କନକ ବ୍ୟୁରୋ : ପଣ୍ଡିତ ପ୍ରଦୀପ ମିଶ୍ର ଭୋପାଳରେ ଅନୁଷ୍ଠିତ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି ଅବସରରେ ପ୍ରଦୀପ ମିଶ୍ରା କହିଛନ୍ତି , ସଂଘ ଏବଂ ଭଗବାନ ଶିବଙ୍କ ଭାବନା ମଧ୍ୟରେ ଅଦ୍ଭୁତ ସମାନତା ଅଛି । ଯେପରି ଶିବ ସମଗ୍ର ସୃଷ୍ଟି ପାଇଁ ବିଷ ପିଇଥିଲେ, ସେହିପରି ସଂଘ ମଧ୍ୟ ପ୍ରତିଦିନ ବିଭିନ୍ନ ଅଭିଯୋଗର ବିଷ ପିଇ ସଂଯମତା ସହ ଜାତୀୟ ସ୍ୱାର୍ଥ ପାଇଁ କାମ କରୁଛି ।
ଭୋପାଳର ଶିବନେରୀ ଭବନ ଏବଂ କୁଶାଭାଉ ଠାକରେ ସଭାଗୃହରେ ଆୟୋଜିତ ଦୁଇଟି କାର୍ଯ୍ୟକ୍ରମ 'ସ୍ତ୍ରୀ ଶକ୍ତି ସମ୍ବାଦ' ଏବଂ 'ସାମାଜିକ ସଦ୍ଭାବ ସମ୍ମିଳନୀ'ରେ ସଂଘ ମୁଖ୍ୟ ଡକ୍ଟର ମୋହନ ଭାଗବତ ଲଭ ଜିହାଦ, ଜନଜାତି ସମାଜର ଅନ୍ତର୍ଭୁକ୍ତି ଏବଂ ମହିଳାଙ୍କ ଭୂମିକା ଭଳି ପ୍ରସଙ୍ଗରେ ନିଜର ମତ ରଖିଛନ୍ତି । ଡକ୍ଟର ମୋହନ ଭାଗବତ କହିଛନ୍ତି , ସଭ୍ୟ ସମାଜର କଳ୍ପନା ମହିଳାଙ୍କ ବିନା ସମ୍ଭବ ନୁହେଁ । ସେ କହିଛନ୍ତି, "ଆମର ଧର୍ମ, ଆମର ସଂସ୍କୃତି ଏବଂ ଆମର ସାମାଜିକ ବ୍ୟବସ୍ଥା ମହିଳାମାନଙ୍କ ଯୋଗୁଁ ହିଁ ସୁରକ୍ଷିତ।"
ଅଧିକ ପଢ଼ନ୍ତୁ---‘ମିସନ ବେଙ୍ଗଲ’ ପାଇଁ ଶାହଙ୍କ ମାଷ୍ଟରପ୍ଲାନ; RSS ସହ ମିଶି କରିଛନ୍ତି ଏମିତି ଋଣନୀତି
ଲଭ ଜିହାଦ ପ୍ରସଙ୍ଗରେ ଭାଗବତ କହିଛନ୍ତି ଯେ ଏହାର ପ୍ରତିରୋଧର ପ୍ରଥମ ସ୍ତର ଆଇନ ନୁହେଁ, ବରଂ ପରିବାର ହେବା ଉଚିତ । "ଆମକୁ ଏହା ଚିନ୍ତା କରିବାକୁ ହେବ ଯେ ଆମ ଘରର ଝିଅ କିପରି ପ୍ରଲୋଭନ ବା କଥାରେ ନ ଆସୁ । ଏହାର ଏକ ବଡ଼ କାରଣ ହେଉଛି ସଂଳାପ ବା କଥାବାର୍ତ୍ତାର ଅଭାବ ।" ସମାଜର ବିଭିନ୍ନ ସଂଗଠନକୁ ସତର୍କ ରହିବାକୁ ହେବ ଏବଂ ଏଥିପାଇଁ ଏକ ସାମୂହିକ ପ୍ରତିରୋଧ ଗଢ଼ି ତୋଳିବାକୁ ହେବ ।
ସାମାଜିକ ସଦ୍ଭାବ ସମ୍ମିଳନୀରେ ଭାଗବତ ଜନଜାତି ସମାଜକୁ ଅଲଗା ବୋଲି ଦର୍ଶାଉଥିବା ଚିନ୍ତାଧାରାକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ସେ କହିଛନ୍ତି ଯେ ଜନଜାତି ସମାଜ ଏବଂ ତଥାକଥିତ ମୁଖ୍ୟଧାରା ମଧ୍ୟରେ ବିଭାଜନର ବିଚାର କୃତ୍ରିମ । "ହଜାର ହଜାର ବର୍ଷ ଧରି ଏହି ଭୂମିରେ ରହୁଥିବା ସମସ୍ତ ଲୋକଙ୍କ ଡିଏନଏ ଏକ । ବିବିଧତା ମଧ୍ୟରେ ଏକତା ହିଁ ଆମର ପରିଚୟ ।"ସେ ଏହା ମଧ୍ୟ କହିଛନ୍ତି ଯେ କେବଳ ସଙ୍କଟ ସମୟରେ ନୁହେଁ, ବରଂ ସବୁ ସମୟରେ ସଂଳାପ, ଯୋଗାଯୋଗ ଏବଂ ସହଯୋଗ ଜରୁରୀ । ହିନ୍ଦୁ କୌଣସି ପନ୍ଥା ବା ଲେବଲ୍ ନୁହେଁ, ବରଂ ଏହା ଏକ ସ୍ୱଭାବ ଯାହା ମତ, ପୂଜା ପଦ୍ଧତି ବା ଜୀବନଶୈଳୀ ଆଧାରରେ ବିଭାଜନ କରେ ନାହିଁ ।
'ଏକତା ହିଁ ଆମର ପରିଚୟ'
ସେ ଆହୁରି ମଧ୍ୟ କହିଛନ୍ତି , ବିବିଧତା ସତ୍ତ୍ୱେ ଏକତା ହିଁ ଆମର ପରିଚୟ । ବାହ୍ୟ ରୂପରେ ଆମେ ଅଲଗା ଦେଖାଯାଇପାରୁ, କିନ୍ତୁ ରାଷ୍ଟ୍ର, ଧର୍ମ ଏବଂ ସଂସ୍କୃତି ସ୍ତରରେ ଆମେ ସମସ୍ତେ ଏକ । ଏହି ବିବିଧତା ମଧ୍ୟରେ ଏକତାକୁ ଗ୍ରହଣ କରୁଥିବା ସମାଜ ହିଁ ହିନ୍ଦୁ ସମାଜ । ହିନ୍ଦୁ କୌଣସି ସଂଜ୍ଞା ନୁହେଁ, ବରଂ ଏକ ସ୍ୱଭାବ, ଯାହା ମତଭେଦ ବା ପୂଜା ପଦ୍ଧତିକୁ ନେଇ କଳହ କରେ ନାହିଁ । ସେ ଏହା ମଧ୍ୟ କହିଛନ୍ତି ଯେ ସମାଜରେ ଭ୍ରମ ସୃଷ୍ଟି କରି ଜନଜାତି ଏବଂ ଅନ୍ୟ ବର୍ଗକୁ ଅଲଗା କହି ଭାଙ୍ଗିବାକୁ ଚେଷ୍ଟା କରାଯାଇଛି, କିନ୍ତୁ ପ୍ରକୃତ କଥା ହେଉଛି ହଜାର ହଜାର ବର୍ଷ ଧରି ଅଖଣ୍ଡ ଭାରତରେ ରହୁଥିବା ସମସ୍ତଙ୍କ ଡିଏନଏ ଏକ । ମିଳାମିଶା, ସଂଳାପ ଏବଂ ପରସ୍ପରର କାର୍ଯ୍ୟକୁ ଜାଣିବା ହିଁ ସଦ୍ଭାବନାର ପ୍ରଥମ ସର୍ତ୍ତ । ସେ କହିଛନ୍ତି ଯେ ସମର୍ଥ ବ୍ୟକ୍ତି ଦୁର୍ବଳଙ୍କୁ ସାହାଯ୍ୟ କରିବା ଉଚିତ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2026/01/04/pradeep-mishra-2026-01-04-10-54-33.jpg)