛି ।
ଏପଟେ ଦେବଗଡ଼ ଜିଲ୍ଲା ବାରକୋଟ ଥାନାଞ୍ଚଳରେ ରାସ୍ତା କଡରୁ ବ୍ୟକ୍ତିଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର । ମୃତକ ହେଲେ ଦଣ୍ଡାସିଂହା ଗ୍ରାମର ଶଙ୍କର ଦେହୁରୀ । ସାପ୍ତାହିକ ହାଟକୁ ଯାଇ ଶଙ୍କର ଆଉ ଘରକୁ ଫେରିନଥିଲେ । ସକାଳୁ ଖୋଜାଖୋଜି କରିବା ପରେ ତାଙ୍କର ମୃତଦେହ ଉଦ୍ଧାର ହୋଇଛି । କେହି ପିଟିପିଟି ହତ୍ୟା କରୁଥିବା ଅନୁମାନ କରାଯାଉଛି...
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2026/02/21/murder-2026-02-21-21-14-01.png)