କନକ ବ୍ୟୁରୋ : ଅଜିତ ପାୱାରଙ୍କ ଦଳ ଓ ପରିବାର ଏବେ ବି ତାଙ୍କ ମୃତ୍ୟୁର ଧକ୍କାରୁ ମୁକୁଳି ପାରି ନାହାନ୍ତି । ଅଜିତ ପାୱାର ମୁମ୍ବାଇରୁ ବାରାମତି ଯାତ୍ରା କରୁଥିଲେ ଯେତେବେଳେ ତାଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ଜଣେ ବି ଯାତ୍ରୀ ବଞ୍ଚି ପାରି ନଥିଲେ । ସମସ୍ତେ ଏବେ ଏକ ପୁଙ୍ଖାନୁପୁଙ୍ଖ ତଦନ୍ତର ରିପୋର୍ଟକୁ ଅପେକ୍ଷା କରିଛନ୍ତି ।
କମ୍ ଦୃଶ୍ୟମାନ୍ୟତାରେ କିଭଳି ଭଲ ଭାବେ ଭିଡିଓ ସୁଟିଂ ହେଲା ?
ଅଜିତ ପାୱାରଙ୍କ ମୃତ୍ୟୁ ସମ୍ପର୍କରେ ଏନ୍ସିପି-ଏସ୍ସିପି ନେତା ଅନିଲ ଦେଶମୁଖ କହିଛନ୍ତି ଯଦି ଦୁର୍ଘଟଣା ଦୃଶ୍ୟମାନତା କମ୍ ଥିବାରୁ ଘଟିଛି ତେବେ ଭିଡିଓଗୁଡ଼ିକ ଦୂରରୁ ସୁଟ୍ କରାଯାଇଥିଲା, ସେଥିରେ ସ୍ପଷ୍ଟ ଭାବରେ ବିମାନ ଉଡ଼ୁଥିବା, ଅବତରଣ ସମୟରେ ଢଳି ପଡ଼ିଥିବା ଓ ଶେଷରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସ୍ପଷ୍ଟ କିପରି ଦେଖାଯାଉଛି । ତେଣୁ, ଅନେକ ଲୋକ ସନ୍ଦେହ କରୁଛନ୍ତି, ଦୃଶ୍ୟମାନତା କମ୍ ହେବା ଦୁର୍ଘଟଣାର କାରଣ ନୁହେଁ । କମ୍ ଦୃଶ୍ୟମାନ୍ୟତାରେ କିଭଳି ଭଲ ଭାବେ ଭିଡିଓ ସୁଟିଂ ହେଲା ? ବ୍ଲାକ୍ ବାକ୍ସ ମିଳିଛି । ଏହାର ଯାଞ୍ଚ କରାଯିବ । ତଦନ୍ତରେ ସବୁକିଛି ପ୍ରକାଶ ପାଇବ ।
ଅଧିକ ପଢ଼ନ୍ତୁ---ମେଲୋନିଙ୍କ ଫଟୋ ଚର୍ଚ୍ଚର ଦେବଦୂତଙ୍କ ସ୍ଥାନରେ: ଲୋକଙ୍କ ଧାର୍ମିକ ଭାବନାକୁ ଶକ୍ତ ଧକ୍କା
ମମତା ବାନାର୍ଜୀ ଉଠାଇଥିଲେ ପ୍ରଶ୍ନ
ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏନସିପି ମୁଖ୍ୟ ତଥା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ତଦନ୍ତ ଦାବି କରିଥିଲେ । ସେତେବେଳେ ଏହାକୁ ନେଇ ଶାସକ ବିଜେପି ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା । ମମତା ବାନାର୍ଜୀ ଦୁର୍ଘଟଣା ନେଇ ଦୁଃଖ ପ୍ରକାଶ କରି କହିଥିଲେ, ଦେଶରେ କେହି ସୁରକ୍ଷିତ ନୁହଁନ୍ତି । ଏହାର ନିରପେକ୍ଷ ତଦନ୍ତ କରାଯିବା ଉଚିତ । ସେ ସତ୍ୟ ଉନ୍ମୋଚନ ପାଇଁ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ଏକ କମିଟି ଦ୍ୱାରା ବିମାନ ଦୁର୍ଘଟଣାର ତଦନ୍ତ କରିବାକୁ ଦାବି କରିଥିଲେ ।
ମମତାଙ୍କ ଦାବିର ଜବାବ ଦେଇଥିଲେ କଙ୍ଗନା
ମମତା ବାନାର୍ଜୀଙ୍କ ଦାବି ନେଇ ବିଜେପି ସାଂସଦ କଙ୍ଗନା ରାଣାୱତ କଡ଼ା ପ୍ରତିକ୍ରିୟା ଦେଇଥିଲେ । ସେ କହିଥିଲେ, ଏହା ଏକ ଅତ୍ୟନ୍ତ ଗମ୍ଭୀର ଓ ଦୁଃଖଦ ଘଟଣା । ଏନେଇ ସଂସଦରେ ଆଲୋଚନା ହେଉଛି । ଏଭଳି ସମ୍ବେଦନଶୀଳ ସମୟରେ ଏପରି ମନ୍ତବ୍ୟ ଦେବା ଅନୁଚିତ । ରାଜନୈତିକ ଆରୋପ -ପ୍ରତ୍ୟାରୋପରୁ ଦୂରେଇ ରହି ଅଜିତଙ୍କ ପରିବାର ପଛରେ ଠିଆ ହେବା ଉଚିତ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/02/anil-deshmukh-2026-02-02-15-03-40.jpg)