ଟିଟିଲାଗଡ ରେଳ ଷ୍ଟେସନରୁ ୭୦ ଲକ୍ଷ ଟଙ୍କା ଜବତ, ଘଟଣା ତଦନ୍ତ କରୁଛି ସମ୍ବଲପୁର ଆୟକର ବିଭାଗ

ଅଟକ ଥିବା ବିହାର ଓ ଝାଡ଼ଖଣ୍ଡର ୨ ଯୁବକଙ୍କୁ ପଚରାଉଚରା

କୁଆଡୁ ଆସିଲା ୭୦ ଲକ୍ଷ?

କୁଆଡୁ ଆସିଲା ୭୦ ଲକ୍ଷ? Photograph: (Kanaknews)

କନକ ବ୍ୟୁରୋ: ଟିଟିଲାଗଡ ରେଳ ଷ୍ଟେସନରୁ ୭୦ ଲକ୍ଷ ଟଙ୍କା ଜବତ ଘଟଣାରେ ତଦନ୍ତ କରୁଛି ସମ୍ବଲପୁର ଆୟକର ବିଭାଗ । କୁଆଡୁ ଆସିଲା ଏତେ ଟଙ୍କା, ଏହାର ଉତ୍ସ କଣ ସେନେଇ ତଦନ୍ତ ଚାଲିଛି । ଏହି ଘଟଣାରେ ଅଟକ ଥିବା ବିହାର ଓ ଝାଡ଼ଖଣ୍ଡର ୨ ଯୁବକଙ୍କୁ ପଚରାଉଚରା କରୁଛନ୍ତି ଆୟକର ବିଭାଗ ଅଧିକାରୀ ।

ନେପାଳ ଓ ପଶ୍ଚିମବଙ୍ଗରୁ ଆସୁଛି ଧଳା ଜହର; ବ୍ରାଉନସୁଗାର ଗ୍ୟାଙ୍ଗରେ ଲେଡି ଡନ୍ ରାଜଧାନୀରୁ

ଆଗକୁ ନୂଆପଡ଼ାରେ ଉପନିର୍ବାଚନ ଥିବାବେଳେ ଏହି ଟଙ୍କା ସେହି ନିର୍ବାଚନ କାମରେ ଲାଗିଥାନ୍ତା ବୋଲି ସନ୍ଦେହ କରାଯାଉଛି । ଗତକାଲି ଟିଟିଲାଗଡ ରେଳ ଷ୍ଟେସନରେ ଚଢ଼ଉ କରି ଟଙ୍କା ଧରିଥିଲା ଆରପିଏଫ୍ । ୪ଜଣଙ୍କ ଠାରୁ ୯୦ଲକ୍ଷ ଟଙ୍କା ମିଳିଥିଲା । କାଗଜପତ୍ର ଦେଖାଇବା ପରେ ୨୦ ଲକ୍ଷ ଟଙ୍କା ଫେରାଯାଇଥିଲା। ୭୦ଲକ୍ଷ ଟଙ୍କା ଜବତ ହୋଇଥିଲା । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe