ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଶାସକ ଦଳର ପ୍ରସ୍ତୁତି, ଏଯାଏଁ ମଇଦାନକୁ ଓହ୍ଲାଇ ନାହାନ୍ତି ବିଜେଡି ସୁପ୍ରିମୋ

Advertisment

ସାଧାରଣ ନିର୍ବାଚନରେ ବିପୁଳ ସଫଳତା ପରେ ପଂଚାୟତ ନିର୍ବାଚନରେ ବାଜିମାତ କରିବାକୁ ଅଙ୍କ କଷୁଛି ବିଜେପି।  ତୃଣମୃଳ ସ୍ତରର ବିଜେଡି ନେତା ଓ ପଞ୍ଚାୟତ ପ୍ରତିନିଧିମାନଙ୍କୁ ଦଳରେ ସାମିଲ କରିବାରେ ଲାଗିପଡିଛି ଦଳ। ପଂଚାୟତ ନିର୍ବାଚନରେ କିପରି ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିବ ସେଥିପାଇଁ ଗୋଟି ଚଳାଇଛନ୍ତି ମୋହନ ଓ ମନମୋହନ। ଏହାରି ଭିତରେ ଫେବୃଆରୀ ୧୭ ତାରିଖରେ ପ୍ରଶିକ୍ଷଣ ଶିବିରର ଆୟୋଜନ କରିଛି ବିଜେପି

ସାଧାରଣ ନିର୍ବାଚନରେ ବିପୁଳ ସଫଳତା ପରେ ପଂଚାୟତ ନିର୍ବାଚନରେ ବାଜିମାତ କରିବାକୁ ଅଙ୍କ କଷୁଛି ବିଜେପି।  ତୃଣମୃଳ ସ୍ତରର ବିଜେଡି ନେତା ଓ ପଞ୍ଚାୟତ ପ୍ରତିନିଧିମାନଙ୍କୁ ଦଳରେ ସାମିଲ କରିବାରେ ଲାଗିପଡିଛି ଦଳ। ପଂଚାୟତ ନିର୍ବାଚନରେ କିପରି ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିବ ସେଥିପାଇଁ ଗୋଟି ଚଳାଇଛନ୍ତି ମୋହନ ଓ ମନମୋହନ। ଏହାରି ଭିତରେ ଫେବୃଆରୀ ୧୭ ତାରିଖରେ ପ୍ରଶିକ୍ଷଣ ଶିବିରର ଆୟୋଜନ କରିଛି ବିଜେପି

7PM6

କନକ ବ୍ୟୁରୋ : ସାଧାରଣ ନିର୍ବାଚନରେ ଅପ୍ରତ୍ୟାଶିତ ଭାବେ ବିଜେଡିକୁ ହରାଇ କ୍ଷମତା ହାତେଇଥିଲା ବିଜେପି। ବିଧାନସଭାରେ ସଂଖ୍ୟା ଗରିଷ୍ଠତା ହାସଲ କରିବା ସହ ଲୋକସଭା ୨୦ ଆସନ ଜିତିଥିଲା ଦଳ। ବର୍ଷକ ଭିତରେ ପଂଚାୟତ ନିର୍ବାଚନ ହେବାର ଥିବା ବେଳେ ଏବେଠୁ ପ୍ରସ୍ତୁତି ଚଳାଇଛି ବିଜେପି। ମୁଖ୍ୟମନ୍ତ୍ରୀ, ବିଜେପି ସଭାପତି ଜିଲ୍ଲା ଜିଲ୍ଲା ବୁଲୁଛନ୍ତି। କିନ୍ତୁ ବିଜେଡିର ଏଥର ଲୋକଙ୍କ ପାଖକୁ କିଏ ଯିବ ତାକୁ ନେଇ ଚର୍ଚ୍ଚା ଥମୁନି।

ସାଧାରଣ ନିର୍ବାଚନରେ ବିପୁଳ ସଫଳତା ପରେ ପଂଚାୟତ ନିର୍ବାଚନରେ ବାଜିମାତ କରିବାକୁ ଅଙ୍କ କଷୁଛି ବିଜେପି।  ତୃଣମୃଳ ସ୍ତରର ବିଜେଡି ନେତା ଓ ପଞ୍ଚାୟତ ପ୍ରତିନିଧିମାନଙ୍କୁ ଦଳରେ ସାମିଲ କରିବାରେ ଲାଗିପଡିଛି ଦଳ। ପଂଚାୟତ ନିର୍ବାଚନରେ କିପରି ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିବ ସେଥିପାଇଁ ଗୋଟି ଚଳାଇଛନ୍ତି ମୋହନ ଓ ମନମୋହନ। ଏହାରି ଭିତରେ ଫେବୃଆରୀ ୧୭ ତାରିଖରେ ପ୍ରଶିକ୍ଷଣ ଶିବିରର ଆୟୋଜନ କରିଛି ବିଜେପି। ରାଜ୍ୟ କାର୍ଯ୍ୟାଳୟରେ ହେବାରୁ ଥିବା ଏହି ବୈଠକରେ ବିଧାୟକ, କାର୍ଯ୍ୟକର୍ତ୍ତାଙ୍କୁ ପ୍ରଶିକ୍ଷଣ ଦିଆଯିବ। ଦଳୀୟ ସଂଗଠନକୁ ସୁଦୃଢ଼ କରିବା ସହ ପଞ୍ଚାୟତ ପୂର୍ବରୁ ସଂଗଠନ ସଜାଡ଼ିବାକୁ ଏଭଳି ଶିବିର ଆୟୋଜନ କରାଯାଉଥିବା କହିଛନ୍ତି ବିଜେପି ରାଜ୍ୟ ସଭାପତି।

ଅଧିକ ପଢ଼ନ୍ତୁ :  ପଂଚାୟତ ପରୀକ୍ଷା ପାଇଁ କମର କସୁଛି କଂଗ୍ରେସ; ତୃଣମୂଳସ୍ତରରେ କର୍ମୀ ଖୋଜୁଛନ୍ତି ଭକ୍ତ

୨୦୨୭ ପ୍ରାରମ୍ଭରୁ ପଞ୍ଚାୟତ ନିର୍ବାଚନ ହେବାର ସମ୍ଭାବନା ରହିଛି। ହାତରେ ଆହୁରୀ ବର୍ଷଟେ ସମୟ ରହିଥିଲେ ମଧ୍ୟ ଏବେଠୁ ତୃଣମୂଳ ସ୍ତରରେ ସଙ୍ଗଠନ ସଜାଡିବାରେ ଲାଗିପଡିଛି ବଜେପି। ମୁଖ୍ୟମନ୍ତ୍ରୀ ମୋହନ ମାଝି, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ବିଭିନ୍ନ ଜିଲ୍ଲା ଗସ୍ତ କରି ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରୁଛନ୍ତି। କିନ୍ତୁ ପ୍ରମୁଖ ବିରୋଧୀ ବିଜେଡି ପକ୍ଷରୁ ସେପରି କିଛି ପ୍ରସ୍ତୁତି ଦେଖିବାକୁ ମିଳୁନି। ପୂର୍ବ ନିର୍ବାଚନଗୁଡିକରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଓ ଭି.କେ. ପାଣ୍ଡିଆନ୍ ଦଳର ପ୍ରଚାରର ମଙ୍ଗ ଧରିଥିଲେ । ପାଣ୍ଡିଆନ ନିଜେ ସବୁ ଜିଲ୍ଲା ଯାଇ ପ୍ରଚାର କରୁଥିଲେ। ଏବେ ନବୀନ ନିଜେ ଜିଲ୍ଲା ଗସ୍ତରେ ଯାଉନଥିବାବେଳେ ରାଜନୀତିରୁ ଅବସର ନେଇଯାଇଛନ୍ତି ବିଜେଡିର ଦୁଇ ନମ୍ବର ନେତା। ଏପରି ସ୍ଥିତିରେ ପଞ୍ଚାୟତ ନିର୍ବାଚନରେ ବିଜେଡି ପ୍ରଚାର ମଙ୍ଗ ଧରିବ କିଏ?  ତାକୁ ନେଇ ଚର୍ଚ୍ଚା ଧରିଛି।  ବିଜେଡି ଗତ ପଞ୍ଚାୟତ ନିର୍ବାଚନରେ ବିପୁଳ ବିଜୟ ହାସଲ କରିଥିଲେ ମଧ୍ୟ ଏଥର ସ୍ଥିତି ବଦଳିଯାଇଛି। ଲୋକଙ୍କ ମୁଡ ସହ ଶାସନ ବି ପରିବର୍ତ୍ତନ ହୋଇଛି। କିନ୍ତୁ କାହା ହାତରେ ରହିବ ତୃଣମୂଳ ଶାସନ ଭାର ତାହା ଅପେକ୍ଷା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe