କନକବ୍ୟୁରୋ : ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଲୋଚନା ସମୟରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏକ ମନ୍ତବ୍ୟ ଦେଇଥିଲେ ଯାହା ହଟ୍ଟଗୋଳ ସୃଷ୍ଟି କରିଥିଲା । କଂଗ୍ରେସ ସାଂସଦ ଚୀନ୍ ଓ ଡୋକଲାମକୁ ନେଇ ପୂର୍ବତନ ସେନା ମୁଖ୍ୟ ମନୋଜ ନରଭାଣେଙ୍କ ନାମ ନେଇଥିଲେ । ସେ ଗୃହରେ ଦାବି କରିଥିଲେ ଯେ, ନରଭାଣେଙ୍କ ପୁସ୍ତକରେ ଉଲ୍ଲେଖ ଅଛି , ଡୋକଲାମରେ ଭାରତୀୟ ସୀମା ନିକଟରେ ଚୀନ୍ ସେନାର ଟ୍ୟାଙ୍କ ଅଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପୁସ୍ତକ ଉପରେ ଆପତ୍ତି ଉଠାଇଥିଲେ।
ଅଧିକ ପଢନ୍ତୁ ...କମ୍ ଦୃଶ୍ୟମାନତା ନଥିଲା ଅଜିତଙ୍କ ବିମାନ ଦୁର୍ଘଟଣାର କାରଣ: ଅନିଲ ଦେଶମୁଖ ଉଠାଇଲେ ପ୍ରଶ୍ନ
ସେ କହିଥିଲେ,ଏକ ପ୍ରକାଶିତ ପତ୍ରିକା କାହାଣୀକୁ ନେଇ ଏପରି କହିବା ଗୃହର ନିୟମକୁ ଉଲ୍ଲଂଘନ କରୁଛି । ରାହୁଲ ପ୍ରତିକ୍ରିୟା ଦେଇ କହିଥିଲେ, ତାଙ୍କ ଉତ୍ସ ନିର୍ଭରଯୋଗ୍ୟ ଓ ପୂର୍ବତନ ସେନା ମୁଖ୍ୟ ଜେନେରାଲ ମନୋଜ ନରଭାଣେଙ୍କ ଅପ୍ରକାଶିତ ସ୍ମୃତିରୁ ଅଣାଯାଇଛି। ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ରାହୁଲ ଗାନ୍ଧୀଙ୍କ ଦାବି ଉପରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଥିଲେ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ, କଂଗ୍ରେସ ସାଂସଦ ଯାହା କହିଛନ୍ତି ତାହା ସତ୍ୟ ନୁହେଁ । ରାହୁଲ ଗାନ୍ଧୀ ନିଜେ କହିଛନ୍ତି ଯେ , ପୁସ୍ତକ ପ୍ରକାଶିତ ହୋଇନାହିଁ । ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ ସମାନ କଥା କହିଛନ୍ତି, ଆମେ କିପରି ଏକ ପୁସ୍ତକର ଉଦ୍ଧୃତିର ଉଦାହରଣ ଦେଇପାରିବୁ ଯାହା ପ୍ରକାଶିତ ହୋଇନାହିଁ ବୋଲି ସେ ପ୍ରଶ୍ନ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/02/ragul-2026-02-02-15-23-11.jpg)