କନକ ବ୍ୟୁରୋ : ଗ୍ରାମାଞ୍ଚଳର ଲୋକମାନେ କିଭଳି ସୁବିଧାରେ ଓ କମ ଖର୍ଚ୍ଚରେ ଯାତାୟାତ କରିପାରିବେ ସେଥିପାଇଁ ପୂର୍ବ ସରକାର ଲକ୍ଷ୍ମୀ ବସ ଯୋଜନା ଆରମ୍ଭ କରିଥିଲେ । ଏହି ଯୋଜନା ବେଶ ଫଳପ୍ରଦ ବି ହୋଇଛି । କିନ୍ତୁ କଟକ ଜିଲ୍ଲା ବାଙ୍କୀ ସବଡ଼ିଭିଜନରେ ଏବେବି ଅନେକ ପଞ୍ଚାୟତକୁ ଲକ୍ଷ୍ମୀ ବସ ଗଡ଼ିପାରିନି । ଯାହା ଫଳରେ କି ଏଠାକାର ବାସିନ୍ଦା ଯାତାୟାତରେ ଅନେକ ସମସ୍ୟା ଭୋଗ କରୁଛନ୍ତି ।
ବାଙ୍କୀ ସବଡ଼ିଭିଜନ ଅନ୍ତର୍ଗତ ଡମପଡ଼ା ବ୍ଲକର ଗୋବିନ୍ଦପୁର, ଦୁଲଣାପୁର ଓ ତାଳବସ୍ତ ପଞ୍ଚାୟତର ଅନେକ ସ୍ଥାନରେ ଫେବ୍ରୁଆରି ୨୦୨୪ରେ ନିର୍ମାଣ ହେଲା ଲକ୍ଷ୍ମୀ ବସ୍ ଷ୍ଟାଣ୍ଡ । ଲାଗୁଥିବା ବସ୍ ଆସିବ ଯାତାୟାତ ସୁଗମ ହେବ । ହେଲେ ଦେଢ଼ ବର୍ଷ ଭିତରେ ନା ଏଠାରେ ଗୋଟେ ଲକ୍ଷ୍ମୀ ବସ୍ ଅଟକିଛି ନା ଷ୍ଟାଣ୍ଡରେ କେହି ଯାତ୍ରୀ ବସିବାର କିଏ ଦେଖିଛନ୍ତି । ଲୋକଙ୍କ ବଦଳରେ ଏହା ଏବେ ବୁଲା ଗାଈଗୋରୁଙ୍କ ରହଣି ସ୍ଥାନ ପାଲଟିଯାଇଛି ।
ଅଧିକ ପଢ଼ନ୍ତୁ : ରାଜନୀତିର ଦୋ-ଛକିରେ ଲକ୍ଷ୍ମୀ ବସ୍ଷ୍ଟାଣ୍ଡର ଭାଗ୍ୟ : ନବରଙ୍ଗପୁରରେ ଆଣ୍ଠେଇଛି ୧୫୦ରୁ ଅଧିକ ବସଷ୍ଟାଣ୍ଡ ନିର୍ମାଣ
ପ୍ରତ୍ୟେକ ଦିନ ୩ଟି ପଞ୍ଚାୟତର ହଜାର ହଜାର ଲୋକ ବିଭିନ୍ନ ସରକାରୀ କାମ ବାଙ୍କୀକୁ ଯିବାକୁ ପଡ଼ିଥାଏ । କିନ୍ତୁ ବସ ସୁବିଧା ନଥିବାରୁ ଗାଡ଼ି ଭଡା କରି ଯାଇ ଖର୍ଚ୍ଚାନ୍ତି ହେବାକୁ ପଡ଼ିଥାଏ । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟପଟେ ବାଙ୍କୀ ଉପଜିଲ୍ଲାପାଳ ପ୍ରଣବ କୁମାର ବେହେରା କହିଛନ୍ତି, ସମସ୍ୟା ବିଷୟରେ ମୁଁ ଅବଗତ ଅଛି । ଏନେଇ ଏକ ପ୍ରସ୍ତାବ ମଧ୍ୟ ଦିଆଯାଇଛି । ଖୁବଶୀଘ୍ର ସମସ୍ୟାର ସମାଧାନ ପାଇଁ ଆମ ଚେଷ୍ଟା କରିବୁ । ତେବେ ବାବୁଙ୍କ ଚେଷ୍ଟା କେବେ ଫଳପ୍ରଦ ହେବ ତାକୁ ହିଁ ଅପେକ୍ଷା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/01/03/bus-service-2026-01-03-19-20-26.png)